E-rickshaw: ଇ-ରିକ୍‌ସାରେ ସ୍ପିତି ଯାତ୍ରା

Sep 18, 2026 - 07:50
E-rickshaw: ଇ-ରିକ୍‌ସାରେ ସ୍ପିତି ଯାତ୍ରା

"ହିମାଚଳପ୍ରଦେଶର ପୂର୍ବ ଦିଗରେ ପ୍ରାୟ ୧୨,୫୦୦ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ସ୍ପିତି ଉପତ୍ୟକା।

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ପିତି ଘାଟି ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି।

ଏତେ ଉଚ୍ଚରେ ଥିବା ଏହି ଘାଟିକୁ ଇ-ରିକ୍‌ସାରେ ଯାତ୍ରା କରିବା ଅସମ୍ଭବ ଲାଗିପାରେ।

ତେବେ ଏହାକୁ ସମ୍ଭବ କରିଛନ୍ତି ଉତ୍ତରପ୍ରଦେଶ ମୁଜାଫରନଗରର ଇ-ରିକ୍‌ସା ଚାଳକ ସୁମିତ କୁମାର ପ୍ରଜାପତି।

ଗତ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ସୁମିତ ଏହି ଦୁଃସାଧ୍ୟ ଅଭିଯାନରେ ବାହାରି ତାକୁ ସଫଳତାର ସହ ଶେଷ କରିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହି ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିବରଣୀ ପ୍ରଦାନ କରିଛନ୍ତି।

୨୭ଟି ଭିଡିଓରେ ତାଙ୍କ ଯାତ୍ରା ବୃତ୍ତାନ୍ତ ପ୍ରକାଶ ପାଇଛି।Advertisment AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌ ଏହି ସମସ୍ତ ଭିଡିଓ ନେଇ ବେଶ୍‌ ଉତ୍ସାହପ୍ରଦ ପ୍ରତିକ୍ରିୟା ମିଳୁଛି।

କେହିକେହି ସୁମିତଙ୍କ ଏହି ଯାତ୍ରାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

କାରଣ ଇ-ରିକ୍‌ସାରେ ସ୍ପିତି ଘାଟିକୁ ଯାତ୍ରା ଆଦୌ ସହଜ କଥା ନୁହେଁ।

ସୁମିତଙ୍କ ତଥ୍ୟ ଅନୁସାରେ, ମୁଜାଫରନଗରରୁ ମନାଲି ପର୍ଯ୍ୟନ୍ତ ସେ ତାଙ୍କ ସାଙ୍ଗମାନଙ୍କ ସହ ଅନ୍ୟ ଯାନରେ ଯାଇଥିଲେ।

ତାଙ୍କ ଇ-ରିକ୍‌ସାକୁ ଟ୍ରକ୍‌ ଯୋଗେ ସେଠାକୁ ନିଆଯାଇଥିଲା।

ତେବେ ମନାଲିରୁ ସ୍ପିତି ଯାତ୍ରା ପାଇଁ ସାଙ୍ଗମାନେ ଯେତେବେଳେ କାର୍‌ ଯୋଗେ ବାହାରିଥିଲେ, ସୁମିତ ଏକୁଟିଆ ନିଜ ଇ-ରିକ୍‌ସା ଯୋଗେ ହିଁ ସେଠାକୁ ଦୁଃସାହସିକ ଯାତ୍ରା କରିଥିଲେ।

ମଜାଦାର କଥା ହେଲା, ମନାଲିରୁ ସ୍ପିତି ବାଟରେ ସୁମିତ ତାଙ୍କ ଗାଡ଼ିରେ କିଛି ପାସେଞ୍ଜର୍‌ଙ୍କୁ ମଧ୍ୟ ଭଡ଼ାରେ ନେଇଥିଲେ।

WSC: ଦକ୍ଷତା ବିକାଶର ମଡେଲ ଭାବେ "ବିଶ୍ୱ ଦକ୍ଷତା କେନ୍ଦ୍ର"କୁ ନୀତି ଆୟୋଗର ପ୍ରଶଂସା ଏହି ଅଭିଯାନରେ ତାଙ୍କ ପାଇଁ ବଡ଼ ସମସ୍ୟା ଥିଲା, ଇ-ରିକ୍‌ସାର ବ୍ୟାଟେରି ଚାର୍ଜ କରିବା।

ସେ ବୁଦ୍ଧି ଖଟାଇ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ, ଯାହା ଫଳରେ ନିୟମିତ ବ୍ୟବଧାନରେ ଇ-ରିକ୍ସାକୁ ଚାର୍ଜ କରିବାରେ ବିଶେଷ ସମସ୍ୟା ହୋଇ ନଥିଲା।

ଜରୁରିକାଳୀନ ସ୍ଥିତି ପାଇଁ ରିକ୍‌ସାରେ ଜେନେରେଟର୍‌ ରଖିଥିଲେ ବୋଲି ସୁମିତ କହିଛନ୍ତି।

ତାଙ୍କ କହିବା ଅନୁସାରେ, ସ୍ପିତି ଘାଟି ଉପରେ ତାଙ୍କ ଇ-ରିକ୍‌ସା ଲୋକଙ୍କ ପାଇଁ ଏକ ଦୁର୍ଲଭ ଦୃଶ୍ୟ ଥିଲା।

ଏଥିସହ ଅନେକ ତାଙ୍କ ସାହସକୁ ଅନେକ ତାରିଫ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।