Earth Again Conference 2026: ଆମେ ଅଧିକ ହେନ୍ତାଳ ବଣ ସୃଷ୍ଟି କରିବା ଦରକାର: ସୁଶାନ୍ତ ନନ୍ଦ

Oct 04, 2026 - 12:52
Earth Again Conference 2026: ଆମେ ଅଧିକ ହେନ୍ତାଳ ବଣ ସୃଷ୍ଟି କରିବା ଦରକାର: ସୁଶାନ୍ତ ନନ୍ଦ

"ଭୁ‌ବନେଶ୍ବର: ଆଜି "ପୁନଶ୍ଚ ପୃଥିବୀ"ର ତୃତୀୟ ଦିନ।

ଏଥିରେ ଆଲୋଚନାର ବିଷୟ ରହିଛି "ଜଳବାୟୁ ପ୍ରଶାସନ"।

ଏଥିରେ ଆଲୋଚକ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୂର୍ବତନ PCCF ସୁଶାନ୍ତ ନନ୍ଦ।

କାର୍ଯ୍ୟକ୍ରମର ସଞ୍ଚାଳନ କରୁଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର।Advertisment ପୂର୍ବତନ PCCF ସୁଶାନ୍ତ ନନ୍ଦ କହିଛନ୍ତି, ସାଧାରଣ ଲୋକ ଜାଣନ୍ତି କେମିତି ପ୍ରକୃତି ସହ ମିଶିକି ଚଳିବେ।

ନହେଲେ ଜଙ୍ଗଲ ସବୁ ନଷ୍ଟ ହେଇ ଯାଆନ୍ତା।

କିନ୍ତୁ ଏବେ ସମସ୍ୟା ହେଇଚି, ମଣିଷ ଓ ବନ୍ୟା ଜନ୍ତୁ ସହାବସ୍ଥାନ ହେଇ ପାରୁନି।

ହାତୀର ସୁରକ୍ଷା ପାଇଁ ସାଧାରଣ ଲୋକ ହିଁ ଆମକୁ ବୁଦ୍ଧି ଦିଅନ୍ତି।

ସେମାନଙ୍କ ବୁଦ୍ଧିରେ ଆମେ ହାତୀ ଚଲା ପଥ ହେଉଚି।

ଏବେ ବାରହା ସଂଖ୍ୟା ବଢ଼ିଛି।

ସେମାନେ ଫସଲ  ଧ୍ବଂସ କରୁଛନ୍ତି।

ବଣୁଆ ଘାସ ବୃଦ୍ଧି କରିବାକୁ ପଡ଼ିବ ହେନ୍ତାଳ ବଣ ଅଧିକ ଆମେ ସୃଷ୍ଟି କରିବା ଦରକାର।

ଏବେ ଜାଗା ଅଭାବ ହେଲାଣି।

କିନ୍ତୁ ତାକୁ ବଢେଇବାକୁ ପଡ଼ିବ।

ବଣୁଆ ଘାସ ବୃଦ୍ଧି କରିବାକୁ ପଡିବ।

ଜଳବାୟୁ ପରିବର୍ତ୍ତନ  ଏକ ବଡ଼ ସଙ୍କଟ ଭାବେ ଉଭା ହୋଇସାରିଛି।

ଏହାର ମୁକାବିଲା ପାଇଁ ସରକାରୀ ବିଭାଗଗୁଡ଼ିକ ନିଜ ନିଜ ସୀମା  ଭିତରେ ସୀମିତ ନ ରହି ଏକାଠି କାମ କରିବା ସହ ଉତ୍ତରଦାୟୀ (Accountable) ହେବା ଜରୁରୀ ବୋଲି 'ପୁନଶ୍ଚ ପୃଥିବୀ' କାର୍ଯ୍ୟକ୍ରମରେ  ପୂର୍ବତନ ପିସିସିଏଫ ବରିଷ୍ଠ ପ୍ରଶାସକ ସୁଶାନ୍ତ ନନ୍ଦ ମତ ରଖିଛନ୍ତି।

