Earth Again Conference 2026: ପରିବେଶକୁ ବଞ୍ଚାଇବା ସହ ଶିଳ୍ପ ସମୃଦ୍ଧ ହେବା ଆମ ଲକ୍ଷ୍ୟ ହେବା କଥା: ରାଜ୍ୟପାଳ
"ଭୁବନେଶ୍ବର:ରାଜ୍ୟପାଳ ଡ.
ହରିବାବୁ କମ୍ଭମପାଟି ନିଜର ଅଭିଭାଷଣରେ କହିଛନ୍ତି, ପରିବେଶ କୁ ବଞ୍ଚାଇବା ସହ ଶିଳ୍ପ ସମୃଦ୍ଧ ହେବା ଆମ ଲକ୍ଷ୍ୟ ହେବା କଥା।
ଶିଳ୍ପ ଆମକୁ ରୋଜଗାର ଦିଏ।
ଅଭିବୃଦ୍ଧି ଆଣିଦିଏ।
ଶିଳ୍ପ ସମୃଦ୍ଧ ହେବା ଅର୍ଥ ନୁହେଁ ଆମେ ପରିବେଶକୁ ନଷ୍ଟ କରିବା।
ଉଭୟକୁ ସମାନ ଦୃଷ୍ଟିରେ ଧ୍ୟାନ ଦେବା।
ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପୁନଶ୍ଚ ପୃଥିବୀ କେବଳ ରାଜଧାନୀରେ ସୀମିତ ହୋଇ ରହିନାହିଁ, ଏହା ଓଡ଼ିଶାର ଗାଁ ଗାଁକୁ ବ୍ୟାପି ଗଲାଣି।
ପ୍ରକୃତି ପ୍ରତି ସମ୍ବେଦନଶୀଳତା କାରଣରୁ ଏହା ସମ୍ଭବ ହୋଇଛି।
ଗଛର ଆମେ ଯେତେବେଳେ ଯତ୍ନ ନେଉଁ ନାହାଁନ୍ତି, ଜାଣନ୍ତୁ ଆମେ ଗଛଟିକୁ ଗାଳି ଦେଉଛନ୍ତି ଓ ତାକୁ ମୃତ୍ୟୁବରଣ କରିବାକୁ ଛାଡ଼ି ଦେଉଛନ୍ତି।
ଓଡ଼ିଶାରେ ଚଳିତ ବର୍ଷ ୬-୭ ଥର ବନ୍ୟା ଆସିଲାଣି।
ଜଳବାୟୁ ପରିବର୍ତନ ଯୋଗୁଁ ଆଜିର ଦିନରେ ଓଡ଼ିଶାରେ ପାଣିଆ ଖିଆ ମାଛ ଓ ଇଲିସି ମିଳୁନାହିଁ।
କିଛି ଦୁର୍ବିପାକ ଦୃଶ୍ୟମାନ ହେଉଛି।
କିନ୍ତୁ ଆମେ ଏବେ ପ୍ରତିଦିନ ଅଦୃଶ୍ୟ ଦୁର୍ବିପାକର ସାମ୍ନା କରୁଛେ।
ଏନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଆମର ଉଚ୍ଚାରଣ ଓ ଆଚରଣ ଆମକୁ ଦୁର୍ବିପାକ ଆଡ଼କୁ ନେଇଯାଉଛି।
ଲୋକଙ୍କ ଆଚରଣ, ଉଚ୍ଚାରଣ ଠିକ୍ ରହିଲେ, ଗଛଟିଏ ଭାଙ୍ଗିଲେ ଆମ ମହାପ୍ରଭୁ, ଯିଏ ଦାରୁ ଦେବତା ତାଙ୍କୁ କଷ୍ଟ ହେଉନି ବୋଲି ଆମେ ଚିନ୍ତା କରିପାରିଲେ ହିଁ, ପରିବେଶ ଠିକ୍ ରହିପାରିବ।Advertisment ଆଜିର ସମୟରେ ପ୍ରତିଟି ଲୋକ ଦୁଇଚକିଆ ଗାଡ଼ି ବ୍ୟବହାର କରନ୍ତି ...
