Earth Again Conference 2026: ବିନା କ୍ଷୟକ୍ଷତିରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟର ମୁକାବିଲା କରିପାରୁଛି: ସୁନୀତା

Oct 02, 2026 - 13:31
Earth Again Conference 2026: ବିନା କ୍ଷୟକ୍ଷତିରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟର ମୁକାବିଲା କରିପାରୁଛି: ସୁନୀତା

"ଭୁବନେଶ୍ବର: ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଉଦ୍‌ଘାଟନୀ ଅଧିବେଶନରେ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ରର ମହାନିର୍ଦ୍ଦେଶକ ସୁନୀତା ନାରାୟଣ ଶୁକ୍ରବାର କହିଛନ୍ତି, ଜଳବାୟୁ ପରିବର୍ତ୍ତନ ସଂପର୍କରେ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତ ଅଛି।

ନେପାଳ ଭୂସ୍ଖଳନ ଏବଂ ହିମାଳୟରେ ଦେଖାଯାଉଥିବା ପରିବର୍ତ୍ତିତ ପରିସ୍ଥିତି ହେଉଛି ଜଳବାୟୁ ପରିବର୍ତ୍ତନର ଅନ୍ୟତମ ଉଦାହରଣ।

ବିକାଶର ଆବଶ୍ୟକତା ଅଛି।

କିନ୍ତୁ ପରିବେଶର ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି।

ବିନା କ୍ଷୟକ୍ଷତିରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟର ମୁକାବିଲା କରିପାରୁଛି।

Advertisment ସେ କହିଛନ୍ତି, ଜଳବାୟୁର ସୁରକ୍ଷା କେବଳ ଓଡ଼ିଶାର ଦାୟିତ୍ବ ନୁହେଁ; ବରଂ ସମଗ୍ର ଦେଶବାସୀଙ୍କୁ ଏହାରି ଉପରେ କାମ କରିବାର ଅଛି।

ଜଳବାୟୁ ପରିବର୍ତ୍ତନ ପାଇଁ ବାଦଲଫଟା ବର୍ଷା, ଭୂସ୍ଖଳନ, ଅଚାନକ ବନ୍ୟା ଏବଂ ବାତ୍ୟା‌ ହେଉଛି।

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟକୁ ଭଲ ଭାବରେ ପରିଚାଳନା କରାଯାଉଛି, ଯେଉଁଥି ପାଇଁ ଲୋକଙ୍କର ଜୀବନ ସୁରକ୍ଷା ହୋଇପାରୁଛି।

ବିପର୍ଯ୍ୟୟ ପରିଚାଳନା ଦିଗରେ ସରକାରୀଙ୍କ ପଦକ୍ଷେପ ପ୍ରଶଂସୀନୀୟ।

ଜଳ ପ୍ରଦୂଷଣ ବଢୁଛି।

ମହାନଦୀର ଅବସ୍ଥା ସମାନ।

ଦିନକୁ ଦିନ ବଢୁଥିବା ଶିଳ୍ପ ଏବଂ ଏଥିରୁ ନିର୍ଗତ ହେଉଥିବା ବଜ୍ୟବସ୍ତୁ ନଦୀଜଳରେ ମିଶିବା ହେଉଛି ଜଳ ପ୍ରଦୂଷଣର ମୁଖ୍ୟ କାରଣ।

ପରିବେଶ ସୁରକ୍ଷା ଏବଂ ଏହାର ସଚେତନତା ପାଇଁ ସମ୍ବାଦ ଗ୍ରୁପ ଏକ ଭଲ ପଦକ୍ଷେପ ନେଇଛି।

ରାଜ୍ୟରେ ପରିବେଶ ସୁରକ୍ଷାକୁ ଗୁରୁତ୍ବପୂର୍ଣ୍ଣ ମନେ କରିଛି ବୋଲି ସୁନୀତା କହିଛନ୍ତି।

ଫଟୋରେ ଦେଖନ୍ତୁ ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ ସମ୍ମିଳନୀକୁ ସମ୍ବୋଧିତ କରି ସେ ବିଭିନ୍ନ ସମୟରେ ହିମାଳୟରେ ଯେଉଁ ପ୍ରାକୃତିକ ବିଭୀଷିକା ଦେଖାଯାଉଛି, ତାହା ସୂଚିତ କରୁଛି ପ୍ରକୃତି ଠିକ୍ ଭାବରେ ନାହିଁ।

ଆମକୁ ହିମାଳୟର ସୁରକ୍ଷା ଚିନ୍ତା କରିବାକୁ ପଡିବ।

ହିମାଳୟ ନିକଟରେ ସଡ଼କ, ଘର ଏବଂ ବ୍ରିଜ୍ ତିଆରି କରିବା ବିକାଶ ହୋଇପାରେ ସତ କିନ୍ତୁ କେଉଁ ପ୍ରକ୍ରିୟାରେ ବିକାଶ ହେବ ଯାହା ପ୍ରକୃତିକୁ ସୁହାଇବ ଏହା ମଧ୍ୟ ଚିନ୍ତା କରିବାର ବିଷୟ ଆସିଛି।

ସରକାରଗୁଡ଼ିକ କେବଳ ବିକାଶ କଥା ଚିନ୍ତା କଲେ ହେବନାହିଁ।

ଆମକୁ ପ୍ରକୃତି ସହିତ ଆଗକୁ ଯିବାକୁ ପଡ଼ିବ, ବିକଶିତ ହେବାକୁ ପଡ଼ିବ।

ପ୍ରକୃତି କୁ ଛାଡି ନୁଲୁହେନ୍।

ଶ୍ରୀମତୀ ନାରାୟଣ ଆହୁରି କହିଛନ୍ତି ଯେ, ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁ ବର୍ଷା, ଖରା, ଶୀତ ଯେତେବେଳେ ହେଉଛି ଅଧିକ ପରିମାଣରେ ହେଉଛି।

ଏଥିରେ ସନ୍ତୁଳନ ନାହିଁ।

ଭଲ ସହର ତାହା, ଯାହା ସମସ୍ତଙ୍କ ଚଳଣି ପାଇଁ ଡିଜାଇନ୍ ହୋଇଥାଏ।ବହୁତ ସାରା ଛୋଟ ସମାଧାନ ହିଁ ବଡ ବଡ ପାଣିପାଗ ବିପର୍ଯ୍ୟୟକୁ ରୋକି ପାରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।