ସରକାରୀ ବିଭାଗଗୁଡ଼ିକ ବର୍ତ୍ତମାନ ପରସ୍ପରଠାରୁ ଅଲଗା ହୋଇ   vertical ଭାବେ କାମ କରୁଛନ୍ତି।

ଏହି ସୀମାକୁ ଭାଙ୍ଗି ସବୁ ବିଭାଗକୁ ଜଳବାୟୁ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଉତ୍ତରଦାୟୀ କରାଯିବା ନିହାତି ଆବଶ୍ୟକ।

ଯଦି ଜଳବାୟୁ ପରିବର୍ତ୍ତନର ମୁକାବିଲା ପ୍ରସଙ୍ଗଟି ଶାସନ ବ୍ୟବସ୍ଥା  ଭିତରକୁ ଆସିପାରିବ, ତେବେ ଏହା ଜଳବାୟୁ ପ୍ରତି ଏକ ଅଧିକ ସମ୍ବେଦନଶୀଳ ଓ ଦୃଢ଼ ଶାସନ ପ୍ରଦାନ କରିବାରେ ବହୁଗୁଣ ସହାୟକ ହେବ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ବ୍ୟାପକ ହୋଇସାରିଥିବାରୁ, କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବିଭାଗ ଉପରେ ନିର୍ଭର ନ କରି ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ହିଁ ଏହାର ସମାଧାନର ଏକମାତ୍ର ଉପାୟ।

ଏହି ଆଲୋଚନାରେ ବିଜୟ ପଟ୍ଟନାୟକ କହିଛନ୍ତି, ଅଧିକ ଅଣପାରଂପାରିକ ଶକ୍ତିର ବ୍ୟବହାର କରାଯିବା ଉଚିତ।

ଓଡ଼ିଶାର ଶିଳ୍ପାୟନ, କାର୍ବନ ଫୁଟପ୍ରିଣ୍ଟ ଏବଂ ନବୀକରଣଯୋଗ୍ୟ ଶକ୍ତି ନୀତି ଉପରେ ଗୁରୁତ୍ୱାରୋପ କରି  ମତ ରଖିଛନ୍ତି।

ଶିଳ୍ପକୁ ଆମେ ବନ୍ଦ୍ କରିପାରିବା ନାହିଁ।

ଆମର ନିୟମ ଅନେକ ରହିଛି।

କିନ୍ତୁ ସେ ସବୁ ସଶକ୍ତ ଭାବରେ କାର୍ଯ୍ୟକାରୀ ହୋଇପାରିନି।

ଓଡ଼ିଶାରେ କାର୍ବନ ଫୁଟପ୍ରିଣ୍ଟ ଅତ୍ୟଧିକ ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ବ୍ୟାପକ ଶିଳ୍ପାୟନ।

ପ୍ରଚୁର କୋଇଲା ସମ୍ପଦକୁ ବ୍ୟବହାର କରି ରାଜ୍ୟରେ ସ୍ଥାପନ ହୋଇଥିବା ବିଦ୍ୟୁତ ପ୍ରକଳ୍ପଗୁଡ଼ିକ (Power Plants) ଏଥିପାଇଁ ପ୍ରମୁଖ ଦାୟୀ।

ଆମେ ଯୋଜନା କରିବାରେ ଆଗୁଆ, କିନ୍ତୁ କାର୍ଯ୍ୟକାରୀ କରିବାରେ ପଛୁଆ।

ସବୁ ସରକାରୀ ବିଭାଗକୁ ଏବେ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ କରିବାକୁ ପଡିବ।

ସବୁ ବିଭାଗ ପାଇଁ ଜଳବାୟୁ ବଜେଟ୍ ଓ ନୀତି ନିୟମ ଦରକାର।

କାରଣ ଜଳବାୟୁ ସମସ୍ୟା ଆମ ପାଖରେ ଦୁଆରେ ପହଞ୍ଚି ଗଲାଣି।

Earth Again Conference 2026: ପରିବେଶ, ଜୈବ-ବିବିଧତା ସହ ଅର୍ଥନୀତି ଜଡ଼ିତ ଅଛି" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।