Asian Games 2026: ମହିଳା ଡିନ୍‌ଘିରେ ନେତ୍ରାଙ୍କୁ କାଂସ୍ୟ

Oct 02, 2026 - 12:27
Asian Games 2026: ମହିଳା ଡିନ୍‌ଘିରେ ନେତ୍ରାଙ୍କୁ କାଂସ୍ୟ

"ଆଇଚି: ଭାରତର ନେତ୍ରା କୁମାନନ୍‌ ଶୁକ୍ରବାର ଚଳିତ ଏସୀୟ କ୍ରୀଡ଼ା ସେଲିଂ ମହିଳା ଡିନ୍‌ଘିରେ କାଂସ୍ୟ ପଦକ ଜିତିଛନ୍ତି।

ଚତୁର୍ଥ ଥର ଏହି ମହାଦେଶୀୟ ପ୍ରତିଯୋଗିତାରେ ଭାଗନେଇଥିବା ନେତ୍ରା ପ୍ରଥମ ଥର ପୋଡିୟମ୍‌ ଫିନିସ୍‌ କରିଛନ୍ତି।

୨ ଥରର ଅଲିମ୍ପିଆନ୍‌ ଏହି ୨୯ ବର୍ଷୀୟା ଚେନ୍ନାଇ ଯୁବତୀ ମୋଟ ଉପରେ ୧୪ ପଏଣ୍ଟ୍‌ (୭ ଫାଇନାଲ୍‌ ଓ ୭ ଯୋଗ୍ୟତା ରେସ୍‌) ପାଇ ତୃତୀୟ ସ୍ଥାନରେ ରହିଥିଲେ।Advertisment ଗତ କାଲି ସେଲିଂରୁ ୨ଟି ପଦକ ତାଙ୍କ ଆଗରେ ଥାଇଲାଣ୍ଡର ସୋଫିଆ ମୋଣ୍ଟଗୋମେରି (୫ ପଏଣ୍ଟ୍‌) ଏବଂ ସିଙ୍ଗାପୁରର ଜାନିଆ ଆଙ୍ଗ୍‌ (୧୩ ପଏଣ୍ଟ୍‌) ରହି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ କରାୟତ୍ତ କରିଥିଲେ।

ତେବେ ପୁରୁଷ ବର୍ଗରେ ଅଲିମ୍ପିଆନ୍‌ ତଥା ଗତ ସଂସ୍କରଣ କାଂସ୍ୟ ବିଜେତା ବିଷ୍ଣୁ ସରବାନନ୍‌ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି।

ଗତ କାଲି ସେଲିଂରୁ ୨ଟି (ରୌପ୍ୟ ଓ କାଂସ୍ୟ) ଆସିଥିଲା।

ସ୍କିଫ୍‌ ପୁରୁଷରେ ମନୁ ଫ୍ରାନ୍‌ସିସ୍‌ ଓ କୁରିସିନଙ୍କଲ ନେବଲେ ରୌପ୍ୟ ଏବଂ ମହିଳାରେ ହର୍ଷିତା ତୋମର ଓ ଶୀତଲ ବର୍ମା କାଂସ୍ୟ ପଦକ ଜିତିଥିଲେ।

Asian Games 2026: ତୀରନ୍ଦାଜୀରେ ପୂର୍ବତନ ଚାମ୍ପିଅନ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।