Earthquake: ସକାଳୁ ସକାଳୁ ଦୁଇ ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ

Nov 06, 2026 - 08:04
Earthquake: ସକାଳୁ ସକାଳୁ ଦୁଇ ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ

ସିମଲା/ହାଇଦ୍ରାବାଦ: ହିମାଚଳ ପ୍ରଦେଶ ଓ ତେଲେଙ୍ଗାନାରେ ଶୁକ୍ରବାର ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।

ହିମାଚଳର ଚମ୍ବା ଜିଲ୍ଲାରେ ୩.୨ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ତେଲେଙ୍ଗାନାର ନାରାୟଣପେଟରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଚମ୍ବାରେ ସକାଳ ୬ଟା ୫୯ ମିନିଟ୍‌ରେ ଏବଂ ନାରାୟଣପେଟରେ ୬ଟା ୧୬ ମିନିଟ୍‌ରେ ଏହି ଝଟକା ଅନୁଭୂତ ହୋଇଥିଲା।

ତେବେ ଉଭୟ ସ୍ଥାନରେ ଭୂକମ୍ପର ତୀବ୍ରତା କମ୍ ଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ଖବର ମିଳିନାହିଁ।

Advertisment Turkey Shooting: ତାଣ୍ଡବ ରଚାଇଲେ ବନ୍ଧୁକଧାରୀ, ଦୁଇ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।