Thalapathy Vijay: ‘ଥଲପତି ବିଜୟ ଆରଏସ୍‌ଏସ୍‌ର ପୋଷ୍ୟ ପୁତ୍ର’: ଡିଏମକେର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ଝଡ଼

Oct 14, 2026 - 19:10
Thalapathy Vijay: ‘ଥଲପତି ବିଜୟ ଆରଏସ୍‌ଏସ୍‌ର ପୋଷ୍ୟ ପୁତ୍ର’: ଡିଏମକେର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ଝଡ଼

"ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ତୁହାକୁ ତୁହା ବୟାନବାଜି ଏବଂ ଶାସକ-ବିରୋଧୀଙ୍କ ମଧ୍ୟରେ ତୀବ୍ର ରାଜନୈତିକ ସଂଘର୍ଷ ଦେଖିବାକୁ ମିଳିଛି।

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିବା ଅଭିନେତା ତଥା ଟିଭିକେ (TVK) ମୁଖ୍ୟ ଥଲପତି ବିଜୟଙ୍କୁ ଟାର୍ଗେଟ କରି ଶାସକ ଦଳ ଡିଏମକେ (DMK) ଏକ ବିବାଦୀୟ ଫଟୋ ସେୟାର କରିଛି।

ଡିଏମକେ ଆଇଟି ୱିଙ୍ଗ୍‌ ପକ୍ଷରୁ ଏକ୍ସ (X) ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରାଯାଇ ବିଜୟଙ୍କୁ “ଆରଏସ୍‌ଏସ୍‌ର ପୋଷ୍ୟ ପୁତ୍ର” ବୋଲି ବର୍ଣ୍ଣନା କରାଯାଇଛି।Advertisment କ"ଣ ରହିଛି ସମ୍ପୂର୍ଣ୍ଣ ପ୍ରସଙ୍ଗ?ନିକଟରେ ବିଜୟ ନିର୍ବାଚନରେ ଜିତିବା ପରେ ତାମିଲନାଡୁ ବିଧାନସଭାରେ ନିଜ ହାତକୁ ଗଳା ନିକଟକୁ ନେଇ ଏକ ସ୍ୱତନ୍ତ୍ର ଇଙ୍ଗିତ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ପ୍ରସଙ୍ଗକୁ ଆଧାର କରି ଡିଏମକେ ଏକ ଫଟୋ ସେୟାର କରିଛି, ଯେଉଁଥିରେ ଆରଏସ୍‌ଏସ୍‌ର ମୁଦ୍ରା ସହିତ ବିଜୟଙ୍କ ହାତର ଇଙ୍ଗିତକୁ ତୁଳନା କରାଯାଇଛି।

ଡିଏମକେ ଆଇଟି ୱିଙ୍ଗ୍‌ ପକ୍ଷରୁ ଲେଖାଯାଇଛି, “ବିଜୟ, ଆରଏସ୍‌ଏସ୍‌ର ପୋଷ୍ୟ ପୁତ୍ର।” ଏହି ଫଟୋରେ ବିଜୟଙ୍କୁ ଆରଏସ୍‌ଏସ୍‌ର ପାରମ୍ପରିକ ପୋଷାକରେ ମଧ୍ୟ ଦେଖାଯାଇଛି।

ଟିଭିକେର ପାଲଟା ଜବାବଡିଏମକେର ଏହି ଆକ୍ରମଣ ପରେ ଟିଭିକେ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି।

ଦଳ ପକ୍ଷରୁ ମନେ ପକାଇ ଦିଆଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଯେତେବେଳେ ଏମ୍‌.କେ.

ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ନିର୍ବାଚନ ସମୟ ଆସିଥିଲା, ସେତେବେଳେ ସିଟ୍‌ ବୁଝାମଣା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ ମଧ୍ୟ ଠିକ୍ ଏହିପରି ଭାବରେ ନିଜ ଗଳା ପାଖକୁ ହାତ ନେଇ ସମାଧାନ ହୋଇଯାଇଥିବା ଇଙ୍ଗିତ କରିଥିଲେ।

ଆହୁରି ପଢନ୍ତୁ: Meerut Blue Drum Murder: ମେରଠ ନୀଳ ଡ୍ରମ୍ ହତ୍ୟାକାଣ୍ଡରେ ମୁସ୍କାନ ଓ ସାହିଲଙ୍କୁ ଫାଶୀ; ରାୟ ଶୁଣାଇବା ବେଳେ ମହାଭାରତର ଉଦାହରଣ ଦେଲେ ବିଚାରପତି ଅନ୍ୟପକ୍ଷରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି.

ଜୋସେଫ୍ ବିଜୟ ମଙ୍ଗଳବାର ଦିନ ଅମରାବତୀରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍.

ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଭେଟିଛନ୍ତି।

ଏହି ବୈଠକରେ ଚେନ୍ନାଇ ସହର ପାଇଁ କୃଷ୍ଣା ନଦୀରୁ ଅତିରିକ୍ତ ଜଳ ଛାଡ଼ିବାକୁ ସେ ଅନୁରୋଧ କରିଛନ୍ତି।

ଏଥିସହ, ଗୋଦାବରୀ-କାବେରୀ ନଦୀ ସଂଯୋଗ ପ୍ରକଳ୍ପକୁ ଆଗକୁ ବଢ଼ାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି, ଯାହା ଦ୍ୱାରା ଦକ୍ଷିଣ ରାଜ୍ୟଗୁଡ଼ିକ ଜଳ ସମସ୍ୟାରୁ ମୁକ୍ତି ପାଇପାରିବେ।

ବିଜୟ କହିଛନ୍ତି ଯେ ତାମିଲନାଡୁରେ ଭୂପୃଷ୍ଠ ଜଳ ସମ୍ପଦର ଅଭାବ ରହିଥିବାରୁ ରାଜ୍ୟକୁ ଏହାର ଜଳ ଆବଶ୍ୟକତାର ୩୦ ପ୍ରତିଶତରୁ ଅଧିକ ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।