Editorial: ଜଳାତଙ୍କ!

Sep 01, 2026 - 03:05
Editorial: ଜଳାତଙ୍କ!

"ବର୍ତ୍ତମାନ ସମସ୍ତେ ଏକମତ ଯେ ପୃଥିବୀର ଜଳବାୟୁର ଉତ୍ତପ୍ତୀକରଣ ବା ବିଶ୍ବ ତାପନ ("ଗ୍ଲୋବାଲ୍ ୱାର୍ମିଙ୍ଗ") ଏଭଳି ସମ୍ଭାବନାକୁ ଆହୁରି ତ୍ବରାନ୍ବିତ କରିଚାଲିବ।

ଦୁର୍ଭାଗ୍ୟଜନକ ଭାବରେ କିନ୍ତୁ ବିଶ୍ବ ତାପନର ଅନ୍ୟାନ୍ୟ ପରିଣତିମାନ (ଯେମିତି ସମୁଦ୍ର ପତ୍ତନରେ ବୃଦ୍ଧି କିମ୍ବା ଅତ୍ୟଧିକ ଉତ୍ତପ୍ତ ଗ୍ରୀଷ୍ମଋତୁ) ସମ୍ବନ୍ଧରେ ପୂର୍ବାନୁମାନ କରିବା ଏବଂ ସେ ସବୁର ମୁକାବିଲା କରିବା ସମ୍ଭବ ହୋଇଥିବା ବେଳେ, ହିମସ୍ଖଳନ କ୍ଷେତ୍ରରେ ତାହା ପ୍ରାୟ ଅସମ୍ଭବ ହୋଇଥାଏ।

ନେପାଳ ସେଇଥିପାଇଁ ଅସହାୟ ଭାବରେ ବିଶ୍ବ ତାପନକୁ ଲଗାମ ଦେବା ନିମିତ୍ତ ପଦକ୍ଷେପ ନେବା ପାଇଁ ବିଶ୍ବବାସୀଙ୍କୁ ଆକୁଳ ନିବେଦନ କରିବା ଦେଖାଯାଇଛି।Advertisment Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ""ପ୍ରଳୟ ପ୍ରୟୋଧିଜଳେ ଧୃତବାନସି ବେଦମ୍।"" ପାରମ୍ପରିକ ଭାବରେ ପ୍ରଳୟକୁ ସର୍ବଦା ଜଳ ସହିତ ସଂଯୁକ୍ତ କରାହୋଇ ଆସିଛି।

ଏହା ସତ୍ତ୍ବେ, ନେପାଳରେ ଏବେ ଯେଉଁ ଜଳ-ପ୍ରଳୟ ଘଟିଛି, ତାହା ଏପରି ଅପ୍ରତ୍ୟାଶିତ ଓ ଅସ୍ବାଭାବିକ ମନେହୁଏ, ଯାହା ଜୀବନର ଅନ୍ୟ ନାମ ହୋଇଥିବା ଏଇ ସର୍ବବ୍ୟାପୀ ପଦାର୍ଥ ପ୍ରତି ଆମର ଚିରାଚରିତ ଆଭିମୁଖ୍ୟରେ ସଂପୂର୍ଣ୍ଣ ଓଲଟପାଲଟ ଘଟାଇ ଦେଇଥାଏ; ଯେ କୌଣସି ରୂପରେ ଏହା ସହିତ ସାକ୍ଷାତ୍ - ବର୍ଷା ବିନ୍ଦୁରୁ ଗ୍ଲାସ୍‌ରେ ଥିବା ପିଇବା ପାଣି ପର୍ଯ୍ୟନ୍ତ - ଆମଠାରେ ଏକ ଦାର୍ଶନିକସୁଲଭ ଅନ୍ୟମନସ୍କତା ସୃଷ୍ଟି କରିଥାଏ।

ଆମେ ଇତିହାସରେ ପଛୁଆ ଗତି କରି ଯାଇ ପହଞ୍ଚିଯାଉ ଖ୍ରୀ.ପୂ.

