ECMWF Model Indicates Possible Cyclone Formation: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲେ ବାତ୍ୟାର ନାଁ ହେବ ‘ଅର୍ଣ୍ଣବ’
ଉତ୍ତର ଆଣ୍ଡାମାନ ସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ତା ନାଁ ରହିବ 'ଅର୍ଣ୍ଣବ'। ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ। ନଭେମ୍ବର ୨୦୨୫ ରେ ଆସିଥିବା ବାତ୍ୟା 'ଦିତୱା' ପରେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଏହା ପ୍ରଥମ ବାତ୍ୟା ହେବ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ସେପ୍ଟେମ୍ବର ୨୨ ସୁଦ୍ଧା ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ। ଯଦି ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ପବନର ବେଗ ଘଣ୍ଟା ପ୍ରତି ୬୨ କିଲୋମିଟର ବା ତା'ଠାରୁ ଅଧିକ ହୁଏ, ତେବେ ଯାଇ ଏହାକୁ ଆନୁଷ୍ଠାନିକ ଭାବେ 'ବାତ୍ୟା ଅର୍ଣ୍ଣବ' ନାମରେ ନାମିତ କରାଯିବ।
ସେପଟେ ୟୁରୋପୀୟ ପାଣିପାଗ ସଂସ୍ଥା- ECMWFର ତଥ୍ୟକୁ ଆଧାର କରି windy.com ର ମଡେଲ୍ ଦର୍ଶାଇଛି ଯେ, ସେପ୍ଟେମ୍ବର ୨୩-୨୪ ଆଡ଼କୁ ଏକ ବାତ୍ୟା ସୃଷ୍ଟି ହୋଇପାରେ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ବର୍ତ୍ତମାନଠାରୁ ସ୍ପଷ୍ଟ ଭାବେ କହିବା ସହଜ ନୁହେଁ।
ବାତ୍ୟା ସୃଷ୍ଟି ହେଲେ ନାଁ ରହିବ 'ଅର୍ଣ୍ଣବ'
ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇଛି ନାଁ 'ଅର୍ଣ୍ଣବ'
ବାଂଲାଦେଶ ଦ୍ୱାରା ଦିଆଯାଇଛି ବାତ୍ୟା ନାଁ
ବିଶ୍ୱ ପାଣିପାଗ ସଂଗଠନ ଏବଂ MD ଦ୍ବାରା ନିର୍ଦ୍ଧାରିତ
ସେପ୍ଟେମ୍ବର ୨୨ ସୁଦ୍ଧା ଅବପାତର ରୂପ ନେଇପାରେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।