Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା
"ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ଓଡ଼ିଶାର ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ୬ଟି ସରକାରୀ ବିଦ୍ୟାଳୟରେ ଜ୍ଞାନ ଜ୍ୟୋତି (ଡିଜିଟାଲ ଶିକ୍ଷା) ପ୍ରକଳ୍ପ ହାତକୁ ନେଇଛି।
ଏହି ପଦକ୍ଷେପ ଦ୍ୱାରା ଅତ୍ୟାଧୁନିକ ଡିଜିଟାଲ ଶିକ୍ଷା ଭିତ୍ତିଭୂମି ଆରମ୍ଭ ହୋଇଛି, ଯାହା ଏପର୍ଯ୍ୟନ୍ତ ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୭ଜଣ ଶିକ୍ଷକଙ୍କୁ ଉପକୃତ କରିଛି।
Advertisment ଉନ୍ନତ ଡିଜିଟାଲ ଉପକରଣ ବର୍ତ୍ତମାନ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀଗୃହ ଅଭିଜ୍ଞତାକୁ ସମୃଦ୍ଧ କରୁଛି ଏବଂ ପାଠପଢାରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି।
ଏହି ପଦକ୍ଷେପର ଅଂଶବିଶେଷ ସ୍ୱରୂପ, କଣ୍ଟାମାଳ ପ୍ରାଥମିକ ବିଦ୍ୟାଳୟ, ସାଗବାରୀ ପ୍ରାଥମିକ ବିଦ୍ୟାଳୟ, ତାରାମୁଣ୍ଡି ପ୍ରାଥମିକ ବିଦ୍ୟାଳୟ, ନକ୍ରୁଣ୍ଡି ଉଚ୍ଚ ବିଦ୍ୟାଳୟ, ତଲାମ୍ବପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଚୁଲାବଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶ୍ରେଣୀଗୃହ ପ୍ରତିଷ୍ଠା କରାଯାଇଛି, ଯାହା ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷାଦାନର ପରିପୂରକ ଭାବେ ଶିକ୍ଷଣ ପରିବେଶ ସୃଷ୍ଟି କରୁଛି।
ପିଜିଆଇ ଜିଲ୍ଲାସ୍ତରୀୟ ରିପୋର୍ଟ: ଡିଜିଟାଲ ଶିକ୍ଷାରେ ଓଡ଼ିଶା ଦୁର୍ବଳ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।