21 OCTOBER 2026

Welcome!

Unlock your personalized experience.
Sign Up

Dussehra: ଚଳନ୍ତିକା: ଦଶହରାରେ ଏଆଇ-ପରିକଳ୍ପିତ ଦୁର୍ଗା

Oct 21, 2026 - 01:03
Dussehra: ଚଳନ୍ତିକା: ଦଶହରାରେ ଏଆଇ-ପରିକଳ୍ପିତ ଦୁର୍ଗା

ମା’ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିଥିବା କାରିଗରମାନେ ଏ ବର୍ଷ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଅତୀତରେ ଏଭଳି ଅସୁବିଧାରେ ପଡୁ ନଥିଲେ। ଏଥର କାରିଗରମାନେ ଦୁଇଟି ସମସ୍ୟାର ସାମ୍ନା କରିଛନ୍ତି। ପ୍ରଥମଟି ହେଉଛି ମୂର୍ତ୍ତି ନିର୍ମାଣରେ ବ୍ୟବହାର ହେଉଥିବା ସାମଗ୍ରୀର ଦରବୃଦ୍ଧି ଏବଂ ଦ୍ବିତୀୟଟି ଏଆଇ। ଏ ବର୍ଷ ବହୁ ଗ୍ରାହକ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଆପ୍‌ ଦ୍ବାରା ପ୍ରସ୍ତୁତ ଚିତ୍ରକୁ ମୂର୍ତ୍ତିରୂପ ଦେବାକୁ ବରାଦ କରିଥିଲେ। ତେବେ ଏଆଇ ଦ୍ବାରା ପ୍ରସ୍ତୁତ ଚିତ୍ରକୁ ଦେଖି ଅବିକଳ ସେହିଭଳି ପ୍ରତିମା ନିର୍ମାଣ କରିବା ଆଦୌ ସହଜ ନଥିଲା। ଏ ବର୍ଷ ମୂର୍ତ୍ତି ଶିଳ୍ପୀଙ୍କ ସାମ୍ନାରେ ଏଆଇ ଏକ ବଡ଼ ଆହ୍ବାନ ରୂପେ ଛିଡ଼ା ହୋଇଛି।

