Ear Decibel Limit: ଆମ କାନ କେତେ ଡେସିବେଲ୍ ଶବ୍ଦ ସହିପାରେ?

Oct 16, 2026 - 09:01
Ear Decibel Limit: ଆମ କାନ କେତେ ଡେସିବେଲ୍ ଶବ୍ଦ ସହିପାରେ?

"ଭୁବନେଶ୍ୱର: ଡିଜେର ଉଚ୍ଚ ଶବ୍ଦ, ଯାନବାହନର କର୍କଶ ହର୍ଣ୍ଣ, ଆତସବାଜିର ଶବ୍ଦ ହେଉ ଅବା ଉଚ୍ଚ ସ୍ୱରରେ ବାଜୁଥିବା ଲାଉଡସ୍ପିକର।

ଆଜିର ଜୀବନଶୈଳୀରେ ଶବ୍ଦ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ପାଲଟିଛି।

ବିବାହ, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବରେ ଉଚ୍ଚ ସ୍ୱରର ସଙ୍ଗୀତକୁ ଲୋକେ ଉପଭୋଗ କରୁଥିବା ବେଳେ ଏହାର ପ୍ରଭାବ ଆମ କାନ ଓ ଶରୀର ଉପରେ କେତେ ଗମ୍ଭୀର ହୋଇପାରେ, ସେନେଇ ଅନେକ ସଚେତନ ନୁହନ୍ତି।

ବିଶେଷଜ୍ଞଙ୍କ ମତରେ, ଦୀର୍ଘ ସମୟ ଧରି ଉଚ୍ଚ ଶବ୍ଦର ସଂସ୍ପର୍ଶରେ ରହିଲେ ଶ୍ରବଣଶକ୍ତି ହ୍ରାସ ପାଇବା ସହ କାନରେ ଅନେକ ସମସ୍ୟା ଦେଖାଦେଇଥାଏ।

ଅତ୍ୟଧିକ ଶବ୍ଦ ସହ ଜଡ଼ିତ ଆଘାତ ତରଙ୍ଗ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।

ତେବେ କେତେ ଡେସିବେଲ୍ ଶବ୍ଦ ଆମ କାନ ପାଇଁ ସୁରକ୍ଷିତ ଏବଂ କେଉଁ ସ୍ତରରେ ଏହା ବିପଦଜନକ ହୋଇଥାଏ?Advertisment ଡେସିବେଲ୍ କ"ଣ?ଶବ୍ଦର ତୀବ୍ରତା ମାପିବା ପାଇଁ ଡେସିବେଲ୍ (dB) ଏକକ ବ୍ୟବହାର କରାଯାଏ।

ଆମ ପାଖରେ ଶୁଣାଯାଉଥିବା ଶବ୍ଦର ତୀବ୍ରତା ଅନୁସାରେ ଏହାର ଡେସିବେଲ୍ ସ୍ତର ଭିନ୍ନ ହୋଇଥାଏ।

ସାଧାରଣ କଥାବାର୍ତ୍ତାର ଶବ୍ଦ ପ୍ରାୟ ୬୦ ଡେସିବେଲ୍ ହୋଇଥିବା ବେଳେ ଘରର ଶାନ୍ତ ପରିବେଶରେ ଏହାଠାରୁ କମ୍ ଶବ୍ଦ ରହିଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଓ ଶ୍ରବଣ ସ୍ୱାସ୍ଥ୍ୟ ସମ୍ପର୍କିତ ମାର୍ଗଦର୍ଶିକା ଅନୁସାରେ, ଶବ୍ଦର ତୀବ୍ରତା ସହିତ ଏହାର ସଂସ୍ପର୍ଶରେ ରହିବାର ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ସାଧାରଣତଃ ୭୦ ଡେସିବେଲ୍‌ର କିମ୍ବା ତା"ଠାରୁ କମ୍ ଶବ୍ଦରେ ଦୀର୍ଘ ସମୟ ରହିଲେ ଶ୍ରବଣଶକ୍ତି ହ୍ରାସ ହେବାର ଆଶଙ୍କା କମ୍ ଥାଏ।

କିନ୍ତୁ ୮୫ ଡେସିବେଲ୍ କିମ୍ବା ତା"ଠାରୁ ଅଧିକ ଶବ୍ଦରେ ଦୀର୍ଘ ସମୟ ରହିବା ଦ୍ୱାରା କାନର ଭିତରେ ଥିବା ସୂକ୍ଷ୍ମ ଶ୍ରବଣ କୋଷଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରନ୍ତି।

