E20 ବିରୋଧୀ ଆନ୍ଦୋଳନ ପୂର୍ବରୁ ଗୃହବନ୍ଦୀ ସାମାଜିକ କର୍ମୀ ତେହସିନ ପୁନାୱାଲା

Aug 23, 2026 - 13:07
E20 ବିରୋଧୀ ଆନ୍ଦୋଳନ ପୂର୍ବରୁ ଗୃହବନ୍ଦୀ ସାମାଜିକ କର୍ମୀ ତେହସିନ ପୁନାୱାଲା

ନନ୍ଦିଘୋଷ ବ୍ୟୁରୋ ; E20 ପ୍ରସଙ୍ଗରେ ଆନ୍ଦୋଳନ ପୂର୍ବରୁ ଗୃହବନ୍ଦୀ ହୋଇଛନ୍ତି ସାମାଜିକ କର୍ମୀ ତେହସିନ ପୁନାୱାଲା। ଦିଲ୍ଲୀ ପୋଲିସ ତାଙ୍କୁ ଗୃହବନ୍ଦୀ କରିଥିବା ଅଭିଯୋଗ କରିଛନ୍ତି ତେହସିନ। କେନ୍ଦ୍ର ସରକାରଙ୍କ E20 ନୀତି ବିରୋଧରେ ଯନ୍ତର ମନ୍ତରରେ ଆନ୍ଦୋଳନ କରିବାକୁ ଯିବା ପୂର୍ବରୁ ତାଙ୍କୁ ଘରେ ଅଟକ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି।

ତେହସିନଙ୍କ ଘରେ ପୋଲିସ ପହଞ୍ଚିବା ପରେ ସେ ପୋଲିସ କର୍ମଚାରୀଙ୍କୁ ଆଖୁ ରସ ଦେଇଥିବା ଜଣାପଡ଼ିଛି। E20 ପ୍ରସଙ୍ଗରେ ବ୍ୟାପକ ‘ସୁଗାର ସ୍କାମ୍’ ହୋଇଥିବା ତେହସିନ ଅଭିଯୋଗ କରିଛନ୍ତି। ଏନେଇ ଦିଲ୍ଲୀ ପୋଲିସ ତାଙ୍କ ଘରେ ପହଞ୍ଚିଥିବାର ଏକ ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଦୃଶ୍ୟ ରହିଛି।

ଅନ୍ୟପଟେ, ଯନ୍ତର ମନ୍ତରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେହସିନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ କହିଛି। ଆନ୍ଦୋଳନରେ କିଛି ଅସାମାଜିକ କିମ୍ବା ଉଦ୍ଦେଶ୍ୟମୂଳକ ଲୋକ ସାମିଲ ହେବାର ଆଶଙ୍କା ଥିବାରୁ ତାଙ୍କୁ ଯନ୍ତର ମନ୍ତର ଯିବାକୁ ରୋକାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।