Dussehra Melody Shows in Odisha: ଲିଭିଗଲା ମେଲୋଡି ମଞ୍ଚର ଆଲୋକ, ହେଲେ ମନରୁ ଲିଭିଲାନି ହ୍ୟୁମାନ୍‌-ଅଭିଜିତ୍‌ଙ୍କ ସ୍ମୃତି

Oct 23, 2026 - 09:21
Dussehra Melody Shows in Odisha: ଲିଭିଗଲା ମେଲୋଡି ମଞ୍ଚର ଆଲୋକ, ହେଲେ ମନରୁ ଲିଭିଲାନି ହ୍ୟୁମାନ୍‌-ଅଭିଜିତ୍‌ଙ୍କ ସ୍ମୃତି

ସରିଗଲା ଦଶହରା, ଲିଭିଗଲା ମେଲୋଡି ମଞ୍ଚର ଆଲୋକ।

ମା' ଦୁର୍ଗାଙ୍କୁ ଭକ୍ତିଭରା ବିଦାୟ ଦେଲେ ଓଡ଼ିଶାବାସୀ।

ଏଥର ବି ମେଲୋଡି ମଞ୍ଚରେ ଜମିଥିଲା ଦର୍ଶକଙ୍କ ଭିଡ଼, ଶୁଭିଥିଲା ଅନେକ କଳାକାରଙ୍କ ସ୍ୱର।

ହେଲେ ଏସବୁ ଭିତରେ ଦର୍ଶକଙ୍କ ମନକୁ ବାରମ୍ବାର ଆସୁଥିଲେ ଦୁଇ ପ୍ରିୟ ଗାୟକ ହ୍ୟୁମାନ୍‌ ସାଗର ଓ ଅଭିଜିତ୍‌ ମଜୁମଦାର।

Advertisment ଦିନେ ଯେଉଁ ଗୀତର ତାଳେ ତାଳେ ରାତିସାରା ଝୁମୁଥିଲେ ଦର୍ଶକ, ଯେଉଁ ସ୍ୱର ମେଲୋଡି ମଞ୍ଚକୁ କରୁଥିଲା ଜୀବନ୍ତ, ସେହି ସ୍ୱରର ଅନୁପସ୍ଥିତି ଏଥର ଦଶହରାରେ ଅନୁଭବ କରିଥିଲେ ସଙ୍ଗୀତପ୍ରେମୀ।

ମନୋରଞ୍ଜନର ମାହୋଲ ଭିତରେ ଦୁଇ ପ୍ରିୟ କଳାକାରଙ୍କ ସ୍ମୃତି ଅନେକଙ୍କୁ ଭାବବିହ୍ୱଳ କରିଥିଲା।

ହ୍ୟୁମାନ୍‌ଙ୍କ ପ୍ରେମ ଗୀତ, ଅଭିଜିତ୍‌ଙ୍କ ସଙ୍ଗୀତର ଯାଦୁ ହ୍ୟୁମାନ୍‌ ସାଗରଙ୍କ ନାଁ ଆସିଲେ ମନେପଡ଼େ ପ୍ରେମ, ବିରହ ଓ ହୃଦୟକୁ ଛୁଇଁଯାଉଥିବା ଅନେକ ଗୀତ।

ତାଙ୍କ ସ୍ୱରରେ ଥିଲା ଏକ ନିଆରା ଆକର୍ଷଣ, ଯାହା ଯୁବପିଢ଼ିଠାରୁ ଆରମ୍ଭ କରି ସବୁ ବର୍ଗର ଶ୍ରୋତାଙ୍କୁ ମତୁଆଲା କରୁଥିଲା।

Advertisment ସେହିପରି ଅଭିଜିତ୍‌ ମଜୁମଦାରଙ୍କ ସଙ୍ଗୀତର ଯାଦୁ ଥିଲା ସ୍ୱତନ୍ତ୍ର।

ତାଙ୍କ ଗୀତ ଓ ସଙ୍ଗୀତ ଓଡ଼ିଆ ମନୋରଞ୍ଜନ ଜଗତରେ ସୃଷ୍ଟି କରିଥିଲା ନିଜସ୍ୱ ପରିଚୟ।

ଦୁହିଁଙ୍କ ଅବଦାନ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ସବୁବେଳେ ସ୍ମରଣୀୟ ହୋଇ ରହିବ।

ମଞ୍ଚର ଆଲୋକ ଲିଭିଲା, ସ୍ମୃତି ରହିଗଲା ଏଥର ଦଶହରାରେ ଅନେକ କଳାକାର ମଞ୍ଚରେ ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

ହେଲେ ହ୍ୟୁମାନ୍‌ ଓ ଅଭିଜିତ୍‌ଙ୍କ ଗୀତକୁ ଭଲପାଉଥିବା ଶ୍ରୋତାଙ୍କ ମନରେ ରହିଗଲା ସେମାନଙ୍କ ସୁରିଲା କଣ୍ଠର ଅଭୁଲା ସ୍ମୃତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।