Earth Again Conference 2026: ଜଳବାୟୁର ଚିତ୍ର ବଦଳାଇବାରେ ମୁଖ୍ୟ ଭୂମିକା ନିଭାଇ ପାରିବ ଓଡ଼ିଶା’

Oct 04, 2026 - 13:14
Earth Again Conference 2026: ଜଳବାୟୁର ଚିତ୍ର ବଦଳାଇବାରେ ମୁଖ୍ୟ ଭୂମିକା ନିଭାଇ ପାରିବ ଓଡ଼ିଶା’

"ଭୁ‌ବନେଶ୍ବର: ଦୈନିକ "ସମ୍ବାଦ" ଏବଂ ଆମ ଓଡ଼ିଶା ପକ୍ଷରୁ ଆ‌ୟୋଜିତ "ପୁନଶ୍ଚ ପୃଥିବୀ"ର ତୃତୀୟ ସଂସ୍କରଣର ସମ୍ମିଳନୀର ଆୟୋଜନ ହୋଇଛି।

ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀର ଉଦ୍‌ଯାପନୀ ଦିବସର ଏକ ସ୍ବତନ୍ତ୍ର ଅଧିବେଶନରେ "ଜଳବାୟୁ ସମାଜ" ଉପରେ ଚର୍ଚ୍ଚା ହୋଇଛି।

ଏହି ଅଧିବେଶନରେ ବିଭିନ୍ନ ବେସରକାରୀ ସଂସ୍ଥା, ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ନିଜର ମତାମତ ରଖିଛନ୍ତି।

Advertisment ଗଞ୍ଜାମ ଜିଲ୍ଲାର ବିଭୁ ପ୍ରସାଦ ସାହୁ କହିଛନ୍ତି, କୋଷ୍ଟାଲ୍ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରକ୍ରିୟାକୁ ବୁଝିବା ପାଇଁ ଯୁବବର୍ଗଙ୍କୁ ଏକାଠି କରାଯାଉଛି ଏବଂ ସେମାନଙ୍କୁ ମୋବିଲାଇଜ୍ କରାଯାଉଛି।

ଜଣେ ନାଗରିକ ଭାବରେ ସେମାନଙ୍କର ଜୀବନ, ଜୀବିକା, ସଂସ୍କୃତି ଏବଂ ସହଭାଗିତା ସମ୍ପର୍ଣ୍ଣ ଅଧିକାର ବିଷୟରେ ଜାଣିବା ଏବଂ ନିଜର ଜୀବନ ଜୀବିକାକୁ ସୁରକ୍ଷା ଦେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି।

ଯୁବକମାନଙ୍କୁ ସୋସିଆଲ୍ ମ୍ୟାପିଂ, ରିସୋର୍ସ ମ୍ୟାପିଂ ଏବଂ ଭଲ୍‌ନେରାବିଲିଟି ମ୍ୟାପିଂ ଭଳି ବିଭିନ୍ନ ପାର୍ଟିସିପେଟୋରି ଗ୍ରାମୀଣ ଅପରାଇଜାଲ୍ ଟୁଲ୍‌ ବ୍ୟବହାର କରି ପ୍ରାକୃତିକ ସମ୍ପଦ ତଥା କମନ୍ ପ୍ରପର୍ଟି ରିସୋର୍ସେସ୍ ଚିହ୍ନଟ କରିବା ପାଇଁ ତାଲିମ ଦିଆଯାଉଛି।

ଏହିସବୁ ସମ୍ପଦକୁ ଚିହ୍ନଟ କରି ସେମାନଙ୍କୁ ପଞ୍ଚାୟତ ପାଖରେ ପହଞ୍ଚାଇବାକୁ ଯୋଜନା କରାଯାଉଛି, କାରଣ ସ୍ଥାନୀୟ ଅଞ୍ଚଳର ବିକାଶରେ ପଞ୍ଚାୟତର ଏକ ମୁଖ୍ୟ ଭୂମିକା ରହିଥାଏ।

ଫଟୋରେ "ପୁନଶ୍ଚ ପୃଥିବୀ"ର ଉଦ୍‌ଯାପନୀ ଦିବସ ସମ୍ମିଳନୀରେ ଆଲୋଚନା ହୋଇଛି ଯେ, ସହରର ଅତିରିକ୍ତ ସମ୍ପତ୍ତି ଏକ ବଡ଼ ସମ୍ବଳ ଅଟେ।ଲୋକଙ୍କୁ କେବଳ ସାହାଯ୍ୟ ନେଉଥିବା ବ୍ୟକ୍ତି ନ ଭାବି, ସେମାନଙ୍କୁ ସେହି ସମ୍ପତ୍ତିର ମାଲିକ ଓ ପରିଚାଳକ ଭାବରେ ଗ୍ରହଣ କରାଯିବା ଉଚିତ।

ଓଡ଼ିଶା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଗାଁ ଲୋକଙ୍କ ପାଖରେ ଅଛି।

ଗାଁ ଲୋକ ହିଁ ଓଡ଼ିଶାର ଲୋକେ ଜଳବାୟୁର ଚିତ୍ର ବଦଳାଇବାରେ ମୁଖ୍ୟ ଭୂମିକା ନିଭାଇ ପାରିବେ।

ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଇ ଏଫ୍‌ଇଏସ୍‌ ସ୍ବପ୍ନାଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ସରପଞ୍ଚ ଏବଂ ଗ୍ରାମୀଣ ଅନୁଷ୍ଠାନଗୁଡ଼ିକ ଏହି ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼େଇ କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରୁଛନ୍ତି।

ଗ୍ରାମର ଲୋକମାନେ ବୃକ୍ଷରୋପଣ, ପୋଖରୀ ସଫା କରିବା, ଜଙ୍ଗଲ ଜଗିବା ଏବଂ ପାଣି ରଖିବା ଭଳି କାମରେ ସହଯୋଗ କରୁଛନ୍ତି।

ସାମାଜିକ ଅନୁଷ୍ଠାନ ଏବଂ ଗ୍ରାମୀଣ ଅନୁଷ୍ଠାନଗୁଡ଼ିକ ସବୁ ମିଳିମିଶି ଏହି ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଏକାଠି କାମ କରୁଛନ୍ତି।

ଓଡ଼ିଶା ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ କିପରି ଲଢ଼ାଇ କରିହେବ, ତାହାର ଏକ ବଡ଼ ଉଦାହରଣ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।