Egg Quality: କିପରି ଜାଣିବେ ଅଣ୍ଡା ଭଲ ନା ଖରାପ?

Oct 02, 2026 - 14:13
Egg Quality: କିପରି ଜାଣିବେ ଅଣ୍ଡା ଭଲ ନା ଖରାପ?

"ଭୁବନେଶ୍ୱର: ଅଣ୍ଡା ଆମ ଦୈନନ୍ଦିନ ଖାଦ୍ୟର ଏକ ଲୋକପ୍ରିୟ ଅଂଶ।

ଏଥିରେ ଉଚ୍ଚମାନର ପ୍ରୋଟିନ ସହ ଅନେକ ଆବଶ୍ୟକ ପୋଷକତତ୍ତ୍ୱ ରହିଥାଏ।

ତେବେ ବଜାରରୁ କିଣୁଥିବା ଅଣ୍ଡା ସତେଜ କି ନୁହେଁ, ତାହା ଜାଣିବା ମଧ୍ୟ ଜରୁରୀ।

ବିଶେଷକରି ସୋସିଆଲ ମିଡିଆରେ "ନକଲି ଅଣ୍ଡା"କୁ ନେଇ ବିଭିନ୍ନ ଦାବି ଭାଇରାଲ ହେଉଥିବା ବେଳେ ଅଣ୍ଡାର ଗୁଣବତ୍ତା ଓ ସତେଜତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ।Advertisment ଏକ ସହଜ ପରୀକ୍ଷା ତେବେ ଅଣ୍ଡା ସତେଜ କି ପୁରୁଣା, ତାହା ଜାଣିବା ପାଇଁ ଘରେ ହିଁ ଏକ ସହଜ ପରୀକ୍ଷା କରାଯାଇପାରେ।

ଏଥିପାଇଁ କୌଣସି ବିଶେଷ ଯନ୍ତ୍ରର ଆବଶ୍ୟକତା ନାହିଁ।

କେବଳ ଏକ ଗ୍ଲାସ କିମ୍ବା ଗଭୀର ପାତ୍ରରେ ପାଣି ନେଇ ଅଣ୍ଡାକୁ ସେଥିରେ ପକାଇ ଏହାର ଅବସ୍ଥା ଦେଖିବାକୁ ପଡ଼ିବ।

ପ୍ରଥମେ ଏକ ଗ୍ଲାସ, ମଗ୍ କିମ୍ବା ଗଭୀର ପାତ୍ରରେ ପର୍ଯ୍ୟାପ୍ତ ପାଣି ଭରନ୍ତୁ।

ଏହାପରେ ଅଣ୍ଡାକୁ ଧୀରେ ପାଣିରେ ପକାନ୍ତୁ।

ଅଣ୍ଡାଟି ପାଣିର ତଳେ କିପରି ରହୁଛି କିମ୍ବା ଉପରକୁ ଭାସୁଛି କି ନାହିଁ, ତାହା ଦେଖନ୍ତୁ।

ଯଦି ଅଣ୍ଡା ପାଣିର ତଳେ ଚଉଡ଼ା ହୋଇ ସିଧା ହୋଇ ରହୁଛି, ତେବେ ଏହା ସତେଜ ତାହା ସତେଜ ଅଟେ।

ଅଣ୍ଡାଟି ପାଣିର ତଳେ ରହି ଗୋଟିଏ ପାର୍ଶ୍ୱକୁ ଢଳି ରହେ କିମ୍ବା ଠିଆ ହୋଇଥିବା ଭଳି ଦେଖାଯାଏ, ତେବେ ଏହା ପୁରୁଣା ଅଟେ।

ଅନ୍ୟପକ୍ଷରେ, ଅଣ୍ଡା ପାଣିର ଉପରିଭାଗକୁ ଆସି ଭାସିଲେ, ଏହା ଅଧିକ ପୁରୁଣା କିମ୍ବା ଖରାପ ହୋଇଥାଇପାରେ।

ସମୟ ବିତିବା ସହିତ ଅଣ୍ଡା ଭିତରେ ଥିବା ଏୟାର ସେଲ୍ ବା ବାୟୁର ଖାଲି ସ୍ଥାନ ବଡ଼ ହୋଇଯାଏ।

ଏହି କାରଣରୁ ପୁରୁଣା ଅଣ୍ଡା ପାଣିରେ ଭାସିଥାଏ।ଅଣ୍ଡାର ସତେଜତା ଜାଣିବା ପାଇଁ ଏହାକୁ ଭାଙ୍ଗି ମଧ୍ୟ ଦେଖାଯାଇପାରେ।

ସତେଜ ଅଣ୍ଡାର କେଶର ସାଧାରଣତଃ ଗୋଲାକାର ଓ ଉଠିକି ରହିଥାଏ।

ଏହାର ସଫେଦ ଅଂଶ ମଧ୍ୟ ଅପେକ୍ଷାକୃତ ଗାଢ଼ ହୋଇ କେଶର ଚାରିପାଖରେ ରହିଥାଏ।

ଅଣ୍ଡା ପୁରୁଣା ହେବା ସହିତ ସଫେଦ ଅଂଶ ପତଳା ହୋଇ ଅଧିକ ଦୂରକୁ ବ୍ୟାପିପାରେ।

କେଶର ମଧ୍ୟ ପୂର୍ବ ଭଳି ଦୃଢ଼  ରହିନଥାଏ।

ଯଦି ଅଣ୍ଡା ଭାଙ୍ଗିବା ପରେ ଏଥିରୁ ଅସ୍ୱାଭାବିକ କିମ୍ବା ପଚା ଗନ୍ଧ ବାହାରେ, ତେବେ ଏହାକୁ ଖାଇବା ଉଚିତ ନୁହେଁ।

Walking: ଦୈନନ୍ଦିନ ଚାଲିବା ଦ୍ୱାରା ମସ୍ତିଷ୍କ ରହେ ସୁସ୍ଥଅଣ୍ଡାକୁ ଉଚ୍ଚମାନର ପ୍ରୋଟିନର ଏକ ଭଲ ଉତ୍ସ ଭାବେ ଗଣାଯାଏ।

ଏଥିରେ ଆବଶ୍ୟକ ଆମିନୋ ଏସିଡ୍ ସହ ଭିଟାମିନ୍ ବି-୧୨, ସେଲେନିୟମ, ଆଣ୍ଟିଅକ୍ସିଡାଣ୍ଟ ଓ କୋଲିନ ଭଳି ପୋଷକତତ୍ତ୍ୱ ମିଳିଥାଏ।

ଅଣ୍ଡାର କେଶରରେ ମଧ୍ୟ କୋଲିନ, ଲ୍ୟୁଟିନ ଓ ଜିଆଜାନ୍ଥିନ ଭଳି ପୋଷକତତ୍ତ୍ୱ ରହିଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।