Durga Puja: ପୁଣି ମୁଣ୍ଡ ଟେକିଲା ଝାରପଡ଼ା ଦୁର୍ଗାପୂଜା ବିବାଦ: ପଡ଼ିଆ ସଫାରୁ ଦୁଇପକ୍ଷ ମୁହାଁମୁହିଁ, ବୁଲିଲା ୪ ପିସିଆର

Aug 22, 2026 - 06:07
Durga Puja: ପୁଣି ମୁଣ୍ଡ ଟେକିଲା ଝାରପଡ଼ା ଦୁର୍ଗାପୂଜା ବିବାଦ: ପଡ଼ିଆ ସଫାରୁ ଦୁଇପକ୍ଷ ମୁହାଁମୁହିଁ, ବୁଲିଲା ୪ ପିସିଆର

"ଭୁବନେଶ୍ବର: ଦୁର୍ଗାପୂଜା ପୂର୍ବରୁ ଚଳିତବର୍ଷ ପୁଣିଥରେ ପୂଜା ଆୟୋଜନକୁ ନେଇ ବିବାଦ ମୁଣ୍ଡ ଟେକିଛି।

ଆଜି ଗୋଟିଏ ପକ୍ଷ ପୂଜା ପ୍ରସ୍ତୁତି ବେଳେ ଅପରପକ୍ଷ ଏହାକୁ ବିରୋଧ କରିଥିଲେ।

ପରେ ପୁଲିସ ପହଞ୍ଚି ପ୍ରସ୍ତୁତି ବନ୍ଦ କରିଛି।

ଦୁଇପକ୍ଷଙ୍କ ସହ ଆଲୋଚନା କରି ଦୁର୍ଗାପୂଜା ପଡ଼ିଆରୁ ଫେରାଇଛି।

କିନ୍ତୁ ଏହି ଘଟଣା ପରେ ଦୁଇପକ୍ଷର ଲୋକେ ଏକଜୁଟ ହେବା ଓ ଝାରପଡ଼ା ଦୁର୍ଗାପୂଜା ପଡ଼ିଆରେ ଭିଡ଼ ବଢ଼ିବାରୁ ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଦୁର୍ଗାପୂଜା ପଡ଼ିଆ ଓ ଝାରପଡ଼ା ଗାଁରେ ପୁଲିସ ଫ୍ଲାଗ୍‌ମାର୍ଚ୍ଚ କରିଛି।

୪ରୁ ଅଧିକ ପିସିଆର୍‌ ଭ୍ୟାନ୍‌ ତୁହାକୁ ତୁହା ଚକ୍କର କାଟିଛି।Advertisment Education: ନିସ୍‌ ଇନଷ୍ଟିଚ୍ୟୁଟ୍‌ର ସ୍ବାଗତ ଉତ୍ସବ ଗତବର୍ଷ ଝାରପଡ଼ା ଦୁର୍ଗାପୂଜା ମଣ୍ଡ‌ପରେ ଦୁର୍ଗାପୂଜା ଆୟୋଜନକୁ ନେଇ ବିବାଦ ଦେଖା ଦେଇଥିଲା।

ଦୁଇପକ୍ଷ ପୂଜା ଆୟୋଜନକୁ ନେଇ ମୁହାଁମୁହିଁ ହେବାରୁ କୋର୍ଟଙ୍କ ଆଦେଶକ୍ରମେ ଝାରପଡ଼ା ଦୁର୍ଗାପୂଜା ପଡ଼ିଆ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା।

ଏଠାରେ ପୂଜା ଆୟୋଜନରେ କଟକଣା ଲଗାଯାଇଥିଲା।

ଏହି ବିବାଦରେ ପୂର୍ଣ୍ଣଛେଦ ପଡ଼ି ନଥିବା ବେଳେ ଆଜି ଝାରପଡ଼ା ଦୁର୍ଗାପୂଜା ସମିତିର କିଛି ବ୍ୟକ୍ତି ଜେସିବି ଲଗାଇ ମଣ୍ଡପ ପରିସର ଓ ପଡ଼ିଆ ସଫାସୁତରା କରୁଥିଲେ।

ଗତବର୍ଷ ନବଗଠିତ ଝାରପଡ଼ା ୱେଲଫେୟାର ଆସୋସିଏସନ୍‌  ଏହାକୁ ବିରୋଧ କରିଥିଲା।

କଥା ଥାନା ପର୍ଯ୍ୟନ୍ତ ଯାଇଥିଲା।

ପରେ ପୁଲିସ ପହଞ୍ଚି ଏହି କାମକୁ ବନ୍ଦ କରିଥିଲା।

ଜେସିବିକୁ ଅଧାରୁ ଫେରାଇଥିଲା।

ପରେ ଦୁଇପକ୍ଷଙ୍କୁ ଥାନାକୁ ଡାକି ଆଲୋଚନା କରିଥିଲା।

ପଡ଼ିଆ ସଫାରୁ ଦୁଇପକ୍ଷ ମୁହାଁମୁହିଁଝାରପଡ଼ା ଗାଁ ଓ ପଡ଼ିଆରେ ପୁଲିସର ଫ୍ଲାଗମାର୍ଚ୍ଚବୁଲିଲା ୪ ପିସିଆର Father's teachings: କଥାଟିଏ-ଯାଯାବର: ବାପାଙ୍କ ଶିକ୍ଷା ତଥାପି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ଓ ଅନ୍ୟ ସ୍ଥାନରେ ପୁଲିସ ଜଗି ରହିଥିବା ଦେଖିବାକୁ ମିଳିଛି।

କିନ୍ତୁ ଦୁଇପକ୍ଷ ନିଜ ନିଜ ସମର୍ଥିତଙ୍କ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରିଥିବା ଜଣାପଡ଼ିଛି।

ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର ଶ୍ରୀଧର ଜେନା କହିଛନ୍ତି, ଯେହେତୁ ଆଗକୁ ଦୁର୍ଗାପୂଜା ଅଛି, ସେଥିପାଇଁ ଛୋଟମୋଟ ସଫାସୁତରା କରାଯାଉଥିଲା।

କିନ୍ତୁ ପୁଲିସ ଆସି ଆଲୋଚନା କରିବା ସହ ଏଭଳି ନ କରିବାକୁ ବାରଣ କରିଥିଲା।

ସେଭଳି କିଛି ଗଣ୍ଡଗୋଳ ହୋଇନି ବୋଲି ଶ୍ରୀ ଜେନା କହିଛନ୍ତି।

ନବଗଠିତ ଝାରପଡ଼ା ୱେଲଫେୟାର ଆସୋସିଏସନ୍‌ ସାଧାରଣ ସଂପାଦକ ପ୍ରକାଶ କୁମାର ସାମନ୍ତରାୟ କହିଛନ୍ତି, ଏବେ ବି ଝାରପଡ଼ା ଦୁର୍ଗାପୂଜା ପଡ଼ିଆ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି।

କିନ୍ତୁ କିଛି ବ୍ୟକ୍ତି ଆଜି ପଡ଼ିଆ ସଫାସୁତରା କରୁଥିଲେ।

ଅଭିଯୋଗ ପାଇ ପୁଲିସ ପହଞ୍ଚି ଏହାକୁ ବନ୍ଦ କରିଥିବା ଶ୍ରୀ ସାମନ୍ତରାୟ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।