କିନ୍ତୁ ସେଥିରୁ ଅଧିକ ପେଟ୍ରୋଲ ଏବଂ ଡିଜେଲ୍ ଗାଡ଼ି କିନ୍ତୁ ଖୁବ୍ କମ୍ ଲୋକ ଇଲେକ୍ଟ୍ରି ଗାଡ଼ି ବ୍ୟବହାର କରନ୍ତି; ଏପରି ହେଲେ କ୍ଲାଇମେଟ୍ କେମିତି ସୁନ୍ଦର ହେବ?
ଭାରତ ୨୨ ଲକ୍ଷ କୋଟିର ଜୈବଇନ୍ଧନ କିଣୁଛି।
ସବୁଜ ଶକ୍ତିର ବ୍ଯବହାର ଭାରତର ଅର୍ଥ ବଞ୍ଚାଇ ପାରିବ।
ଗଭର୍ଣ୍ଣର ସଚିବାଳୟ ଷ୍ଟାଫଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଚାର୍ଜିଂ ମାଗଣା କରାଯାଇଛି।
ଏହାଦ୍ୱାରା ସେମାନଙ୍କ ଖର୍ଚ୍ଚ ଶୂନ୍ୟ ହୋଇପାରୁଛି।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସେଭଳି ମାଗଣା ଚାର୍ଜିଂ ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟପାଳ କହିଛନ୍ତି।
ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରନ୍ତୁ।
ଆମ ଜୀବନକୁ ଦୀର୍ଘସ୍ଥାୟୀ କରୁଥିବା ବୃକ୍ଷକୁ ଆମେ ରକ୍ଷା କରିବା ଉଚିତ୍।
ଏପରିକି ଆମେ ଅଧିକରୁ ଅଧିକ ବୃକ୍ଷ ଲଗାଇବା ଉଚିତ୍।
ବର୍ଷର ପ୍ରତିଟି ଦିନ କିଛି ଦିବସ ଭାବେ ପାଳନ ହେଉଛି।
ଆମେ ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରିବା ଉଚିତ୍।
ଆଜି ଦିନର ମୁଖ୍ୟ ସ୍ଲୋଗାନ ହେଉଛି, ବର୍ଷେ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ପ୍ରତିଦିନ ଗୋଟିଏ ଲେଖାଏଁ ଗଛ ଲଗାଇବେ।
କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା ସରକାର ବି ସବସିଡିର ବ୍ୟବସ୍ଥା କରିଛନ୍ତି ସୌର ଶକ୍ତି ବିକଳ୍ପ ଶକ୍ତି।
ସୌର ଶକ୍ତି ଆପଣାଇବାକୁ କହିଲେ ରାଜ୍ୟପାଳ।
କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା ସରକାର ବି ସବସିଡିର ବ୍ୟବସ୍ଥା କରିଛନ୍ତି।
ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଗାଡ଼ି ମୁଁ ବ୍ୟବହାର କରୁନାହିଁ ବୋଲି ରାଜ୍ୟପାଳ ଡ.
