Gill and Bumrah slip: ଆଇସିସି ଟେଷ୍ଟ୍ ମାନ୍ୟତା: ପଡ଼ିକଲ ଉଠିଲେ; ଗିଲ୍, ବୁମ୍ରା ଖସିଲେ
"ଦୁବାଇ: ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତର ଦେବଦତ୍ତ ପଡ଼ିକଲ (୩୨୮ ରନ୍) ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତାରେ ୫ ସ୍ଥାନ ଉଠି ୫୪ରେ ପହଞ୍ଚିଛନ୍ତି।
ତେବେ ବ୍ୟାଟିଂରେ ଅଧିନାୟକ ଶୁବମନ ଗିଲ୍ ଏବଂ ବୋଲିଂରେ ଯଶପ୍ରୀତ ବୁମ୍ରାଙ୍କ ମାନ୍ୟତା ଖସିଛି।
ଗିଲ୍ ୨ଟି ସ୍ଥାନ ଖସି ନବମରେ ଥିଲା ବେଳେ ୱିକେଟ୍କିପର ବ୍ୟାଟର୍ ଋଷଭ ପନ୍ତ ସପ୍ତମରେ ରହିଛନ୍ତି।
ଭାରତୀୟଙ୍କ ମଧ୍ୟରେ ପନ୍ତ ମଧ୍ୟ ଶ୍ରେଷ୍ଠ ମାନ୍ୟତା ଖେଳାଳି ହୋଇଛନ୍ତି।
ଯଶସ୍ବୀ ଜୟସ୍ବାଲ ଶୀର୍ଷ ୧୦ରୁ ବାହାରି ୧୧ରେ ରହିଛନ୍ତି।
ବୁମ୍ରା ଗୋଟିଏ ସ୍ଥାନ ଖସି ତୃତୀୟରେ ପହଞ୍ଚିଛନ୍ତି।
ତାଙ୍କ ଆଗରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରି ରହିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ବୁମ୍ରା ଖେଳି ନଥିଲେ।
ଦ୍ବିତୀୟ ଟେଷ୍ଟ୍ରେ ଶ୍ରୀଲଙ୍କାକୁ ପରାଜୟରୁ ରକ୍ଷା କରିଥିବା ସୋନାଲ ଦିନୁଶା ୨୯ରୁ ୨୫ରେ ପହଞ୍ଚିଛନ୍ତି।Advertisment ୟୁକ୍ରେନ୍ରେ ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ତେଲଙ୍ଗାନା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।