Durga Puja Festivities Under Rain Threat: ଦଶହରା ଉତ୍ସାହରେ ବର୍ଷା ସାଜିବ କି ବାଧକ? ଷଷ୍ଠୀରୁ ଆରମ୍ଭ ହେଲା ବର୍ଷା

Oct 16, 2026 - 17:22
Durga Puja Festivities Under Rain Threat: ଦଶହରା ଉତ୍ସାହରେ ବର୍ଷା ସାଜିବ କି ବାଧକ? ଷଷ୍ଠୀରୁ ଆରମ୍ଭ ହେଲା ବର୍ଷା

ଦଶହରା ପୂଜାର ଉତ୍ସାହ ଭିତରେ ବର୍ଷା ସାଜିପାରେ ବାଧକ । ମଣ୍ଡପରେ ମାଆଙ୍କ ଆଗମନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ହେଲେ ଷଷ୍ଠୀ ତିଥିରୁ ଆରମ୍ଭ ହୋଇଗଲାଣି ବର୍ଷା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି । ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।

ଫଳରେ ପୂଜା ମଣ୍ଡପର ସାଜସଜ୍ଜାଠାରୁ ଆରମ୍ଭ କରି ବୁଲାବୁଲି ଓ ମାଆଙ୍କ ଦର୍ଶନ ପାଇଁ ଯୋଜନା କରିଥିବା ଲୋକଙ୍କ ଉତ୍ସାହରେ ପାଣି ପକାଇପାରେ ବର୍ଷା । ଷଷ୍ଠୀରୁ ଆରମ୍ଭ ହୋଇଥିବା ବର୍ଷା ଆଗକୁ ପୂଜାର ମାହୋଲକୁ କେତେ ପ୍ରଭାବିତ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଦେଶରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସେପଟେ ଦେଶକୁ ପ୍ରବେଶ କରିଛି ଉତ୍ତର ପୂର୍ବ ମୌସୁମୀ ବାୟୁ। ଉତ୍ତର ପୂର୍ବ ମୌସୁମୀ ପ୍ରଭାବରେ ଦକ୍ଷିଣ ଭାରତର କିଛି ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ଓଡି଼ଶାର ୧୦ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଟ୍ବିନ୍ ସିଟିରେ ଝିପି ଝିପି ବର୍ଷା ହୋଇଛି।ପୂର୍ବ ଉପକୂଳ ସହ ଦକ୍ଷିଣ ଓଡି଼ଶାରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ଦେଖିବାକୁ ମିଳିଛି।

ସେହିପରି ଆସନ୍ତାକାଲି କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ରାୟଗଡା ଓ ମାଲକାନଗିରିରେ ମଧ୍ୟ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟ ଧରଣର ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। 

ଦଶହରା ପୂଜାକୁ ଫିକା କରିପାରେ ବର୍ଷା
ଷଷ୍ଠୀ ତିଥିରୁ ଆରମ୍ଭ ହୋଇଗଲାଣି ବର୍ଷା 
ରାଜଧାନୀରେ ଅପରାହ୍ନରେ ପ୍ରବଳ ବର୍ଷା
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସୂଚନା
ପୂଜା ମାହୋଲରେ ବର୍ଷା ସାଜିପାରେ ବାଧକ
ମଣ୍ଡପ ସାଜସଜ୍ଜାଠୁ ଦର୍ଶନ, ସବୁଠି ବର୍ଷା ଚିନ୍ତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।