Horoscope 2026 October 20: ଜାଣନ୍ତୁ ଆଜିର ରାଶିଫଳ

ଏଥର ଦେଶର ବହୁ ପୂଜା କମିଟି ମୋବାଇଲ୍‌ ଫୋନ୍‌ରେ ଏଆଇ ଦ୍ବାରା ପ୍ରସ୍ତୁତ ଦୁର୍ଗାଙ୍କ ଚିତ୍ର ଧରି କାରିଗରଙ୍କ ପାଖରେ ହାଜର ହୋଇଥିଲେ। ବରାଦ ସମୟରେ ମାଟିରେ ଠିକ୍‌ ଏଇଭଳି ଦେବୀ ପ୍ରତିମା ଗଢ଼ିଦେବାକୁ କହିଥିଲେ। ମୂର୍ତ୍ତିର ରୂପ, ରଙ୍ଗ ଓ ଅଳଙ୍କାର ଅବିକଳ ସମାନ କରିବାକୁ ଦାବି କରିଥିଲେ। ମୋବାଇଲ୍‌ ସ୍କ୍ରିନ୍‌ରେ ସିନା ସବୁକିଛି ନିଖୁଣ ଦିଶୁଛି। କିନ୍ତୁ ସେ ଚିତ୍ରକୁ ଦେଖି କାଦୁଅରେ ସେମିତିକା ମୂର୍ତ୍ତି ଗଢ଼ିବା ଲାଗି କାରିଗରଙ୍କୁ ବହୁତ ଶ୍ରମ କରିବାକୁ ପଡ଼ିଛି। ଏଥିପାଇଁ ସେମାନଙ୍କୁ ନଡ଼ା ଭିଡ଼ା ଯିବା ପର୍ଯ୍ୟାୟରୁ ହିଁ ଯୋଜନା କରିବାକୁ ହୋଇଛି। ଏଆଇ ପରିକଳ୍ପିତ ମୂର୍ତ୍ତି କିପରି ଗଢ଼ାଯିବ, ସେଥିପାଇଁ କ’ଣ ସବୁ ଜିନିଷପତ୍ର ଲାଗିବ, ତାହାର ପୁଙ୍ଖନୁପୁଙ୍ଖ ଯୋଜନା କରି କାମ ଆଗେଇବାକୁ ହୋଇଛି। ପୁଣି ପାରମ୍ପରିକ ପଦ୍ଧତି ଠାରୁ କିଭଳି ଭିନ୍ନତା ଆଣିଲେ ମୂର୍ତ୍ତି ଠିକ୍‌ ଏଆଇ ଦ୍ବାରା ପ୍ରସ୍ତୁତ ମୂର୍ତ୍ତି ଭଳି ଦିଶିବ, ସେଥିପାଇଁ ସେମାନଙ୍କୁ ଯତ୍ନବାନ୍‌ ହେବାକୁ ପଡ଼ିଛି। ୨୪ ବର୍ଷ ହେବ ଦେବୀ ମୂର୍ତ୍ତି ଗଢୁଥିବା କାରିଗର ଅରୁଣ ପାଲ୍‌ ଜାଣନ୍ତି ନୂଆ ପରିକଳ୍ପନା ଅନୁସାରେ ମୂର୍ତ୍ତି ଗଢ଼ିବା କେତେ କଷ୍ଟକର। ଏ ବର୍ଷ ତାଙ୍କୁ ଛୋଟବଡ଼ ୮୦ଟି ଦୁର୍ଗାମୂର୍ତ୍ତି ଗଢ଼ିବା ପାଇଁ ବରାଦ ମିଳିଥିଲା। ସେଥିରୁ ୪୦ଟି ମୂର୍ତ୍ତିର ଉଚ୍ଚତା ୬ରୁ ସାଢ଼େ ୬ ଫୁଟ୍‌। କେତୋଟି ମୂର୍ତ୍ତିର ଉଚ୍ଚତା ୭ରୁ ୮ ଫୁଟ୍‌। ପାଲ୍‌ କହନ୍ତି, ‘‘ଏଥର ଅନେକ ଲୋକ ମୋବାଇଲ୍‌ରେ ଏଆଇ ଦ୍ବାରା ତିଆରି ଦୁର୍ଗାଙ୍କ ଚିତ୍ର ଧରି ଆସୁଛନ୍ତି। କହୁଛନ୍ତି- ଏଇଭଳି ଦୁର୍ଗାମୂର୍ତ୍ତି ଗଢ଼ିଦିଅ। କିନ୍ତୁ ଏହା କ’ଣ ସହଜ କଥା! କେଉଁ କେଉଁ ଜିନିଷ ଦେଇ ସଜାଇଲେ ମୂର୍ତ୍ତି ଅବିକଳ ଏଆଇ ମୂର୍ତ୍ତି ଭଳି ଦିଶିବ ସେସବୁ ପାଇବା ବି ସହଜ ନୁହେଁ। ଏସବୁ ସତ୍ତ୍ବେ ଆମେ ତାଙ୍କ ବରାଦ ଅନୁସାରେ କାମ କରିଛୁ। କିନ୍ତୁ ଏଥିପାଇଁ ଅଧିକ ପାରିଶ୍ରମିକ ମିଳିନାହିଁ।’’

