ED raid: ପାରିମ୍ୟାଚ୍‌ ବେଟିଂ ମାମଲାରେ ୫ ରାଜ୍ୟରେ ଇଡି ଚଢ଼ଉ

Sep 04, 2026 - 19:35
ED raid: ପାରିମ୍ୟାଚ୍‌ ବେଟିଂ ମାମଲାରେ ୫ ରାଜ୍ୟରେ ଇଡି ଚଢ଼ଉ

"ମୁମ୍ବାଇ: ସାଇପ୍ରସ୍‌-ଭିତ୍ତିକ ବେଆଇନ ଅନ୍‌ଲାଇନ୍‌ ବେଟିଂ ପ୍ଲାଟଫର୍ମ "ପାରିମ୍ୟାଚ୍‌" ବିରୋଧରେ ଚାଲିଥିବା ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ ଧରଣର ଚଢ଼ଉ କରିଛି।

ଇଡିର ମୁମ୍ବାଇ ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ଗତ ୨ ସେପ୍ଟେମ୍ବରରେ ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ଗୁଜରାଟ ଓ ଉତ୍ତରପ୍ରଦେଶର ମୋଟ ୧୭ଟି ସ୍ଥାନରେ ତଲାସି ଚାଲିଥିଲା।

ତଦନ୍ତରୁ ଏହି ବେଟିଂ ନେଟ୍‌ୱର୍କ ମାତ୍ର ଗୋଟିଏ ବର୍ଷରେ ୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ସଂଗ୍ରହ କରିଥିବା ଜଣାପଡ଼ିଛି।Advertisment ଇଡି ତଲାସି ସମୟରେ ନଗଦ ଟଙ୍କା, ସୁନା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବିଭିନ୍ନ ଡିଜିଟାଲ ଉପକରଣ ଜବତ କରିଛି।

ପ୍ରାୟ ୬୧ ଲକ୍ଷ ଟଙ୍କା ନଗଦ ଓ ପ୍ରାୟ ୧ କିଲୋଗ୍ରାମ ସୁନା ମିଳିଥିବାବେଳେ ପ୍ରାୟ ୩୭ କୋଟି ଟଙ୍କାର ବ୍ୟାଙ୍କ ଜମାକୁ ଅଚଳ କରାଯାଇଛି।

ଏହି ମାମଲାରେ ଏ ପର୍ଯ୍ୟନ୍ତ ମୋଟ ପ୍ରାୟ ୧୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କିମ୍ବା ଅଚଳ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ବେଟିଂ ମାଧ୍ୟମରେ ଆସୁଥିବା ଅର୍ଥକୁ ପ୍ରଥମେ ଅନେକ "ମ୍ୟୁଲ୍‌ ଆକାଉଣ୍ଟ" ମାଧ୍ୟମରେ ସ୍ଥାନାନ୍ତର କରାଯାଉଥିଲା।

ଏଥିରେ ବ୍ୟବସାୟୀଙ୍କ ନାମରେ ଖୋଲାଯାଇଥିବା ଆକାଉଣ୍ଟ ମଧ୍ୟ ବ୍ୟବହାର ହେଉଥିଲା।

ପରେ ଅର୍ଥକୁ ବିଭିନ୍ନ ଆର୍ଥିକ ଓ ବ୍ୟବସାୟିକ ମାଧ୍ୟମରେ ଅନେକ ସ୍ତରରେ ଘୂରାଇ ଏହାର ପ୍ରକୃତ ଉତ୍ସ ଲୁଚାଇବାକୁ ଉଦ୍ୟମ କରାଯାଉଥିଲା।

ଇଡି ଅନୁସାରେ, ବେଟିଂରୁ ଆସିଥିବା ଟଙ୍କାକୁ କ୍ୟାସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ଏବଂ ଡିଜିଟାଲ ମନି ଟ୍ରାନ୍ସଫର ଏଜେଣ୍ଟଙ୍କ ମାଧ୍ୟମରେ ନଗଦରେ ପରିଣତ କରାଯାଉଥିଲା।

କେତେକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନି ସେକ୍ରେଟାରୀ ଓ ଅନ୍ୟ ଆର୍ଥିକ ସଂସ୍ଥାର ଭୂମିକାକୁ ମଧ୍ୟ ତଦନ୍ତ କରାଯାଉଛି।

ହାୱଲା ମାଧ୍ୟମରେ ଅର୍ଥ ବିଦେଶକୁ ପଠାଯାଇଥିବା ସହ କ୍ରିପ୍ଟୋକରେନ୍ସି ୱାଲେଟ୍‌ ମାଧ୍ୟମରେ ମଧ୍ୟ ଟଙ୍କାର କାରବାର ହୋଇଥିବା ଇଡି ସନ୍ଦେହ କରୁଛି।

Liqour: ମଦ ଦୁର୍ନୀତି ମାମଲାରେ ଇଡି ଦ୍ବାରା ପୂର୍ବତନ ଆନ୍ଧ୍ର ମନ୍ତ୍ରୀ ନାଗେଶ୍ବର ରାଓ ଗିରଫ ତଦନ୍ତକାରୀ ସଂସ୍ଥା କହିଛି ଯେ, ଏହି ଅର୍ଥର ଏକ ଅଂଶ ନକଲି ବିଦେଶୀ ପୁଞ୍ଜିନିବେଶ ଓ ସେବା ଆମଦାନି ନାମରେ ବିଦେଶକୁ ପଠାଯାଇଥିଲା।

ପାରିମ୍ୟାଚ୍‌ ସହ ଜଡ଼ିତ ବିଭିନ୍ନ ପେମେଣ୍ଟ କମ୍ପାନି ଓ ପେମେଣ୍ଟ ଗେଟ୍‌ୱେ ମଧ୍ୟ ତଦନ୍ତ ପରିସରରେ ରହିଛନ୍ତି।

ମୁମ୍ବାଇ ପୁଲିସର ସାଇବର ଥାନାରେ ପାରିମ୍ୟାଚ୍‌ ଡଟ୍‌ କମ୍‌ ବିରୋଧରେ ଅନ୍‌ଲାଇନ୍‌ ବେଟିଂ ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରି ଠକେଇ କରାଯାଉଥିବା ଅଭିଯୋଗରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଆଧାରରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା।

ଇଡି ବର୍ତ୍ତମାନ ଏହି ବେଆଇନ ବେଟିଂ ନେଟ୍‌ୱର୍କ ସହ ଜଡ଼ିତ ଅନ୍ୟ ବ୍ୟକ୍ତି ଓ ସଂସ୍ଥାଙ୍କ ଭୂମିକା ଖୋଜୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।