Durgi Excise Raid ଦୁର୍ଗୀରେ ଅବକାରୀ ଚଢାଉ : ୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ଜବତ, ଜଣେ ଗିରଫ
"ବିଷମକଟକ: ରାୟଗଡା ଜିଲ୍ଲା ବିଷମ କଟକ ଆଦର୍ଶ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ଦୋକାନ ଘରୁ ବିଭିନ୍ନ ବ୍ରାଣ୍ଡ୍ର ବିଦେଶୀ ମଦ ଜବତ କରାଯାଇଛି।
ଜବତ ମଦଗୁଡ଼ିକର ଆନୁମାନିକ ବଜାରମୂଲ୍ୟ ୮ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ।
Advertisment Inter-State Liquor Trade ଧରାପଡ଼ିଲେ ୨ ଆନ୍ତଃରାଜ୍ୟ ମଦ ବେପାରୀ, ଝାଡ଼ଖଣ୍ଡରୁ ଆଣୁଥିଲେ ନକଲି ବିଦେଶୀ ମଦ ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଷମକଟକ ଅବକାରୀ ଅଧିକାରୀ ଦୀପକ କୁମାର ସାମଲଙ୍କ ନେତୃତ୍ବରେ ଏକ ଟିମ୍ ଦୁର୍ଗୀ ସଦର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖ ଏକ ଦୋକାନ ଉପରେ ଚଢାଉ କରିଥିଳେ।
ଦୋକନ ପଛପଟ ଘରୁ ୨୦ବକ୍ସ ବିଦେଶୀ ମଦ ଜବତ କରାଯାଇଥିଲା।
ସେଥିରୁ ୧୩ଟିବକ୍ସ ମଦ ଏବଂ ୭ବକ୍ସ ବିୟର ରହିଛି ।
ଏ ସମସ୍ତ ମଦ ଜବତ କରି ବିଷମ କଟକ ଅବକାରୀ ଥାନା କୁ ଆଣିଥିବା ବେଳେ ଏ ବ୍ୟବସାୟରେ ସଂପୃକ୍ତ ପ୍ରଶାନ୍ତ ସାହୁ ଙ୍କୁ ଥାନାରେ ଅଟକ ରଖିଛି ।
Arrested: ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ନକଲି ମଦ ଓ ସାମଗ୍ରୀ ଜବତ, ଜଣେ ଗିରଫଏତେ ପରିମାରଣ ବିଦେଶି ମଦ କେଉଁଠୁ ଆଣିଛି ସେ ସଂକ୍ରାନ୍ତରେ ସଂପୃକ୍ତ ବ୍ୟକ୍ତି ଙ୍କୁ ପଚରାଉଚରା ଚଳାଇଛି ।
ଅବକାରୀ ଚଢାଉରେ ଅବକାରୀ ଅଧିକାରୀ ଙ୍କ ସମେତ କନେଷ୍ଟବଲ୍ ରାଜୁ କାଡ୍ରାକା,ସନ୍ତୋଷ କୁମାର ଗୌଡ,ୟସବନ୍ତି ଶବର ପ୍ରମୁଖ ସାମିଲ ଥିଲେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।