Dismissed: କର୍ଣ୍ଣାଟକ ବିଧାୟକଙ୍କ ଭାଣିଜୀ ଚାକିରିକୁ ନଯାଇ ସରକାରୀ ଦରମା ନେଉଥିବା ଅଭିଯୋଗ
"ବେଙ୍ଗାଲୁରୁ: କର୍ଣ୍ଣାଟକର ବାଗଲକୋଟର ନମ୍ମାକ୍ଲିନିକ୍ରେ ନିଯୁକ୍ତ ଡାକ୍ତର ଅଙ୍କିତା ୟାରାଗଲ୍ଙ୍କୁ କର୍ତ୍ତବ୍ୟ ପାଳନ ନକରି ମାସକୁ ୭୦,୦୦୦ ଟଙ୍କା ଦରମା ନେଉଥିବା ଅଭିଯୋଗରେ ବହିଷ୍କାର କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ପ୍ରାୟ ଛଅ ମାସ ଧରି କ୍ଲିନିକ୍କୁ ଆସି ନଥିଲେ, ତଥାପି ତାଙ୍କୁ ମାସିକ ୭୦,୦୦୦ ଟଙ୍କାରୁ ଅଧିକ ଦରମା ମିଳୁଥିଲା।ଡାକ୍ତର ଅଙ୍କିତା ବାଗଲକୋଟର କଂଗ୍ରେସ ବିଧାୟକ ଉମେଶ ମେଟିଙ୍କ ଭାଣିଜୀ।
ତାଙ୍କ ବାପା ରାଜକୁମାର ୟାରଗଲ୍ ବାଗଲକୋଟର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଛନ୍ତି ।
ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାପା ଡାକ୍ତର ଅଙ୍କିତାଙ୍କୁ ଦାୟିତ୍ୱରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଯଦି ତଦନ୍ତରୁ ପ୍ରମାଣିତ ହୁଏ ଯେ ଡାକ୍ତର ଅଙ୍କିତା ସରକାରୀ ଚାକିରିରେ ଥିବା ସମୟରେ ନିୟମ ବିପରୀତ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ ଓ ସେହି ସମୟ ମଧ୍ୟରେ ସରକାରୀ ଦରମା ପାଇଥିଲେ ତେବେ ତାଙ୍କୁ ଦରମା ଫେରାଇବାକୁ ପଡିବ।Advertisment ଫେରାଇବାକୁ ପଡିପାରେ ଦରମା ଡ.
ଅଙ୍କିତା ବାଗଲକୋଟ ଏପ୍ରିଲ ୨୦୨୫ରୁ ନମ୍ମା କ୍ଲିନିକ୍ରେ ମେଡିକାଲ ଅଫିସର ପଦରେ ଅଛନ୍ତି।
କିନ୍ତୁ ଅଭିଯୋଗ ହୋଇଛି ଯେ, ଚଳିତ ବର୍ଷ ୩ ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କ୍ଲିନିକ୍କୁ ଡ୍ୟୁଟି କରିବାକୁ ଯାଉନାହାନ୍ତି।
କ୍ଲିନିକକୁ ମେଡିକାଲ ଅଫିସର ଆସୁ ନଥିବାରୁ ରୋଗୀ ଓ ସ୍ଥାନୀୟ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଥିଲା।
ଏହି ସମୟରେ ଡାକ୍ତର ଅଙ୍କିତା ଏକ ଘରୋଇ ମେଡିକାଲ କଲେଜରେ ସ୍ନାତକୋତ୍ତର (ପିଜି) କରୁଥିଲେ।
ଅଧିକାରୀଙ୍କ ଅନୁଯାୟୀ, ଡାକ୍ତର ଅଙ୍କିତା ମାର୍ଚ୍ଚ ମାସରେ ତାଙ୍କର ପିଜି ଆରମ୍ଭ କରିଥିଲେ କିନ୍ତୁ ନମ୍ମା କ୍ଲିନିକ୍ରେ ଚାକିରିରୁ ଇସ୍ତଫା ଦେଇ ନଥିଲେ।
ସ୍ଥାନୀୟ କର୍ମକର୍ତ୍ତା ଏହି ଘଟଣା ପ୍ରଘଟ କରିବା ପରେ ପ୍ରଶାସନ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା।
ଗିରଫ ହେଲା ନକଲି ମାଓବାଦୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।