ED Raid: ମନି ଲଣ୍ଡରିଂ ମାମଲାରେ କୋଲକାତା ଓ ଇନ୍ଦୋରରେ ୧୭ଟି ସ୍ଥାନରେ ଇଡି ଚଢ଼ଉ
"ନୂଆଦିଲ୍ଲୀ: ନିବେଶକଙ୍କୁ ଠକିଥିବା ଏକ କଥିତ ନିବେଶ ଠକେଇ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର କୋଲକାତା ଓ ମଧ୍ୟପ୍ରଦେଶର ଇନ୍ଦୋରରେ ୧୭ଟି ସ୍ଥାନରେ ଚଢ଼ଉ କରିଛି।
ଅମୃତ ଗ୍ରୁପ୍ କମ୍ପାନୀ ସହିତ ଜଡ଼ିତ କେସି ଦୁଜାରୀ, କାଳୀ କିଶୋର ବାଗ୍ଚୀଙ୍କ ସମେତ ଅନ୍ୟ ଠିକଣାରେ ଇଡି ଚଢ଼ଉ କରିଛି।
ଇଡିର କୋଲକାତା ଜୋନ୍ ସୁରକ୍ଷା ବାହିନୀ ଓ ରାଜ୍ୟ ପୁଲିସ ସହିତ ସମନ୍ୱୟ ରଖି ମନି ଲଣ୍ଡରିଂ ନିବାରଣ ଆଇନ ଧାରା ୧୭ ଅନୁଯାୟୀ ଏକକାଳୀନ ତଲାସି ଅଭିଯାନ ଆରମ୍ଭ କରିଥିଲା।Advertisment ଜନସାଧାରଣଙ୍କୁ ଠକିବା ଅଭିଯୋଗ ଅମୃତ ଗ୍ରୁପ୍ ଅଫ୍ କମ୍ପାନୀ ଓ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ବିଭିନ୍ନ ଜମା ଯୋଜନାର ଆଳ ଦେଖାଇ ସାଧାରଣ ଜନତାଙ୍କଠାରୁ ଉଚ୍ଚ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ବିପୁଳ ପରିମାଣର ଟଙ୍କା ଆଦାୟ କରିବା ଓ ପ୍ରତିଶ୍ରୁତି ଅନୁଯାୟୀ ରିଟର୍ଣ୍ଣ ନ ଦେଇ ଜନସାଧାରଣଙ୍କୁ ଠକିବା ଅଭିଯୋଗ ରହିଛି।
ଅଧିକାରୀମାନେ କହିଛନ୍ତି ଯେ, କଥିତ ଆର୍ଥିକ କାରବାର, ନିର୍ଦ୍ଦେଶକ ଓ ପ୍ରମୋଟରଙ୍କ ଭୂମିକା ଓ ପାଣ୍ଠିର ଗତିବିଧି ସହିତ ଜଡିତ ଡକ୍ୟୁମେଣ୍ଟାରୀ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିବା ପାଇଁ ଏହି ତଲାସି ପ୍ରକ୍ରିୟା ଆରମ୍ଭ ହୋଇଛି।
କଥିତ ଆର୍ଥିକ ଅନିୟମିତତାର ପରିମାଣ ନିର୍ଣ୍ଣୟ କରିବା ଓ ଅପରାଧର ସନ୍ଦିଗ୍ଧ ଆୟ ସହିତ ଜଡିତ ସମ୍ପତ୍ତି ଚିହ୍ନଟ କରିବା ପାଇଁ ଏଜେନ୍ସି କମ୍ପାନୀ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ରେକର୍ଡ ଯାଞ୍ଚ କରିବ।
Road Accident: କାର୍-ଡମ୍ପର ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ସହ ୪ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।