ସପ୍ତମ-ଷଷ୍ଠ ଶତାବ୍ଦୀର ପ୍ରାକ୍-ସକ୍ରେଟିସ୍ ଗ୍ରୀକ୍ ଗଣିତଜ୍ଞ-ଦାର୍ଶନିକ ଥେଲିସ୍‌ଙ୍କ ପାଖରେ, ଯିଏ ଜଳର ସର୍ବବ୍ୟାପୀ ଚରିତ୍ର ପ୍ରତି ସର୍ବପ୍ରଥମେ ଆମର ଦୃଷ୍ଟି ଆକର୍ଷଣ କରି ଆମକୁ ସଚେତନ କରିଦେଇଥିଲେ ଯେ ସଂସାରର ପ୍ରତ୍ୟେକ ପଦାର୍ଥ ଯେଉଁଥିରୁ ଉଦ୍ଭବ ହୋଇଥାଏ, ତାହା ହେଉଛି- ଜଳ।ତାଙ୍କର ଏଇ ଧାରଣର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଥେଲିସ୍ ଦର୍ଶାଇଥିଲେ ଯେ ଜଳ କେବଳ ଯେ କଠିନ, ତରଳ ଓ ବାୟବୀୟ ଅବସ୍ଥାରେ ଉପସ୍ଥିତ ଥାଏ, ତାହା ନୁହେଁ, ଗୋଟିଏ ଅବସ୍ଥାରୁ ଆଉ ଗୋଟିଏ ଅବସ୍ଥାକୁ ତା"ର ଅନାୟାସରେ ରୂପାନ୍ତର ଘଟିଥାଏ।

ସେ ବିଶ୍ବାସ କରୁଥିଲେ ଜଳରୁ କୁହୁଡ଼ି ସୃଷ୍ଟି ହୋଇଥାଏ, ଯାହା ସୂର୍ଯ୍ୟ-ତାପରେ ବାୟୁରେ ପରିଣତ ହୋଇଥାଏ; ପୁଣି କୁହୁଡ଼ିରୁ ମଧ୍ୟ ବାଦଲ ଜନ୍ମଲାଭ କରି ବୃଷ୍ଟିପାତ କରିଥାଏ, ବିଜୁଳି ରୂପକ ଅଗ୍ନି ସୃଷ୍ଟି କରିଥାଏ ଏବଂ କୁଆପଥର ପରି କଠିନ ବସ୍ତୁ ପ୍ରସବ କରିଥାଏ।ଥେଲିସ୍‌ଙ୍କର ଏଇ ବିଶ୍ବାସ ଆଧୁନିକ ବିଜ୍ଞାନ ସହିତ ପୂରାପୂରି ଭାବରେ ମେଳ ନ ଖାଉଥିଲେ ହେଁ ଜଳର ସର୍ବବିଦ୍ୟମାନ ଅବସ୍ଥା ସମ୍ବନ୍ଧରେ ତାଙ୍କର ଧାରଣାକୁ ଯେ ଆଧୁନିକ ବିଜ୍ଞ‌ାନ ମଧ୍ୟ ପ୍ରକାରାନ୍ତରେ ସ୍ବୀକୃତି ପ୍ରଦାନ କରିଥାଏ, ତାହା ନିମ୍ନୋକ୍ତ ସଂକ୍ଷିପ୍ତ ଉଦାହରଣ ଦ୍ବାରା ସାବ୍ୟସ୍ତ ହୋଇଥାଏ: ଏକ ଆଳୁ ହେଉଛି ୮୦ ଶତାଂଶ ଜଳ, ଏକ ଗାଈ ୭୪ ଶତାଂଶ, ଏକ ଟମାଟର ୯୫ ଶତାଂଶ, ଏକ ବ୍ୟାକ୍‌ଟେରିଅମ୍ ୭୫ ଓ ଜଣେ ମନୁଷ୍ୟ ହେଉଛି ୬୫ ଶତାଂଶ ଅର୍ଥାତ୍ ପ୍ରାୟ ଦୁଇ-ତୃତୀୟାଂଶ ଜଳ।ଏଇ ଆଶ୍ଚର୍ଯ୍ୟଜନକ ପଦାର୍ଥର ନିଜର କୌଣସି ଆକୃତି ନାହିଁ ଏବଂ ଏହା ସ୍ବଚ୍ଛ, କିନ୍ତୁ ତଥାପି ଆମେ ତା"ର ସାନ୍ନିଧ୍ୟ ଲାଭ ପାଇଁ ବ୍ୟାକୁଳ ହୋଇଥାଉ; ଏହାର ନିଜର କୌଣସି ସ୍ବାଦ ନାହିଁ, କିନ୍ତୁ ଆମେ ତାକୁ ଆସ୍ବାଦନ କରି ପରମ ଆନନ୍ଦ ଲାଭ କରିଥାଉ; ତା"ର ଉଦରରେ ପ୍ରତି ବର୍ଷ ସହସ୍ର ସହସ୍ର ଲୋକ ସମାଧି ଲାଭ କରୁଥିଲେ ହେଁ, ତା"ର ଦୁର୍ବାର ଆକର୍ଷଣ ଏଡ଼ାଇ ନ ପାରି ଆମେ ତା"ର ଆଲିଙ୍ଗନ ଲାଭ ପାଇଁ ତା" କୋଳକୁ ଲମ୍ଫ ମାରିବାରେ ଲାଗିଥାଉ।

