Odisha Cyclone Alert: ଆଜି ଲଘୁଚାପ; ୩ ଦିନ ବର୍ଷାରେ ଭିଜିବ ଓଡ଼ିଶା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Oct 23, 2026 - 09:00
Odisha Cyclone Alert: ଆଜି ଲଘୁଚାପ; ୩ ଦିନ ବର୍ଷାରେ ଭିଜିବ ଓଡ଼ିଶା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।

୨୫ ତାରିଖରେ ଏହା ଅବପାତର ରୂପ ନେବା ସମ୍ଭାବନା ।

ଆଉ ଏହାରି ପ୍ରଭାବରେ ଓଡ଼ିଶାରେ ବଦଳିବ ପାଗ, ବଢ଼ିବ ବର୍ଷାର ପ୍ରଭାବ।

ଅକ୍ଟୋବର ୨୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ରହିଛି ପୂର୍ବାନୁମାନ।

ଉପକୂଳବର୍ତ୍ତୀ ଜିଲ୍ଲା ସମେତ ମୟୂରଭଞ୍ଜ ଓ କେନ୍ଦୁଝରରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା।

Advertisment ଏଥିପାଇଁ ୨୬ ତାରିଖରେ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୨୭ ତାରିଖରେ ୮ଟି ଏବଂ ୨୮ ତାରିଖରେ ୧୨ଟି ଜିଲ୍ଲା ପାଇଁ ରହିଛି ବର୍ଷା ଆଲର୍ଟ।

ଆଗାମୀ ତିନି ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ଅନୁଭୂତ ହୋଇପାରେ।

ତେବେ ବର୍ଷାର ଏହି ପୂର୍ବାନୁମାନ ଭିତରେ ବଢ଼ୁଛି ବାତ୍ୟା ଆଶଙ୍କା।

ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ଯଦି ବାତ୍ୟା ହୁଏ, ତେବେ କେବେ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ଓ କେତେ ତୀବ୍ରତା ହେବ ତାହା ଅସ୍ପଷ୍ଟ ରହିଛି।

ଅଧିକାଂଶ ବିଦେଶୀ ପାଣିପାଗ ମଡେଲ ବାତ୍ୟା ହେବା ନିଶ୍ଚିତ ଏବଂ ଏହା ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛନ୍ତି।

Advertisment ଏହାରି ଭିତରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ୨୭ କିମ୍ବା ୨୮ରେ ବାତ୍ୟା ହୋଇପାରେ ଏବଂ ଓଡ଼ିଶା ମୁହାଁଇଲେ ଏହା ଜଗତସିଂହପୁରରୁ ଗଞ୍ଜାମ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।