EC: କ୍ୟାବିନେଟ୍‌ ସଚିବଙ୍କୁ ଚିଠି ଲେଖିଥିଲେ ୨ ନିର୍ବାଚନ କମିସନର୍‌

Oct 21, 2026 - 23:15
EC: କ୍ୟାବିନେଟ୍‌ ସଚିବଙ୍କୁ ଚିଠି ଲେଖିଥିଲେ ୨ ନିର୍ବାଚନ କମିସନର୍‌

"ନୂଆଦିଲ୍ଲୀ: ଦେଶର ୩ ନିର୍ବାଚନ କମିସନ୍‌ରଙ୍କ ମଧ୍ୟରୁ ୨ ଜଣ ଗତ ଜୁଲାଇ ୨୯ ତାରିଖରେ କିଛି ଅସାଧାରଣ କାର୍ଯ୍ୟ କରିଥିଲେ।

ସେମାନେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ଚିଠି ନ ଲେଖି କ୍ୟାବିନେଟ୍‌ ସଚିବଙ୍କୁ ଚିଠି ଲେଖିଥିଲେ।

ଏକ ଆର୍‌ଟିଆଇ ସୂଚନାରୁ ସେହିସବୁ ଚିଠି ସହ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପରିସର, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ୍‌ ସଚିବାଳୟ ଥିବା‌ ସେବା ତୀର୍ଥରେ କ"ଣ ହୋଇଥିଲା ସେସବୁର ଉତ୍ତର ମିଳିଛି।

ସେପ୍ଟେମ୍ବର ୨୪ ତାରିଖରେ କରାଯାଇଥିବା ଆର୍‌ଟିଆଇ ଆବେଦନ ଉପରେ ଅକ୍ଟୋବର ୧୯ ତାରିଖରେ ଜବାବ ମିଳିଛି।Advertisment ଆହୁରି ପଢନ୍ତୁ: Leaders: ବିଶ୍ୱର ବଡ଼ ବଡ଼ ନେତା କ"ଣ ଖାଇବାକୁ ପସନ୍ଦ କରନ୍ତି?

ଚିଠିରେ ସ୍ପଷ୍ଟ କରାଯାଇଛି ଯେ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ପକ୍ଷରୁ ଜୁଲାଇ ୨୯ ତାରିଖରେ କ୍ୟାବିନେଟ୍‌ ସଚିବଙ୍କ ନିକଟକୁ ଚିଠି ଲେଖାଯାଇଥିଲା।

ଏହି ଚିଠି ଜୁଲାଇ ୩୦ ତାରିଖରେ କ୍ୟାବିନେଟ୍‌ ସଚିବାଳୟରେ ପହଞ୍ଚିଥିଲା ଏବଂ ଅଗଷ୍ଟ ୫ ତାରିଖ ସୁଦ୍ଧା ଉକ୍ତ ଚିଠିର ଜବାବ ଦୁଇ ନିର୍ବାଚନ କମିସନରଙ୍କ ନିକଟକୁ ପଠାଇଥିଲେ।

କିନ୍ତୁ ଚିଠିରେ କ"ଣ ଲେଖା ହୋଇଥିଲା ତା"ର ବିଷୟବସ୍ତୁ ପ୍ରଘଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୮ ତାରିଖରେ ଏକ କାମ ବଣ୍ଟନ ନିର୍ଦ୍ଦେଶକୁ ନେଇ ଏହି ଚିଠି ଲେଖାଯାଇଥିଲା।

ଏକ ଖବରକାଗଜ ରିପୋର୍ଟ ମୁତାବକ ୨ କମିସନର ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କ୍ୟାବିନେଟ୍‌ ସଚିବଙ୍କୁ ଚିଠି ଲେଖିଥିଲେ।

ତେବେ ୨ ନିର୍ବାଚନ କମିସନର ସେମାନଙ୍କ ଚିଠିରେ କ"ଣ ଲେଖିଥିଲେ ଏବଂ ତାଙ୍କୁ କ"ଣ ଜବାବ ଦିଆଯାଇଛି ତାହା ପ୍ରକାଶ ପାଇନି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।