ଶୀତଳୀକରଣ ଅଧିକାଂଶ ତରଳ ପଦାର୍ଥଙ୍କଠାରେ ପ୍ରାୟ ୧୦ ଶତାଂଶ ସଂକୋଚନ ଘଟାଇଥାଏ; ଜଳର ମଧ୍ୟ ତାହା ଘଟିଥାଏ, କିନ୍ତୁ ଏକ ଜମାଟ ବାନ୍ଧିବା ଅବସ୍ଥା ଛୁଇଁବା ଛୁଇଁବା ହେବା ପର୍ଯ୍ୟନ୍ତ।

ଜମାଟ ବାନ୍ଧିବାର ଠିକ୍ ପୂର୍ବରୁ ଏହାର ଅବିଶ୍ବାସ୍ୟ ଭାବରେ ଠିକ୍ ବିପରୀତ ଅର୍ଥାତ୍ ସଂପ୍ରସାରଣ ଘଟିବାକୁ ଆରମ୍ଭ କରେ ଏବଂ କଠିନ ବରଫରେ ପରିଣତ ହେଲା ବେଳକୁ ଏହାର ଆୟତନରେ ପ୍ରାୟ ଏକ-ଦଶମାଂଶ ବୃଦ୍ଧି ଘଟିସାରିଥାଏ।

ଏଇ ସଂପ୍ରସାରଣ ଘଟିବା ଯୋଗୁଁ ବରଫ ପାଣିରେ ଭାସିଥାଏ।ପୃଥିବୀ ନାମକ ଗ୍ରହର ଏକ ବିଶେଷତ୍ବ ହେଉଛି ଏହା ଯେ ଏହାର ପୃଷ୍ଠଦେଶର ତାପମାତ୍ରା ଜଳର ତରଳୀକରଣ ସ୍ତର ବା "ଗଳନାଙ୍କ" ("ମେଲ୍‌ଟିଙ୍ଗ ପଏଣ୍ଟ") ସମୀପବର୍ତ୍ତୀ ହୋଇଥାଏ।

ଏହାର ଅର୍ଥ ହେଲା ଭୂ-ପୃଷ୍ଠର କେତେକ ଅଂଶ ଜଳର ତରଳ ରୂପ ଦ୍ବାରା ଆଚ୍ଛାଦିତ ହୋଇଥିବା ବେଳେ ଅନ୍ୟ କେତେକ ଅଂଶ ତା"ର କଠିନ ରୂପ ଅର୍ଥାତ୍ ବରଫ ଦ୍ବାରା ଆଚ୍ଛାଦିତ ହୋଇଥାନ୍ତି।

ଏହା ସମୟେ ସମ‌ୟେ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପରିବର୍ତ୍ତନ ସଂଘଟିତ ହେଉଥିବା ଅଞ୍ଚଳ ("ଟ୍ରାନ୍‌ଜିସନ ଜୋନ")ରେ ବସବାସ କରୁଥିବା ଲୋକମାନଙ୍କ ଜୀବନକୁ ସଂକଟାପନ୍ନ କରିଥାଏ, ଯାହା ଏବେ ନେପାଳ ଓ ତିବ୍ବତର ଭୋଟେ କୋଶି ଓ ତ୍ରିଶୁଳୀ ଉପତ୍ୟକାରେ ଦେଖିବାକୁ ମିଳିଛି।

Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ ସାଧାରଣତଃ ଚିରବରଫାବୃତ ମେରୁ ଅଞ୍ଚଳର ଧାରରେ ଜଳ ତା"ର କଠିନ ଅବସ୍ଥା ତ୍ୟାଗ କରି ତରଳ ଅବସ୍ଥାକୁ ଗମନ କରିବା ଏକ ନିୟମିତ ଘଟଣା ହୋଇଥାଏ।