ସେ ପୁଣି କହନ୍ତି, ‘‘ଏଭଳି ମୂର୍ତ୍ତି ତିଆରି ପାଇଁ ଅଧିକ ସମୟ ଓ ଲୋକବଳ ପ୍ରୟୋଗ ହୋଇଛି। ମୂର୍ତ୍ତି ତିଆରି ଓ ମେଢ଼ ସାଜସଜ୍ଜା ପାଇଁ ଆବଶ୍ୟକ ଜିନିଷର ଦର ବଢ଼ିଛି। ମୂର୍ତ୍ତି ତିଆରି ପାଇଁ ଦରକାର ହେଉଥିବା ବାଣି, ସୂତୁଲି, କପଡ଼ା, ଅଳଙ୍କାର, ସାଜସଜ୍ଜା ସାମଗ୍ରୀ ଦର ବହୁତ ବଢ଼ିଗଲାଣି। ଗତବର୍ଷ ବାଣି ଦାମ୍‌ ଯେତେ ଥିଲା ଏବର୍ଷ ତା’ର ଦୁଇଗୁଣ ହୋଇଗଲାଣି। ସିଂହ କେଶର ପାଇଁ ଲାଗୁଥିବା ସାମଗ୍ରୀ ମଧ୍ୟ ଦୁଇଗୁଣ ଦାମ୍‌ ଦେଇ କିଣିବାକୁ ପଡ଼ିଛି। କିନ୍ତୁ, ମୂର୍ତ୍ତି ଦାମ୍‌ ସେହି ଅନୁସାରେ ବଢିନାହିଁ। ଗ୍ରାହକମାନେ ଗଲାବର୍ଷ ଯେତେ ଟଙ୍କା ପାରିଶ୍ରମିକ ଦେଉଥିଲେ ଏବର୍ଷ ସେତିକି ଦେଇଛନ୍ତି। ଏଆଇ ଆମ ପାଇଁ ଏସବୁ ସମସ୍ୟା ଆଣି ଛିଡ଼ା କରିଛି।’’

Bear Enters Library: ଲାଇବ୍ରେରିରେ ପଶି ମହୁ ଖାଇଲା ଭାଲୁ, ସତ ହେଲା କାର୍ଟୁନ୍ କାହାଣୀ

ଦୁର୍ଗାମୂର୍ତ୍ତି ତିଆରି ନିମନ୍ତେ ପ୍ରସିଦ୍ଧ ପଶ୍ଚିମବଙ୍ଗର କୁମାରତୂଳୀର କାରିଗରମାନେ ଏ ବର୍ଷ ଏଆଇ ଦ୍ବାରା ପ୍ରସ୍ତୁତ ରୋବଟିକ୍‌ ଦୁର୍ଗାମୂର୍ତ୍ତିକୁ ମାଟିରେ ରୂପ ଦେଇଛନ୍ତି। ଗଲାବର୍ଷ ଇନ୍ଦ୍ରଜିତ୍‌ ପାଲ୍‌ ନାମକ ଜଣେ କାରିଗର ଉତ୍ତର ଦିନାଜପୁରରେ ଥିବା ପୂଜା କମିଟି ପାଇଁ ପଶ୍ଚିମବଙ୍ଗର ଏ ପ୍ରକାରର ପ୍ରଥମ ଦୁର୍ଗାମୂର୍ତ୍ତି ନିର୍ମାଣ କରିଥିଲେ। ସେ କହନ୍ତି, ‘‘କେବଳ ଏଆଇ ଦ୍ବାରା ତିଆରି ମୂର୍ତ୍ତି ଦେଖି କାଦୁଅରେ ସେଭଳି ମୂର୍ତ୍ତି ଗଢ଼ିଦେଲେ ଚଳିବ ନାହିଁ। ଏଆଇ ଚିତ୍ରରେ ଅନେକ ଭୁଲ୍‌ ଥାଏ। କେଉଁଥିରେ ଦୁର୍ଗାଙ୍କର ୯ଟି ହାତ ଥିବ ତ କେଉଁ ମେଢ଼ରେ କାର୍ତ୍ତିକ, ସରସ୍ବତୀ ଓ ଲକ୍ଷ୍ମୀ ନ ଥିବେ। ଆମେ କିନ୍ତୁ ଏସବୁ ତ୍ରୁଟି କଲେ ତାହା ଗ୍ରହଣୀୟ ହେବନାହିଁ। ଏଆଇ ଚିତ୍ରରୁ ମୂର୍ତ୍ତି ଗଢ଼ିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଛି।’’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।