Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ
"ଜହ୍ନାପଙ୍କ: ବୌଦ୍ଧ ବ୍ଲକ ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶେଷଦେବ ପ୍ରଧାନଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଅଭିଭାବକl ମୁଣ୍ଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏମାନଙ୍କ ପାଇଁ ୬ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।
Advertisment ବିଦ୍ୟାଳୟର ପ୍ରଧାନଶିକ୍ଷକ ଶେଷଦେବ ପ୍ରଧାନଙ୍କ ପ୍ରମୋସନ ଯୋଗୁଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିକଟସ୍ତ ଖମାରୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଛନ୍ତି ଓ ମାତ୍ର ୮ ମାସ ଚାକିରି ଥିବା ଗିରିଶ ପଣ୍ଡାଙ୍କୁ ପ୍ରଧାନଶିକ୍ଷକ ଭାବେ ଏଠାକୁ ପଠାଯାଇଛି।
ଆଜି ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ରିଲିଭ ହେଉଥିବା ଖବର ପାଇ ବିଦ୍ୟାଳୟ କମିଟି ଓ ଅଭିଭାବକ ମାନେ ପୂର୍ବାହ୍ନ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
ସେମାନେ ପ୍ରଧାନ ଶିକ୍ଷକ ଶେଷଦେବ ପ୍ରଧାନଙ୍କ ବଦଳି ବାତିଲ କିମ୍ବା କିଛି ବର୍ଷ ଚାକିରି ଥିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତ କରିବାକୁ ଦାବି କରିଛନ୍ତି।
Judgement: ମହିଳା ଓକିଲଙ୍କ ବିରୋଧ ପ୍ରଦର୍ଶନକୁ ନେଇ କ୍ଷୁବ୍ଧ ସିଜେଆଇ ଖବର ପାଇ ଏବିଇଓ କମଳାକାନ୍ତ ଦଳବେହେରା ଓ ସିଆରସିସି ପ୍ରଶାନ୍ତ କୁମାର ଝାଙ୍କର ଘଟଣାସ୍ଥଳରେ ପହଞ୍ଚି ଅବିଭାବାବଙ୍କୁ ବହୁତ ବୁଝାବୁଝି କରିଥିଲେ ହେଁ ପ୍ରତିବାଦ କ।ରି ତାଙ୍କ ଜିଦରେ ଅଟଳ ରହିଥିଲେ।
ଏବଂ ଶେଷରେ ପ୍ରଧାନଶିକ୍ଷକ ଶେଷଦେବ ପ୍ରଧାନଙ୍କୁ ଛାଡ଼ି ଦେଇଥିବା ବେଳେ ସେ ଖମାରୀପଡ଼ା ସ୍କୁଲରେ ଯୋଗଦାନ କରିଥିଲେ।
ଅପରାହ୍ନ ୪ଟାରେ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଦେଇ ପୁଣି ତାଲା ଦେଇଥିଲେ।
ତେବେ ଭିତରେ ପାଠ ପଢା ଓ ମଧ୍ୟାହ୍ନ ଭୋଜନ ସ୍ଵାଭାବିକ ଚାଲିଥିଲା।
ଏହିପରି ସାତ ଦିନ ପର୍ଯ୍ୟନ୍ତ ତାଲା ପକାଇବାକୁ ନିଷ୍ପତ୍ତି ନେଇ ଥିବା ବେଳେ ନୂତନ ପ୍ରଧାନଶିକ୍ଷକଙ୍କୁ ଯୋଗଦାନ କରି ନଦେବାକୁ ଅଭିଭାବକ ମାନେ ଜିଦ୍ ଧରି ଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।