ଏହା ବ୍ୟତୀତ ବରଫାଚ୍ଛାଦିତ ସୁଉଚ୍ଚ ପର୍ବତମାଳାରେ ମଧ୍ୟ ଜଳର ଏଭଳି ଅବସ୍ଥାନ୍ତର ଘଟିବାର ସମ୍ଭାବନା ଉପସ୍ଥିତ ଥାଏ।

ତୁଷାର ଧାର ନିକଟବର୍ତ୍ତୀ ଅଞ୍ଚଳର ତାପମାତ୍ରା "ଗଳନାଙ୍କ" ସ୍ପର୍ଶ କରିବାର ସମ୍ଭାବନା ସର୍ବଦା ଉପସ୍ଥିତ ଥାଏ ଏବଂ ସେପରି ହେଲେ ବରଫ ଚଟାଣ ତରଳି ପର୍ବତ ପୃଷ୍ଠରୁ ବିଚ୍ଛିନ୍ନ ହୋଇ ତଳକୁ ଖସିବାରେ ଲାଗେ, ଯାହା ସାଧାରଣତଃ ହିମସ୍ଖଳନ ରୂପେ ପରିଚିତ।ପୃଥିବୀର ସର୍ବୋଚ୍ଚ ପର୍ବତମାଳା ହିମାଳୟରେ ଏହା ଘଟିବାର ସମ୍ଭାବନା ବହୁ ଅଧିକ ହୋଇଥାଏ ଏବଂ ଏଠାରେ ନିମ୍ନଗାମୀ ବରଫ ଅତଡ଼ାର ଆକାର ବିଶାଳ ଓ ଗଡ଼ାଣି ଅଧିକ ତୀକ୍ଷ୍‌ଣ ‌ଓ ଦୀର୍ଘ ହୋଇଥିବାରୁ ତାହାର ଆଘାତ ଓ ତଜ୍ଜନିତ କ୍ଷୟକ୍ଷତି ବହୁ ଅଧିକ ଭୟାନକ ହୋଇଥାଏ, ଯାହା ବର୍ତ୍ତମାନ ଘଟିଛି ନେପାଳ ବିଭୀଷିକାରେ।

ଏକ ୬୦୦ ମିଟର ଓସାରବିଶିଷ୍ଟ ବିଶାଳ ବରଫ ଅତଡ଼ା ତରଳୀକରଣ ପ୍ରଭାବରେ ପର୍ବତପୃଷ୍ଠରୁ ବିଚ୍ଛିନ୍ନ ହୋଇଯାଇ ପ୍ରାୟ ୧.୨ କିଲୋମିଟର ତଳେ ଥିବା ଉପତ୍ୟକା ଦିଗରେ ବିଜୁଳି ବେଗରେ ଖସିବାକୁ ଲାଗିଲା।

ଏଇ ସ୍ଖଳନ ସମୟରେ ତୀବ୍ର ଘର୍ଷଣଜନିତ ଉତ୍ତାପ ଦ୍ବାରା ବରଫ ଅତଡ଼ାର କିଛି ଅଂଶ ତରଳି ଯେଉଁ ଜଳସ୍ରୋତ ସୃଷ୍ଟି ହେଲା, ସେଥିରେ ମାଟି, ପଥର, ଗଛପତ୍ର ଆଦି ମିଶି ଏକ ଅତ୍ୟନ୍ତ ବହଳ ପ୍ରବାହରେ ପରିଣତ ହୋଇ ତାହା ଉପତ୍ୟକାରେ ପହଞ୍ଚି ଏକ ସ୍ରୋତ ଅବରୋଧକ ରୂପେ କାର୍ଯ୍ୟ କଲା।

