Education: ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

Oct 23, 2026 - 00:53
Education: ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କୁ ଅନ୍ତର୍ଜାତୀୟ କାର୍ଯ୍ୟ ଅଭିଜ୍ଞତା ହାସଲର ସୁଯୋଗ ଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ର ୨୦୨୫-୨୬ ବ୍ୟାଚ୍‌ର ୨୩ ଜଣ ଛାତ୍ରଛାତ୍ରୀ ଛଅ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗସ୍ତ କରିଛନ୍ତି।

ସିଙ୍ଗାପୁର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର ଏହା ପଞ୍ଚମ ବ୍ୟାଚ୍।

ଏହି ଇଣ୍ଟର୍ନସିପ୍‌ରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକରେ କାମ କରିବା ସହ ନିଜ ଦକ୍ଷତାକୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବେ।

ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ଛଅଟି ସଂସ୍ଥା; ଫୋର୍ ସିଜନ୍ସ ହୋଟେଲ୍, ଗୁଡଉଡ୍ ପାର୍କ ହୋଟେଲ୍, ନ୍ୟୁୱେ ସିଷ୍ଟମ୍ସ, ନେପଚ୍ୟୁନ୍ ଟେକ୍ନୋଲୋଜି, ଗ୍ରେସ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ଭାଣ୍ଟିଭ୍ ମ୍ୟାନୁଫାକ୍ଚରିଂରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।

Advertisment ଏନେଇ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି, ସିଙ୍ଗାପୁରରେ ଏହି ଛଅ ମାସିଆ ଇଣ୍ଟର୍ନସିପ୍ ଛାତ୍ରଛାତ୍ରୀଙ୍କୁ ନିଜ ଦକ୍ଷତାକୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବା ଏବଂ ନୂଆ ଅନୁଭୂତି ହାସଲ କରିବାର ସୁଯୋଗ ଦେବ।

ଏହାଦ୍ୱାରା ସେମାନେ ନିଜ ଭବିଷ୍ୟତ ପାଇଁ ଅଧିକ ପ୍ରସ୍ତୁତ ହୋଇପାରିବେ।

ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବପିଢ଼ିଙ୍କୁ ଏପରି ଭାବେ ପ୍ରସ୍ତୁତ କରିବା, ଯାହାଦ୍ୱାରା ସେମାନେ ନିଜ ଦକ୍ଷତା ବଳରେ ଦେଶ ଓ ବିଦେଶରେ ସଫଳତା ହାସଲ କରିପାରିବେ।

Education: ବିଶ୍ୱ ଦକ୍ଷତା କେନ୍ଦ୍ର ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏହି ଅବସରରେ ବୁଧବାର ସିଙ୍ଗାପୁରରେ ଏକ ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା।

ଏଥିରେ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ଉଚ୍ଚ ଆୟୋଗର ପ୍ରଥମ ସଚିବ (ଅର୍ଥନୀତି) ସନ୍ୟମ ଯୋଶୀ, ସିଙ୍ଗାପୁର ସରକାରଙ୍କ ଶକ୍ତି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ବରିଷ୍ଠ ସହକାରୀ ନିର୍ଦ୍ଦେଶକ ବିବେକ ରଘୁରାମନ, ଅମାନସା କ୍ୟାପିଟାଲ୍‌ର ନିର୍ଦ୍ଦେଶିକା ସୁଶ୍ରୀ ଆମି ପାରିଖ, ଆଇଟିଇ ଏଜୁକେସନ୍ ସର୍ଭିସେସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ନଟରାଜନ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସହ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଙ୍ଗାପୁର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଦେଶରେ କାମ କରିବାର ଅଭିଜ୍ଞତା ହାସଲ କରୁଛନ୍ତି।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସିଙ୍ଗାପୁରର ଆଇଟିଇ ଏଜୁକେସନ୍ ସର୍ଭିସେସ୍‌ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଛି।

ଏଥିରେ ନୂଆ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକରେ କିପରି କାମ କରାଯାଏ ତାହା ସେମାନେ ଶିଖିବାର ସୁଯୋଗ ପାଉଛନ୍ତି।

ପୂର୍ବ ବ୍ୟାଚ୍‌ର କେତେକ ଛାତ୍ରଛାତ୍ରୀ ଇଣ୍ଟର୍ନସିପ୍ କରିଥିବା ସଂସ୍ଥାରୁ ନିଯୁକ୍ତି ପ୍ରସ୍ତାବ ମଧ୍ୟ ପାଇଛନ୍ତି।

ଏହା ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ ସହ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।