PM Kisan: ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ: ପିଏମ-କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନ
ବନାସକାଣ୍ଠା: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବନାସକାଣ୍ଠା ଜିଲ୍ଲାର ଭିଲଡି ସହରରେ ଏକ ରୋଡ୍ ସୋ କରିଛନ୍ତି।
ପ୍ରଧାନମନ୍ତ୍ରୀ ୧୪,୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଓ ପିଏମ-କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏକ ଖୋଲା ଜିପରେ ଯାତ୍ରା କରିଥିଲେ ଓ ହେଲିପ୍ୟାଡରୁ ଗ୍ରାମର ବନାସ ଡାଏରୀ ପ୍ଲାଣ୍ଟ ପର୍ଯ୍ୟନ୍ତ ରୋଡସୋ କରିଥିଲେ।
ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ।
Advertisment ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇରାନ ଯୁଦ୍ଧ ସମୟରେ ଗୁଜବ ପ୍ରସାର କରାଯାଇଥିଲା।
ଚାଷୀମାନଙ୍କୁ ସାର ପାଇଁ ମିଳିବନି ବୋଲି ଭୟଭୀତ କରାଯାଇଥିଲା।
ଭଉଣୀମାନେ ଭୟଭୀତ ହୋଇଥିଲେ ଯେ, ସେମାନେ ଗ୍ୟାସ ପାଇବେ ନାହିଁ।
ସେମାନଙ୍କର ଯୋଜନା ଥିଲା ଦେଶରେ ଅରାଜକତା ସୃଷ୍ଟି କରିବା ଯାହାଦ୍ୱାରା ସେମାନେ ମୋଦୀଙ୍କୁ ବଦନାମ କରିପାରିବେ।
କୃଷି କ୍ଷେତ୍ରର ବିକାଶ ଉପରେ ଧ୍ୟାନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନାର ସଦ୍ୟତମ କିସ୍ତି ଅଧୀନରେ ଦେଶବ୍ୟାପୀ ପ୍ରାୟ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୮,୦୦୦ କୋଟିରୁ ଅଧିକ ଟଙ୍କା ସ୍ଥାନାନ୍ତର କରାଯାଇଛି।
ସେ କହିଛନ୍ତି ଯେ, ସରକାର ନିରନ୍ତର କୃଷକମାନଙ୍କ କଲ୍ୟାଣ ଓ କୃଷି କ୍ଷେତ୍ରର ବିକାଶ ଉପରେ ଧ୍ୟାନ ଦେଉଛି। kisan 24th instalment: ଆସିଲା ପିଏମ୍ କିଷାନ ସମ୍ମାନ ନିଧିର ୨୪ତମ କିସ୍ତି; ୯.୩୦ କୋଟିରୁ ଅଧିକ ଚାଷୀ ପାଇବେ ଲାଭ ମୋଦୀ ବନାସକାଣ୍ଠା ଜିଲ୍ଲାରେ ଭାରତ ଗୋ ପ୍ରଜନନ ଓ ଗବେଷଣା କେନ୍ଦ୍ର (ବିବିବିଆର୍ସି) ଗୋଶାଳା ପରିଦର୍ଶନ ସମୟରେ ଛାତ୍ରମାନଙ୍କ ସହିତ ଆଲୋଚନା କରିବା ସମୟରେ 'ମୋଦୀ ନେହିଁ ଜାଏଙ୍ଗେ' ନାରା ଶୁଣାଯାଇଥିଲା।
ଜବାବରେ କଂଗ୍ରେସ ସାଂସଦ ପବନ ଖେଡ଼ା କହିଛନ୍ତି, ଯାହା ତୁମ ଇଚ୍ଛା।
ଏବେ ପ୍ରଧାନମନ୍ତ୍ରୀ ସଂସଦ ବି ଯିବେ ନାହିଁ।
ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ସେ ବିଦେଶ ଚାଲିଯିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।