Earth Again Conference 2026: ‘ପାଣି-ବାଲି ଯୋଗୁଁ ସମୁଦ୍ର ଉପକୂଳର ଭୂଗୋଳ ନିରନ୍ତର ବଦଳୁଛି’

Oct 03, 2026 - 13:35
Earth Again Conference 2026: ‘ପାଣି-ବାଲି ଯୋଗୁଁ ସମୁଦ୍ର ଉପକୂଳର ଭୂଗୋଳ ନିରନ୍ତର ବଦଳୁଛି’

"ଭୁବନେଶ୍ବର: ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନର ଏକ ସ୍ବତନ୍ତ୍ର ଅଧିବେଶନରେ ଯୋଗଦେଇ ଶନିବାର କମନ ଗ୍ରାଉଣ୍ଡ ପଥୱେ ଲିଡ୍‌ର ଶିଶିର ପ୍ରଧାନ କହିଛନ୍ତି, ନୂଆ ଆକଳନ ଅନୁଯାୟୀ ଓଡ଼ିଶାର ସମୁଦ୍ର ଉପକୂଳ ପ୍ରାୟ ୫୭୪ କିଲୋମିଟର।

ନଦୀଗୁଡ଼ିକରୁ ଆସୁଥିବା ପାଣି ଓ ବାଲି ଯୋଗୁଁ ଏହି ଉପକୂଳ ନିରନ୍ତର ବଦଳୁଥାଏ, ଯେଉଁଥିପାଇଁ କିଛି ଅସ୍ଥାୟୀ ଦ୍ୱୀପ ଆଜି ଅଛି ତ କାଲି ନାହିଁ।

ଏହି ପରିବର୍ତ୍ତନଶୀଳ ଉପକୂଳ ଆମ ପାଇଁ ଯେତିକି ସୁଯୋଗ ଆଣିଥାଏ, ସେତିକି ପ୍ରାକୃତିକ ବିପର୍ଯ୍ୟୟvମଧ୍ୟ ନେଇଆସେ। ​ଗତ ୧୦୦ ବର୍ଷ ଭିତରେ ଓଡ଼ିଶା ପ୍ରାୟ ୨୬୨ଟି ବାତ୍ୟାର ସାମ୍ନା କରିଛି। ​୧୯୯୩ ମସିହା ଠାରୁ ଏପର୍ଯ୍ୟନ୍ତ ଆମେ ୧୮ଟି ବନ୍ୟା ବର୍ଷ ଦେଖିସାରିଛେ।Advertisment ସେ କହିଛନ୍ତି, କୋରାପୁଟ, କଳାହାଣ୍ଡି, ଗଜପତିରେ ମଧ୍ୟ ପ୍ରବଳ ବର୍ଷାରେ ଫସଲ ନଷ୍ଟ ହେଉଛି।

୭୦% ଜମିରେ ଧାନର ରେକର୍ଡ ଉତ୍ପାଦନ, ୧୨ ଲକ୍ଷ ଟନ ମାଛ, ୮୦% ଚିଙ୍ଗୁଡ଼ି ରପ୍ତାନି ସତ୍ତ୍ୱେ ଲୁଣା ପାଣି ମାଡ଼ରେ ଚାଷ ଜମି ନଷ୍ଟ ଓ ଆର୍ଦ୍ରଭୂମି ସଙ୍କୁଚିତ ହେଉଛି।

ଫଳରେ ୪୦ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି।

ଖାଦ୍ୟ ସୁରକ୍ଷାର ୪ଟି ପ୍ରଶ୍ନ ହେଲା- ଇଚ୍ଛା, ଉପଲବ୍ଧତା, ପହଞ୍ଚ ଓ ସୁଲଭତା।

ସମାଧାନ ହେଉଛି ଗ୍ରାମୀଣ ଅର୍ଥନୀତିର ବିବିଧୀକରଣ ଓ ଜଳବାୟୁ-ଅନୁକୂଳ ନିବେଶ।

Earth Again Conference 2026: "ପୁନଶ୍ଚ ପୃଥିବୀ" ଏବେ ଏକ ଘରୋଇ ନାମ: ତନୟା ପଟ୍ଟନାୟକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ସୁରକ୍ଷା ସଂପର୍କିତ ତିନିଦିନିଆ ସମାରୋହରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ ଧାନ ଓ ମାଛ ଉତ୍ପାଦନ ରେକର୍ଡ ପରିମାଣରେ ବୃଦ୍ଧି ପାଇଛି।

ତଥାପି ଉତ୍ପାଦନ ସିଷ୍ଟମ୍ ଭଲ ଥାଇ ମଧ୍ୟ ଲକ୍ଷ ଲକ୍ଷ ଲୋକ କାହିଁକି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି।

ଖାଦ୍ୟ ସୁରକ୍ଷା କେବଳ ଗୋଟିଏ ବିଷୟ ଉପରେ ନିର୍ଭର କରେନାହିଁ, ଏହାର ଚାରୋଟି ମୁଖ୍ୟ ଦିଗ ରହିଛି।

ସେଥିମଧ୍ୟରୁ ପ୍ରଥମ ଦିଗଟି ହେଉଛି ଆବଶ୍ୟକତା ଅର୍ଥାତ ସ୍ଥାନୀୟ ଲୋକମାନେ ପ୍ରକୃତରେ ଯାହା ଚାହୁଁଛନ୍ତି, ତାହା ଉତ୍ପାଦନ ହେଉଛି କି ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।