Earth Again Conference 2026: ଆରମ୍ଭ ହେଲା ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ
"ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି।
ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମକୁ ରାଜ୍ୟପାଳ ଡ.
ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନୀ ସମାରୋହର ଅଧିବେଶନରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଦୈନିକ "ସମ୍ବାଦ" ଓ "କନକ ନ୍ୟୁଜ୍"ର ସଂପାଦକ ତନୟା ପଟ୍ଟନାୟକ ମଞ୍ଚାସୀନ ଅଛନ୍ତି।
Advertisment ଏହି ତିନି ଦିବସୀୟ ସମାରୋହ ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ହଲ୍ (ସଭାଗୃହ)ରେ ପରିଚାଳିତ ହେଉଛି।
ମୁଖ୍ୟ ସଭାଗୃହରେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ରହିଛି, ଯେଉଁଠି ପରିବେଶର ବିକାଶକୁ ନେଇ ବିଭିନ୍ନ ଅଧିବେଶନ ପରିଚାଳିତ ହେଉଛି।
ସେହିପରି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସଭାଗୃହରେ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ଅଧିବେଶନଗୁଡ଼ିକର ଆୟୋଜନ ହେଉଛି।
Punascha Pruthibi: ୨ରୁ "ପୁନଶ୍ଚ ପୃଥିବୀ" ସମ୍ମିଳନୀ: ଏଥରର ମାସ୍କଟ୍ "ଗୟଳ" ଉନ୍ମୋଚିତ ସମାରୋହରେ ରାଜ୍ୟ, ଦେଶ ଏବଂ ବିଦେଶରୁ ଜଳବାୟୁ ସଂପର୍କିତ ଗଭୀର ଜ୍ଞାନ ଥିବା ବିଶେଷଜ୍ଞମାନେ ଯୋଗ ଦେଇ ଉଦ୍ବୋଧନ ଦେଉଛନ୍ତି।
ଅତିଥିମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନର କାରଣ, ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର କାରଣ, ପୃଥିବୀର ସୁରକ୍ଷା, ସବୁଜ ପୃଥିବୀ ସଂପର୍କରେ ବିଭିନ୍ନ ଅଧିବେଶନ ମାଧ୍ୟରେ ନିଜର ବକ୍ତବ୍ୟ ରଖିବେ ଏବଂ ଆଲୋଚନା କରିବେ।
ସେହିପରି କାର୍ଯ୍ୟକ୍ରମରେ ପରିବେଶବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦେଉଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।