U-17 Football Selection Row: ଅଣ୍ଡର-୧୭ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଜିଲ୍ଲାସ୍ତରୀୟ ଖେଳାଳୀ ଚୟନରେ ପାତରଅନ୍ତର ଅଭିଯୋଗ

Oct 04, 2026 - 17:01
U-17 Football Selection Row: ଅଣ୍ଡର-୧୭ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଜିଲ୍ଲାସ୍ତରୀୟ ଖେଳାଳୀ ଚୟନରେ ପାତରଅନ୍ତର ଅଭିଯୋଗ

"ଭୁବନେଶ୍ବର: ୧୭ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ‌ ନିମନ୍ତେ ଜିଲ୍ଲାସ୍ତରୀୟ ଗୋଲ୍‌କିପର ଚୟନରେ ଖୋର୍ଦ୍ଧା ଜିଲ୍ଲାରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ଛାତ୍ର ଓ ଅଭିଭାବକ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment Football: ଫୁଟ୍‌ବଲ୍‌ ପାଇଁ ଓଡ଼ିଶାର ହକି ମଡେଲ୍‌କୁ ଆପଣାଇବ ପଶ୍ଚିମବଙ୍ଗ: ମେସି ଟୁର୍‌ରେ ବଞ୍ଚିତ ଦର୍ଶକଙ୍କୁ ମାଗଣା ଟିକେଟ୍‌ ସୂଚନାନୁସାରେ, ମଦନପୁର ଫୁଟବଲ୍‌ ପଡ଼ିଆରେ ଚଳିତ ମାସ ୧ ତାରିଖରେ ଚୟନ କାର୍ଯ୍ୟକ୍ରମ ହୋଇଥିଲା।

ତେବେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବଛାବଛା ଖେଳାଳୀ ଭାଗ ନେଇଥିଲେ।

ଜିଲ୍ଲା ଶିକ୍ଷା ଓ କ୍ରୀଡ଼ା ବିଭାଗ ପକ୍ଷରୁ ଉପଯୁକ୍ତ ଖେଳଳୀଙ୍କୁ ଚୟନ କରିବାକୁ ଏକ ବିଭିନ୍ନ କ୍ରୀଡ଼ାଶିକ୍ଷକଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା।

Football Match: ଭାରତ ଆସିବେ ଭିନିସିଅସ୍‌ ଜୁନିୟର, ରାଫିନା; କୋଲ୍‌କାତା ମ୍ୟାଚ୍‌ ଲାଗି ବ୍ରାଜିଲ୍‌ ଦଳ ଘୋଷିତ ଚୟନ ପ୍ରକ୍ରିୟାରେ ଭାଗ ନେଇଥିବା କେରଙ୍ଗ ମହାବିଦ୍ୟାଳୟର ଇନ୍‌ତାଜ୍‌ ଖାଁଙ୍କ ଅଭିଯୋଗ ଅନୁସ‌ାରେ, କ୍ବାଟରଫାଇନାଲ୍‌ରେ ବୋଲଗଡ଼ ବ୍ଲକ ବିପକ୍ଷରେ ଟାଇବ୍ରେକରରେ ଖୋର୍ଦ୍ଧା ଦଳରୁ ଗୋଲ୍‌ କିପର ଭାବେ ୪ଟି ଗୋଲ୍‌ ସେଭ୍‌ କରାଇଥିଲେ।

ଏଥିରେ ଟିମ୍‌ ସେମିଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲା।

ଭୁବନେଶ୍ବର ବ୍ଲକ ବିପକ୍ଷରେ ଟାଇବ୍ରେକରରେ ମଧ୍ୟ ୪ଟି ଗୋଲ୍‌ ସେଭ୍‌ କରିଥିଲେ ଓ ଖୋର୍ଦ୍ଧା ବ୍ଲକ୍‌ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲା।

ଜଟଣୀ ବ୍ଲକ୍‌ ବିରୋଧରେ ମଧ୍ୟ ୩ଟି ଗୋଲ୍‌ ସେଭ୍‌ କରିଥିଲେ ଓ ଖୋର୍ଦ୍ଧା ବ୍ଲକ ଚାମ୍ପିଅନ୍‌ ହୋଇଥିଲା।

ଏହା ସତ୍ବେ ତାଙ୍କୁ ଚୟନ କରାଯାଇନାହିଁ।

Football Match: ଭାରତ ଆସିବେ ଭିନିସିଅସ୍‌ ଜୁନିୟର, ରାଫିନା; କୋଲ୍‌କାତା ମ୍ୟାଚ୍‌ ଲାଗି ବ୍ରାଜିଲ୍‌ ଦଳ ଘୋଷିତଏନେଇ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ଜଣାଇଛନ୍ତି।

ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରିଣୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଏହି ଚୟନପ୍ରକ୍ରିୟା ସହ ଜଡ଼ିତ ନୁହନ୍ତି।

ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି।

ଟିମ୍‌ର ନିଷ୍ପତ୍ତି ହିଁ ଚୂଡ଼ାନ୍ତ ତେବେ ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।