ଏହି କ୍ଷତି ଧୀରେ ଧୀରେ ବଢ଼ି ସ୍ଥାୟୀ ଶ୍ରବଣଶକ୍ତି ହ୍ରାସର କାରଣ ହୋଇଥାଏ।

କ୍ଷତିର ମାତ୍ରା ଭିନ୍ନଶବ୍ଦର ତୀବ୍ରତା ବଢ଼ିବା ସହ କାନ ପ୍ରତି ବିପଦ ମଧ୍ୟ ବଢ଼ିଥାଏ।

ତେବେ ସମସ୍ତଙ୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସୁରକ୍ଷିତ ସୀମା ନାହିଁ।

ଶବ୍ଦର ତୀବ୍ରତା, ଏହାର ଅବଧି ଏବଂ ବ୍ୟକ୍ତିର ସମ୍ବେଦନଶୀଳତା ଅନୁସାରେ କ୍ଷତିର ମାତ୍ରା ଭିନ୍ନ ହୋଇଥାଏ।•    ୭୦ ଡେସିବେଲ୍ ପର୍ଯ୍ୟନ୍ତ: ସାଧାରଣତଃ ଦୀର୍ଘ ସମୟର ଶ୍ରବଣ କ୍ଷତିର ଆଶଙ୍କା କମ୍।•    ୮୫ ଡେସିବେଲ୍: ଦୀର୍ଘ ସମୟ ସଂସ୍ପର୍ଶରେ ରହିଲେ ଶ୍ରବଣଶକ୍ତି ହ୍ରାସର ଆଶଙ୍କା ବଢ଼େ।•    ୧୦୦ ଡେସିବେଲ୍: ଏହି ସ୍ତରର ଶବ୍ଦରେ ଅଳ୍ପ ସମୟ ରହିଲେ ମଧ୍ୟ କାନ କ୍ଷତିଗ୍ରସ୍ତ ହୋଇଥାଏ।•    ୧୨୦ ଡେସିବେଲ୍ କିମ୍ବା ଅଧିକ: ଶବ୍ଦ ଅତ୍ୟନ୍ତ ଅସହ୍ୟ ହୋଇପାରେ ଏବଂ ତୁରନ୍ତ ଶ୍ରବଣ କ୍ଷତିର ଆଶଙ୍କା ରହିଥାଏ।•    ୧୪୦ ଡେସିବେଲ୍ କିମ୍ବା ଅଧିକ: ଗୁଳି ଫୁଟିବା କିମ୍ବା ନିକଟରେ ତୀବ୍ର ବିସ୍ଫୋରଣ ଭଳି ଶବ୍ଦ ହଠାତ୍ ଶ୍ରବଣଶକ୍ତିକୁ ଗୁରୁତର କ୍ଷତି ପହଞ୍ଚାଇଥାଏ।ଅତ୍ୟଧିକ ଶବ୍ଦ ମଣିଷ ପାଇଁ ଘାତକ ହୋଇଥାଏ।

ଅତ୍ୟଧିକ ତୀବ୍ର ଶବ୍ଦ ସୃଷ୍ଟି କରୁଥିବା ବିସ୍ଫୋରଣରେ ଶବ୍ଦ ସହିତ ଶକ୍ତିଶାଳୀ ଚାପ ତରଙ୍ଗ ମଧ୍ୟ ସୃଷ୍ଟି ହୋଇଥାଏ।

ଏହି ତରଙ୍ଗ କାନର ପରଦା, ଫୁସ୍ଫୁସ୍ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗକୁ ଗୁରୁତର କ୍ଷତି ପହଞ୍ଚାଇଥାଏ।

Hand Arthritis: ଡବା ଖୋଲିବା ବେଳେ ହାତରେ ଯନ୍ତ୍ରଣା ହେଉଛି କି?

ଜାଣନ୍ତୁ ଆର୍ଥ୍ରାଇଟିସର ଏହି ପ୍ରାରମ୍ଭିକ ଲକ୍ଷଣ, ଉଚ୍ଚ ଶବ୍ଦକୁ ମନୋରଞ୍ଜନର ଏକ ଅଂଶ ଭାବେ ଗ୍ରହଣ କରିବା ପୂର୍ବରୁ ଏହାର ବିପଦକୁ ବୁଝିବା ଜରୁରୀ।

ଶବ୍ଦର ତୀବ୍ରତା ନିୟନ୍ତ୍ରଣ କରିବା ଏବଂ ଏହାର ସଂସ୍ପର୍ଶରେ ରହିବା ସମୟ କମାଇବା ଦ୍ୱାରା ଆମେ ନିଜ ଶ୍ରବଣଶକ୍ତିକୁ ସୁରକ୍ଷିତ ରଖିପାରିବା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।