ଏଥିଯୋଗୁଁ ସେଠାରେ ସୃଷ୍ଟ ଅସ୍ଥାୟୀ ଜଳଭଣ୍ଡାରର ଚାପରେ ଏଇ ଅବରୋଧକ ଶେଷରେ ଭୁଶୁଡ଼ି ପଡ଼ି ଯେଉଁ ପ୍ରଳୟ ସୃଷ୍ଟି କଲା, ତାହାର ସଂପୂର୍ଣ୍ଣ ଚିତ୍ର ଏ ପର୍ଯ୍ୟନ୍ତ ଉପଲବ୍‌ଧ ହୋଇପାରି ନାହିଁ।ହିମସ୍ଖଳନ ଯୋଗୁଁ ହିମାଳୟର ପାଦଦେଶରେ ଘଟିଥିବା ଏହା ସର୍ବପ୍ରଥମ ଏଭଳି ବିପର୍ଯ୍ୟୟ ନୁହେଁ, ଏଥିପୂର୍ବରୁ ଏଇମାତ୍ର ୨୦୨୧ରେ ଉତ୍ତରାଖଣ୍ଡ ରାଜ୍ୟର ଚାମୋଲି ଠାରେ ଘଟିଥିବା ଏକ ଅନୁରୂପ ଘଟଣାରେ ୨୦୦ରୁ ଅଧିକ ପ୍ରାଣହାନି ଘଟିବା ସହିତ ଦୁଇଟି ଜଳ-ବିଦ୍ୟୁତ୍‌ କେନ୍ଦ୍ର ଧ୍ବଂସ ପାଇ ଯାଇଥିଲା।ସେ ଜଳର ବହୁରୂପୀ ଚରିତ୍ର ସମ୍ବନ୍ଧରେ ଏକ ଚମକପ୍ରଦ ଅନ୍ତର୍ଦୃଷ୍ଟି ଲାଭ କରିଥିଲେ ହେଁ ଭୂ-ମଧ୍ୟସାଗରୀୟ ଅଞ୍ଚଳର ଅଧିବାସୀ ଥେଲିସ୍ ଜଳର ଏକ ରୂପ ପରିବର୍ତ୍ତନ ଯୋଗୁଁ ସୁଦୂର ହିମାଳୟ ଅଞ୍ଚଳରେ ପ୍ରଳୟ ସୃଷ୍ଟିର ସମ୍ଭାବନା ସମ୍ବନ୍ଧରେ ନିଶ୍ଚିତ ରୂପେ ସଂପୂର୍ଣ୍ଣ ଅଜ୍ଞ ଥିବେ।

ବର୍ତ୍ତମାନ ସମସ୍ତେ ଏକମତ ଯେ ପୃଥିବୀର ଜଳବାୟୁର ଉତ୍ତପ୍ତୀକରଣ ବା ବିଶ୍ବ ତାପନ ("ଗ୍ଲୋବାଲ୍ ୱାର୍ମିଙ୍ଗ") ଏଭଳି ସମ୍ଭାବନାକୁ ଆହୁରି ତ୍ବରାନ୍ବିତ କରିଚାଲିବ।

ଦୁର୍ଭାଗ୍ୟଜନକ ଭାବରେ କିନ୍ତୁ ବିଶ୍ବ ତାପନର ଅନ୍ୟାନ୍ୟ ପରିଣତିମାନ (ଯେମିତି ସମୁଦ୍ର ପତ୍ତନରେ ବୃଦ୍ଧି କିମ୍ବା ଅତ୍ୟଧିକ ଉତ୍ତପ୍ତ ଗ୍ରୀଷ୍ମଋତୁ) ସମ୍ବନ୍ଧରେ ପୂର୍ବାନୁମାନ କରିବା ଏବଂ ସେ ସବୁର ମୁକାବିଲା କରିବା ସମ୍ଭବ ହୋଇଥିବା ବେଳେ, ହିମସ୍ଖଳନ କ୍ଷେତ୍ରରେ ତାହା ପ୍ରାୟ ଅସମ୍ଭବ ହୋଇଥାଏ।

ନେପାଳ ସେଇଥିପାଇଁ ଅସହାୟ ଭାବରେ ବିଶ୍ବ ତାପନକୁ ଲଗାମ ଦେବା ନିମିତ୍ତ ପଦକ୍ଷେପ ନେବା ପାଇଁ ବିଶ୍ବବାସୀଙ୍କୁ ଆକୁଳ ନିବେଦନ କରିବା ଦେଖାଯାଇଛି।

ସେ ନିବେଦନ ବିଶ୍ବବାସୀଙ୍କ କାନରେ ପ୍ରବେଶ କରିବ କି ନାହିଁ ଜଣାନାହିଁ; କିନ୍ତୁ ନେପାଳ ବିଭୀଷିକା ପରେ ତା"ର ଯେ କୌଣସି ରୂପରେ ବି ବହୁରୂପୀ ଜଳର ଦର୍ଶନ ଆମଠାରେ ଏକ ଅଜଣା ଅାତଙ୍କ ସୃଷ୍ଟି କରୁଛି!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।