Editorial: କଥାଟିଏ-ଯାଯାବର: ଶେଷ ବିଶ୍ରାମ

Aug 24, 2026 - 02:51
Editorial: କଥାଟିଏ-ଯାଯାବର: ଶେଷ ବିଶ୍ରାମ

"ଦିଗ୍‌ବିଜୟୀ ଆଲେକଜାଣ୍ଡର ଯୁଦ୍ଧ ଅଭିଯାନ ଶେଷ କରି ଫେରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଲେ।

ସେତେବେଳକୁ ତାଙ୍କୁ ମାତ୍ର ତେତିଶ ବର୍ଷ ବୟସ।

କିନ୍ତୁ ଅସୁସ୍ଥତା ବଢ଼ିବାକୁ ଲାଗିଲା।

ବଛା ବଛା ଚିକିତ୍ସକ ଚିକିତ୍ସା କଲା ପରେ ବି କିଛି ଲାଭ ହେଲା ନାହିଁ।

Advertisment Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର ଶେଷରେ ଆସିଲେ ସେଇ ସମୟର ସବୁଠାରୁ ପ୍ରସିଦ୍ଧ ଚିକିତ୍ସକ।

ଆଲେକଜାଣ୍ଡରକୁ ଦେଖିବା ପରେ ବୃଦ୍ଧ ଚିକିତ୍ସକ କହିଲେ- ସିକନ୍ଦର, ଆପଣଙ୍କ ଶେଷ ସମୟ ଉପନୀତ।

ଆଉ ମାତ୍ର କିଛି ଘଣ୍ଟାର ଜୀବନ ବାକି ଅଛି।

ସିକନ୍ଦରଙ୍କ କ୍ଳାନ୍ତ ଆଖି ପତା ମୁଦି ହୋଇଗଲା।

ସେ ବଡ଼ କଷ୍ଟରେ କହିଲେ- ମୁଁ ମୋ ପୃଥିବୀ ବିଜୟ ଲକ୍ଷ୍ୟ ହାସଲ କରିଛି।

ଭାବିଥିଲି ତା" ପରେ ବିଶ୍ରାମ କରିବି।

ଆପଣ ଏ କ"ଣ କହୁଛନ୍ତି?

ମୁଁ ମୋ ବିଶାଳ ରାଜ୍ୟ ଆପଣଙ୍କୁ ଦେବାକୁ ପ୍ରସ୍ତୁତ।

ମୋତେ ଭଲ କରି ଦିଅନ୍ତୁ।

ଚିକିତ୍ସକ ମୁଣ୍ଡ ପୋତି ନିରୁତ୍ତର ରହିଲେ।

Jayalukkas: ଜୟଆଲୁକ୍କାସରେ ସର୍ବବୃହତ ଗହଣା ସେଲ୍‌ ଏହି କ୍ଷଣରେ ସିକନ୍ଦରଙ୍କ ପନେ ପଡ଼ିଗଲା ଦାର୍ଶନିକ ଡିଓଜିନସଙ୍କ କଥା।

ସେ ଦିନ ପରମ ବୈରାଗୀ ଡିଓଜିନସ ସିକନ୍ଦରଙ୍କ ବିରାଟ ସୈନ୍ୟ ପଟୁଆର ଦେଖି ପଚାରିଥିଲେ- ୟେ ଯୁଦ୍ଧ ଯାତ୍ରା କାହିଁକି ସିକନ୍ଦର?

ସିକନ୍ଦର କହିଥିଲେ- ମୁଁ ପୃଥିବୀ ବିଜୟ କରିବି।

ଡିଓଜିନସ କହିଥିଲେ- ପୃଥିବୀ ବିଜୟ କଲା ପରେ କ"ଣ କରିବ?

ସିକନ୍ଦର କହିଥିଲେ- ଆଉ କିଛି କରିବାର ନ ଥିବ।

ସେତିକି ବେଳେ ବିଶ୍ରାମ କରିବି।

ଡିଓଜିନସ ହସି ଉଠି କହିଥିଲେ- ବିଶ୍ରାମ କରିବା ଆଗରୁ ପୃଥିବୀ ବିଜୟ କରିବ କାହିଁକି?

ଆସୁନ, ଏବେ ମୋ ସହିତ ବିଶ୍ରାମ କରିବ, ଯେମିତି ମୁଁ ନଈ କୂଳରେ ଆରାମରେ ଶୋଇ କରୁଛି!

ଜୀବନର ଅନ୍ତିିମ ବିଶ୍ରାମ ନେବା ପୂର୍ବରୁ ସିକନ୍ଦର ଏ କଥାର ମର୍ମ ବୁଝିପାରୁଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।