Student Drowning Case: ନରଣଗଡ଼ ଛାତ୍ର ବୁଡ଼ି ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷକ ଓଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ନିଲମ୍ବିତ
"ଖୋରଧା(ବିକାଶ ଚନ୍ଦ୍ର ସାହୁ): ଜଙ୍କିଆ ଥାନା ନରଣଗଡ଼ ପିଏମଶ୍ରୀ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି (ମଙ୍ଗଳବାର) ଖଣି ପୋଖରୀରେ ବୁଡ଼ି ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାରେ ଗତକାଲି ବାଲିପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ସୁନୀଲ ପଣ୍ଡା ନିଲମ୍ବିତ ହୋଇଥିଲେ।
ଆଜି (ବୁଧବାର) ନରଣଗଡ଼ ହାଇସ୍କୁଲ୍ର ପ୍ରଧାନ ଶିକ୍ଷକ ବିଜୟୀ ପ୍ରତାପ ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲୀପ କୁମାର ମୋଦିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।Advertisment ପୁଣି ଓଏମ୍ସି-ନରଣଗଡ଼ ଗ୍ରାମବାସୀଙ୍କ ବିବାଦ ଘନେଇଲା, ରାସ୍ତା ଖୋଳି ପ୍ରତିବାଦ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ କହିଛନ୍ତି, ଘଟଣା ଦିନ ହିଁ କ୍ରୀଡ଼ା ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା।
ନରଣଗଡ଼ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ମୋଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା।
ସୁପାରିଶ ମୁତାବକ ଆଜି ଗଣଶିକ୍ଷା ବିଭାଗ ସଚିବ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ମୋଦି ଓ ନରଣଗଡ଼ ପ୍ରଧାନ ଶିକ୍ଷକ ଶ୍ରୀମିଶ୍ରଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଛି।
ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗ: ଆଇନ ଅମାନ୍ୟ ଆନ୍ଦୋଳନ କରିବେ ନରଣଗଡ଼ ବାସିନ୍ଦାସୂଚନା ମୁତାବକ, ନରଣଗଡ଼ ସ୍କୁଲ୍ରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଛାତ୍ର ଅର୍ଣ୍ଣବ ସାହୁ ଭାଗ ନେବାକୁ ଯାଇଥିଲେ।
ଏଥିରେ ବିଭିନ୍ନ ବ୍ଲକରୁ ମୋଟ୍ ୧୮୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ବାଲିପାଟଣା ଆଦର୍ଶ ବିଦ୍ୟାଳୟରୁ ମୋଟ୍ ୮ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଥିଲେ ଅର୍ଣ୍ଣବ।
ଘଟଣା ଦିନ ସକାଳୁ ସେ ସ୍କୁଲ ନିକଟରେ ଥିବା ଖଣି ପୋଖରୀକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯାଇଥିଲେ।
ତୁରନ୍ତ ତାଙ୍କୁ ଉଦ୍ଧାର କରି ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।