East Zone Sport Climbing: ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମ୍ବିଂ: ଓଟିଏସ୍‌ଏଏଫ୍‌କୁ ୫ ପଦକ

Oct 30, 2026 - 12:48
East Zone Sport Climbing: ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମ୍ବିଂ: ଓଟିଏସ୍‌ଏଏଫ୍‌କୁ ୫ ପଦକ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସ୍ପୋର୍ଟ କ୍ଲାଇମ୍ବିଂ ସେଣ୍ଟରଠାରେ ଆୟୋଜିତ ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମ୍ବିଂ ପ୍ରତିଯୋଗିତାରେ ଓଡ଼ିଶା ଟାଟା ଷ୍ଟିଲ୍‌ ଆଡ୍‌ଭେଞ୍ଚର୍‌ ଫାଉଣ୍ଡେସନ୍‌ (ଓଟିଏସ୍‌ଏଏଫ୍‌) କ୍ଲାଇମ୍ବିଂ ଏଚ୍‌ପିସି ଖେଳାଳିମାନେ ୪ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ୫ ପଦକ ଜିତିଛନ୍ତି ।

ଏହି ଏଚ୍‌ପିସିର ଶୁଭ୍ରାଂଶୁ ଶେଖର ମହାନ୍ତ ‌ପୁରୁଷ କ୍ଲାଇମ୍ବିଂ ବୋଲ୍‌ଡରିଂ ଓପନ୍‌ରେ ରୌପ୍ୟ ଏବଂ ଲିଡ୍‌ ଓପନ୍‌ରେ କାଂସ୍ୟ ଜିତି ଯୁଗଳ ପଦକ କରାୟତ୍ତ କରିଥିଲେ।

Advertisment ବୋଲ୍‌ଡରିଂରେ ରାଜେନ୍ଦ୍ର ନାୟକ, ମହିଳା ସ୍ପିଡ୍‌ ଓପନ୍‌ରେ ସ୍ବାତୀ ବେହେରା ଏବଂ ଉପକନିଷ୍ଠ ବାଳକ ଲିଡ୍‌ କ୍ଲାଇମ୍ବିଂରେ ଦୁଷ୍ମନ୍ତ କୁମାର ହେମ୍ବ୍ରମ କାଂସ୍ୟ ପାଇଥିଲେ।

ଏହି ପ୍ରତିଯୋଗିତାରେ ଓଟିଏସ୍‌ଏଫ୍‌ର ୧୩ ଖେଳାଳି ସ୍ପିଡ୍‌, ଲିଡ୍‌ ଓ ବୋଲ୍‌ଡରିଂରେ ଅଂଶଗ୍ରହଣ କରିଛନ୍ତି।

ଏମାନଙ୍କ ସହ ଏହି ଏଚ୍‌ପିସିର ୫ ଜଣ ରାଜୁ କର୍ମକାର, ଚିନ୍ମୟ ମହାରଣା, ସସ୍ମିତା ପ୍ରଧାନ, ମନୋଜ କୁମାର ଡାକୁଆ ଓ ଶୁଭାଶିଷ ମହାନ୍ତି ଅଧିକାରୀ ଦାୟିତ୍ବରେ ରହିଛନ୍ତି।

୧୨୦ରୁ ଅଧିକ ଖେଳାଳି କରିଛନ୍ତି ଅଂଶଗ୍ରହଣ ଆଇଏମ୍‌ଏଫ୍‌ର ପୂର୍ବାଞ୍ଚଳ ଜୋନାଲ୍‌ କମିଟି, ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଟାଟା ଷ୍ଟିଲ୍‌ ଆଡ୍‌ଭେଞ୍ଚର୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଏଫ୍‌) କ୍ଲାଇମ୍ବିଂ ଏକାଡେମି ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର ୧୨୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି।

India VS New Zealand: ଦିନିକିଆରୁ ପ୍ରସିଦ୍ଧ ବାଦ୍‌: ଟେଷ୍ଟ ଶୃଙ୍ଖଳାକୁ ଫେରିପାରନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।