Excise Raid: ଗାନ୍ଧୀ ଜୟନ୍ତୀରେ ଅବକାରୀ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ
"ଭାପୁର: ଗାନ୍ଧୀ ଜୟନ୍ତୀରେ ଅବକାରୀ ବିଭାଗ ଚଢ଼ଉ କରିଛି।
ଭୋରୁ ଭୋରୁ ଖଣ୍ଡପଡ଼ା ଅବକାରୀ ଥାନା ପକ୍ଷରୁ ଫତେଗଡ଼ ଥାନା ଝଗଡ଼ପଡା ଗ୍ରାମରେ ଚଢ଼ଉ କରି ୨୫ ଲିଟର ଦେଶୀ ମଦ ପାଉଚ ଏବଂ ବିଦେଶ ୨୫ ଲିଟର ଜବତ କରିଛି।
ଏହାଛଡ଼ା ବ୍ୟାଗ ମଧ୍ୟରେ କିଛି ଟଙ୍କା ଜବତ କରାଯିବା ସହ ଚଢ଼ଉ ଜାରି ରହିଛି।Advertisment ଚୋରା ବେପାରୀ ରତିକାନ୍ତ ନାୟକ ଗିରଫ ଚୋରା ବେପାରୀ ରତିକାନ୍ତ ନାୟକକୁ ଗିରଫ କରିଛି।
ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଅବକାରୀ ଥାନା ଅଧିକାରୀ ସତ୍ୟପ୍ରିୟ ସାହୁଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଛି।
Accident: ଏମ୍ଭି ୩୧ ନିକଟରେ ମୁହାଁମୁହିଁ ଧକ୍କା: ଜଣେ ମୃତ; ୩ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।