Education: ନିସ୍‌ ଇନଷ୍ଟିଚ୍ୟୁଟ୍‌ର ସ୍ବାଗତ ଉତ୍ସବ

Aug 22, 2026 - 01:30
Education: ନିସ୍‌ ଇନଷ୍ଟିଚ୍ୟୁଟ୍‌ର ସ୍ବାଗତ ଉତ୍ସବ

"ଭୁବନେଶ୍ବର: ମଦନପୁରସ୍ଥିତ ନିସ୍‌ ଇନଷ୍ଟିଚ୍ୟୁଟ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ନୂଆ ଏମ୍‌ବିଏ, ଏମସିଏ ଓ ଅନ୍ୟାନ୍ୟ ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ଛାତଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା।

ଏଥିରେ ନ‌ଲେଜ କର୍ପୋରେସନ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୃଥାଲ, ନ୍ୟାସନାଲ ଇନଫର୍ମେଟିକ୍‌ସ ସେଣ୍ଟର୍‌ର ବୈଷୟିକ ନିର୍ଦ୍ଦେଶକ ଡକ୍ଟର ସମ୍ବିତ ପଣ୍ଡା, ହିତିସି କନସଲଟିଂର ପ୍ରତିଷ୍ଠାତା ଡ.

ଶୁଭେନ୍ଦୁ ଦାଶ, ପୂର୍ବତନ ଗୃହ ନିର୍ମାଣ ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ ଓ ଇନ୍‌ଫୋସିସ୍‌ର ଶିକ୍ଷା ଓ ଉନ୍ନୟନ ବିଭାଗର ମୁଖ୍ୟ ବିନିତ ମିଶ୍ର ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।Advertisment ନିସ୍‌ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ନାୟକ, ସହ ପ୍ରତିଷ୍ଠାତ୍ରୀ ସ୍ମୃତିସୁଧା ନାୟକ, ଉପ ନିର୍ଦ୍ଦେଶକ ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ରାଜେଶ ସ୍ବାଇଁ, ଡକ୍ଟର ଅଜିତ ନାରାୟଣ ମହାନ୍ତି, ଯୁଗ୍ମ ରେଜିଷ୍ଟ୍ରାର ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ମୌସୁମୀ ସ୍ବାଗତ ଉତ୍ସବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।