ହରିବାବୁ କମ୍ଭମପାଟି କହିଛନ୍ତି।
ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ଅଶୋଧିତ ତୈଳ ଆମଦାନୀକୁ କମାଇ ଦେଶର ଅର୍ଥନୀତି କୁ ସୁଦୃଢ଼ କରିପାରିବ।
ଆମ ଜୀବନଶୈଳୀର ଛୋଟ ପରିବର୍ତ୍ତନ ଏକ ବଡ଼ ପରିବର୍ତ୍ତନ ଆଣିପାରିବ।
ଦୈନିକ "ସମ୍ବାଦ" ଓ "କନକ ନ୍ୟୁଜ୍"ର ସଂପାଦକ ତନୟା ପଟ୍ଟନାୟକ ନିଜର ସ୍ବାଗତ ଭାଷଣରେ କହିଛନ୍ତି, ପୁନଶ୍ଚ ପୃଥିବୀ ଏବେ ଏକ ଘରୋଇ ନାମ।
୨୦୨୧ରେ ଆରମ୍ଭ ହୋଇଥିବା "ପୁନଶ୍ଚ ପୃଥିବୀ" ଅଭିଯାନ ୨୦୩୬ ଯାଏ ଜାରି ରହିବ।
ଏଥିରେ ଆମକୁ ସବୁ ସ୍ତରରୁ ସମର୍ଥନ ମିଳୁଛି।
ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ।
ଆମେ ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ଏହି ଅଭିଯାନକୁ ଆଗକୁ ନେଉଛୁ।
ପରିବେଶ ଯୋଦ୍ଧାଙ୍କୁ ଆମେ ପ୍ରତିବର୍ଷ ସମ୍ମାନିତ କରୁଛି।
ଓଡ଼ିଶାର ଲୋକଭବନ ହେଉଛି ଭାରତର ଏକମାତ୍ର ଲୋକଭବନ ଯାହାକୁ ଗ୍ରିନ୍ ପ୍ଲାଟିନମ୍ ମିଳିଛି।
ରାଜ୍ୟପାଳ ଓ ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିବାରୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ।
ଆମେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ଲାଇମେଟ୍ ପଞ୍ଚାୟତର ଆୟୋଜନ କରିଛି।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ ଓ ସମ୍ବର୍ଦ୍ଧିତ କରିଥିଲେ।
ବହୁ ପ୍ରତୀକ୍ଷିତ ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି।
ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣକୁ ରାଜ୍ୟପାଳ ଡ.
ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନୀ ସମାରୋହର ଅଧିବେଶନରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଦୈନିକ "ସମ୍ବାଦ" ଓ "କନକ ନ୍ୟୁଜ୍"ର ସଂପାଦକ ତନୟା ପଟ୍ଟନାୟକ ମଞ୍ଚାସୀନ ଅଛନ୍ତି।
ଏହି ତିନି ଦିବସୀୟ ସମାରୋହ ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ହଲ୍ (ସଭାଗୃହ)ରେ ପରିଚାଳିତ ହେଉଛି।
ମୁଖ୍ୟ ସଭାଗୃହରେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ରହିଛି, ଯେଉଁଠି ପରିବେଶର ବିକାଶକୁ ନେଇ ବିଭିନ୍ନ ଅଧିବେଶନ ପରିଚାଳିତ ହେଉଛି।
ସେହିପରି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସଭାଗୃହରେ ବିପର୍ଯ୍ୟୟ ମୁକାବିଲା ସଂପର୍କିତ ଅଧିବେଶନଗୁଡ଼ିକର ଆୟୋଜନ ହେଉଛି।
Earth Again Conference 2026: ଆରମ୍ଭ ହେଲା "ପୁନଶ୍ଚ ପୃଥିବୀ"ର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ସମାରୋହରେ ରାଜ୍ୟ, ଦେଶ ଏବଂ ବିଦେଶରୁ ଜଳବାୟୁ ସଂପର୍କିତ ଗଭୀର ଜ୍ଞାନ ଥିବା ବିଶେଷଜ୍ଞମାନେ ଯୋଗ ଦେଇ ଉଦ୍ବୋଧନ ଦେଉଛନ୍ତି।
ଅତିଥିମାନେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନର କାରଣ, ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର କାରଣ, ପୃଥିବୀର ସୁରକ୍ଷା, ସବୁଜ ପୃଥିବୀ ସଂପର୍କରେ ବିଭିନ୍ନ ଅଧିବେଶନ ମାଧ୍ୟରେ ନିଜର ବକ୍ତବ୍ୟ ରଖିବେ ଏବଂ ଆଲୋଚନା କରିବେ।
ସେହିପରି କାର୍ଯ୍ୟକ୍ରମରେ ପରିବେଶବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।