Earth Again Conference 2026: ‘ଜଳବାୟୁ ପରିବର୍ତ୍ତନ କାରଣରୁ ଗୋଟିଏ ଫସଲରୁ ଗାଁ ଲୋକଙ୍କର ଖାଦ୍ୟ ସୁରକ୍ଷା ହୋଇପାରୁ ନାହିଁ’
"ଭୁବନେଶ୍ବର: ଜଳସେଚନର ସୁବିଧା ନଥିବାରୁ ବର୍ଷସାରା କେବଳ ଗୋଟିଏ ହିଁ ଫସଲ ହୋଇପାରୁଛି, ଯାହା ଦ୍ୱାରା ନଗଦ ଆଦାୟ ସମ୍ଭବ ହେଉନାହିଁ।
ପୂର୍ବରୁ ଗୋଟିଏ ଫସଲରୁ ଗାଁ ଲୋକଙ୍କର ଖାଦ୍ୟ ସୁରକ୍ଷା ହୋଇପାରୁଥିଲା, କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ତାହା ମଧ୍ୟ ସଙ୍କଟରେ ପଡ଼ିଛି।
ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁକ୍ରବାର ସେଣ୍ଟର ଫର ମାଇଗ୍ରେସନ ଆଣ୍ଡ ଇନକ୍ୟୁସିଭ ଡଭ୍ଲପ୍ମେଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନୟ ପିଟର ଏହା କହିଛନ୍ତି।
Advertisment ଛୋଟ ଛୋଟ ଜଳସ୍ରୋତ ଶୁଖିଯାଉଛି ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ସେ କହିଛନ୍ତି ଯେ, ଜୁନ୍ ମାସରେ ଚାଷ ବେଳେ ବର୍ଷା ହେଉନାହିଁ, ବରଂ ଡିସେମ୍ବର ମାସରେ ଫସଲ ଅମଳ ବେଳେ ବର୍ଷା ହେଉଛି।
ଏହାସହ ଗ୍ରୀଷ୍ମଦିନେ ଅତ୍ୟାଧିକ ଗରମ ଯୋଗୁଁ କାମ କରିବା କଷ୍ଟକର ହେଉଛି ଏବଂ ଛୋଟ ଛୋଟ ନାଳ/ଜଳସ୍ରୋତ ଶୁଖିଯାଉଛି।
Earth Again Conference 2026: ନେପାଳ ବନ୍ୟା ମାନବ ସମାଜ ଦ୍ୱାରା ହୋଇଥିବା ଏକ ସାଂଘାତିକ ତ୍ରୁଟିର ପ୍ରଭାବ: ବିରାଟ ଅନୁପମ୍ ବିନୟ ପିଟର କହିଛନ୍ତି, ଗାଁରେ ରୋଜଗାରର ଅନ୍ୟ କୌଣସି ସୁବିଧା କିମ୍ବା ବିକଳ୍ପ ନଥିବାରୁ ଲୋକଙ୍କୁ ନିଜ ଗାଁ ଓ ରାଜ୍ୟ ଛାଡ଼ି ବାହାରକୁ ଯିବାକୁ ପଡ଼ୁଛି।
ବାହାରକୁ ଗଲେ ଟଙ୍କା ଆସୁଛି, ଘରକୁ ପଇସା ପଠାଇ ହେଉଛି ଏବଂ ପିଲାମାନେ ପଢ଼ିବାର ସୁଯୋଗ ପାଉଛନ୍ତି।
ସ୍ଥାନାନ୍ତରଣର ପ୍ରମୁଖ କାରଣ କେବଳ ଜଳବାୟୁ ପରିବର୍ତ୍ତନ ନୁହେଁ, ବରଂ ଜୀବନଧାରଣର ନୂତନ ଆଶା।
କେବଳ ପ୍ରାକୃତିକ ବିପର୍ଯ୍ୟୟ ବା ବାତ୍ୟା ନୁହେଁ, ଦାରିଦ୍ର୍ୟ ଯୋଗୁଁ ହିଁ ଲୋକେ ବାସସ୍ଥାନ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।
ଉମୀ ଡାନିଏଲ କହିଛନ୍ତି...
ସମାରୋହରେ ବରିଷ୍ଠ ପଲିସି ଏବଂ ପ୍ରୋଗ୍ରାମ ପରାମର୍ଶଦାତା ଉମୀ ଡାନିଏଲ କହିଛନ୍ତି, ଗାଁରେ ଲୋକଙ୍କ ପାଖରେ ଜୀବିକା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଓ କାମର ଅଭାବ ରହିଛି।
ଚାଷକାମ କମିଯାଇଛି ଏବଂ ନରେଗା ଯୋଜନାରେ ୧୦୦ ଦିନର କାମ ମିଳିବା କଥା ହୋଇଥିଲେ ବି ବର୍ତ୍ତମାନ ୫୦ ଦିନରୁ କମ୍ କାମ ମିଳୁଛି।
ଓଡ଼ିଶାରେ ଯୁବକମାନଙ୍କ ପାଖରେ କୌଶଳ ବା ଦକ୍ଷତା ସ୍ତର ବହୁତ କମ୍ ରହିଛି।
ବାହାରେ ଯାଇ ସୁରକ୍ଷିତ ଭାବେ କାମ କରିବା ପାଇଁ ଯେଉଁ ସ୍କିଲ୍ ଦରକାର, ତାହା ନଥିବାରୁ ସେମାନେ ନିଯୁକ୍ତି ଯୋଗ୍ୟ ହୋଇପାରୁନାହାନ୍ତି।
ସେ କହିଛନ୍ତି, କେନ୍ଦୁଝର ଭଳି ଖଣିଜ-ସମ୍ପନ୍ନ ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ଡିଏମ୍ଏଫ୍ ଫଣ୍ଡ୍ ଓ ସରକାରୀ ଯୋଜନା ଥାଇ ମଧ୍ୟ ଲୋକଙ୍କୁ ହଜାର ହଜାର କିଲୋମିଟର ଦୂରକୁ କାମ ପାଇଁ ଯିବାକୁ ପଡ଼ୁଛି।
ପ୍ରବାସ କ୍ଷତିକାରକ ନୁହେଁ, କିନ୍ତୁ ଶ୍ରମିକମାନଙ୍କୁ ଦକ୍ଷତା, ସୁରକ୍ଷା, ବିକଳ୍ପ ସୁଯୋଗ ଏବଂ ସମ୍ମାନଜନକ ଭାବେ ଫେରିବାର ସୁବିଧା ମିଳିବା ଉଚିତ୍।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।