Juvenile Justice Act ଶିଶୁ ସୁରକ୍ଷା ଆଇନ ନେଇ ରାଜ୍ୟସ୍ତରୀୟ  ଆଲୋଚନାଚକ୍ର

Sep 06, 2026 - 21:25
Juvenile Justice Act ଶିଶୁ ସୁରକ୍ଷା ଆଇନ ନେଇ ରାଜ୍ୟସ୍ତରୀୟ  ଆଲୋଚନାଚକ୍ର

"ଭୁବନେଶ୍ୱର:  ଆଜି ଭୁବନେଶ୍ୱରଠାରେ "ଜୁଭେନାଇଲ୍ ଜଷ୍ଟିସ୍ (ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫: କାର୍ଯ୍ୟକାରିତାର ଏକ ଦଶନ୍ଧି ଏବଂ ଆଗାମୀ ପନ୍ଥା" ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

Advertisment ଏହି କାର୍ଯ୍ୟକ୍ରମରେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ,  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜୁଭେନାଇଲ୍ ଜଷ୍ଟିସ୍ କମିଟିର ଅଧ୍ୟକ୍ଷା ବିଚାରପତି ସାବିତ୍ରୀ ରଥୋ, ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ ମୃଣାଳିନୀ ଦର୍ସ୍ୱାଲ; ଓ ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସ୍ ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସମେତ ବରିଷ୍ଠ ନ୍ୟାୟିକ ଅଧିକାରୀ, ସରକାରୀ ଅଧିକାରୀ, ପୋଲିସ ଅଧିକାରୀ, ଶିଶୁ ଅଧିକାର ବିଶେଷଜ୍ଞ ଏବଂ ସିଭିଲ୍ ସୋସାଇଟି ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟ ବିଚାରପତି ହରିଶ ଟଣ୍ଡନ କହିଥିଲେ, କିଶୋର ନ୍ୟାୟର କେନ୍ଦ୍ରବିନ୍ଦୁରେ ନିବାରଣ ରହିବା ଆବଶ୍ୟକ।

ଆମେ ତୃଣମୂଳ ସ୍ତରରେ ଥିବା ଦୁର୍ବଳତାଗୁଡ଼ିକର ସମାଧାନ କରିବା ଉଚିତ୍ ଯାହାଦ୍ୱାରା ପିଲାମାନେ ଆଇନ ସହ ସଂଘର୍ଷରେ ନଆସନ୍ତି କିମ୍ବା ଆନୁଷ୍ଠାନିକ ଯତ୍ନର ପରିସରଭୁକ୍ତ ନହୁଅନ୍ତି।

ପ୍ରଥମ ପ୍ୟାନେଲ୍ "ଆଇନ ସହ ସଂଘର୍ଷରେ ଥିବା ଶିଶୁମାନଙ୍କର ଅଧିକାର" ଉପରେ ପର୍ଯ୍ୟବେଶିତ ଥିଲା।

ଏଥିରେ, ଡ କଳ୍ପନା ପୁରୁଷୋତ୍ତମନ୍ ଫ୍ୟାସିଲିଟେଟର, ଓଡ଼ିଶା ପୁଲିସର କ୍ରାଇମ ଏଗେନ୍‌ଷ୍ଟ ୱିମେନ୍ ଏବଂ ଚିଲ୍ଡ୍ରେନ୍ ୱିଙ୍ଗର ଏଡିଜି ସାଇନି ଏସ, ଖୋର୍ଦ୍ଧା ଶିଶୁ ଅଦାଲତର ଏଡିଜେ-କମ୍-ପି.ଓ.

ହର ପ୍ରସାଦ ପଟ୍ଟନାୟକ; ରାୟଗଡ଼ା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ୍ ତଥା ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ଆଶିଷ ପଟ୍ଟନାୟକ; ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ମନନ ବିଶ୍ୱାସ, ଏବଂ ସମ୍ବଲପୁରର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁସ୍ମିତା ପଟ୍ଟନାୟକ ସାମିଲ ଥିଲେ।

POCSO Court ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦ୍ୱିତୀୟ ପ୍ୟାନେଲରେ ଶିଶୁ କଲ୍ୟାଣ ସମିତିର କାର୍ଯ୍ୟକାରିତା, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିଶୁମାନଙ୍କର ଥଇଥାନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା।

ନିମିଷା ଶ୍ରୀବାସ୍ତବ ଏଥିରେ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ।

ପ୍ୟାନେଲରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଡ.

ଏନ୍.

ଥିରୁମାଲା ନାୟକ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଶ୍ରୀ ବ୍ରତତୀ ହରିଚନ୍ଦନଙ୍କ ସମେତ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନା ତୃତୀୟ ପ୍ୟାନେଲରେ ପରିବାରକୁ ସୁଦୃଢ଼ କରିବା, ପୋଷ୍ୟ ସନ୍ତାନ ଗ୍ରହଣ (Adoption) ଏବଂ ଫୋଷ୍ଟର କେୟାର ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା।

ଶ୍ରୀ ପ୍ରଭାତ କୁମାରଙ୍କ ଦ୍ୱାରା ପରିଚାଳିତ ଏହି ଆଲୋଚନାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଏବଂ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି.

ପ୍ରମୁଖ ସାମିଲ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।