Education: ଶିକ୍ଷୟିତ୍ରୀଙ୍କ ବଦଳିକୁ ତୀବ୍ର ବିରୋଧ; ଧାରଣାରେ ଦେଲେ ଅଭିଭାବକ
"ବୈଶିଙ୍ଗା (ଦୀପକ କୁମାର ସିଂହ): ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।
ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା।
ଏପଟେ ବିଦ୍ୟାଳୟ ଫାଟକ ବାହାରେ ଖରାରେ ବସିବାକୁ ବାଧ୍ୟ ହେଲେ କୋମଳମତି ଛାତ୍ରଛାତ୍ରୀ।
ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ।
ପ୍ରଶାସନ ଦାବି ପୂରଣ ନକଲେ ତାଲା ଖୋଲିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇଦେଲେ ଆନ୍ଦୋଳନକାରୀ।Advertisment ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କେନ୍ଦୁଆ ପଞ୍ଚାୟତ ଅନ୍ତର୍ଗତ ବଣ ଦାମୋଦରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଏଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି।
ଶିକ୍ଷୟିତ୍ରୀ ବସୁମତୀ ଜେନାଙ୍କ ବଦଳି ଆଦେଶକୁ ବିରୋଧ କରି ସକାଳୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ ଅଭିଭାବକ ଓ କମିଟି ସଦସ୍ୟସଦସ୍ୟା।
ଏହି ଘଟଣା ପରେ ବିଦ୍ୟାଳୟର ଶିକ୍ଷାଦାନ ସ୍ୱାଭାବିକ ରହିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏକାକୀ ପାଠ ପଢ଼ାନ୍ତି ଶିକ୍ଷୟିତ୍ରୀଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ୨୦୨୫ ମସିହାରୁ ବସୁମତୀ ଜେନା ଏକାକୀ ବିଦ୍ୟାଳୟର ୬ଟି ଶ୍ରେଣୀର ୫୬ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଆସୁଥିଲେ।
ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଏକ ଆତ୍ମୀୟ ସମ୍ପର୍କ ଗଢ଼ିଉଠିଥିବାରୁ ତାଙ୍କ ବଦଳିକୁ ସେମାନେ ସହଜରେ ଗ୍ରହଣ କରିପାରିନାହାନ୍ତି।
ତେବେ କିଛିଦିନ ପୂର୍ବରୁ ଆଉ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିବାବେଳେ ଚାରିଦିନ ପୂର୍ବରୁ ବସୁମତୀ ଜେନାଙ୍କୁ ସ୍ଥାନୀୟ ବଗଲପୁର ବିଦ୍ୟାଳୟକୁ ବଦଳି କରାଯାଇଥିବା ଜାଣିବାକୁ ପାଇଥିଲେ ଗ୍ରାମବାସୀ।
ଏହାର ପ୍ରତିବାଦରେ ଗତ ଶନିବାର ଅଭିଭାବକମାନେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ।
ହେଲେ ଦାବି ପୂରଣ ନହେବାରୁ ଶେଷରେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନର ପନ୍ଥା ଆପଣାଇଥିବା କହିଛନ୍ତି ଅଭିଭାବକ।
Education: ପ୍ରଧାନଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବିଦ୍ୟାଳୟରେ ତାଲା ଝୁଲାଇଲେ ଅଭିଭାବକ ଫାଟକ ସମ୍ମୁଖରେ ବସିଲେ ବିଦ୍ୟାର୍ଥୀଅନ୍ୟପକ୍ଷରେ, ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଖରାରେ ବସିଥିଲେ।
ପରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ସେମାନଙ୍କୁ ବିଦ୍ୟାଳୟ ପରିସର ବାହାରେ ଛାଇ ସ୍ଥାନକୁ ନେଇ ପାଠ ପଢ଼ାଇଥିବା ଦେଖାଯାଇଥିଲା।
ଘଟଣାସ୍ଥଳରେ ବେତନଟୀ ଏବିଇଓ ଅପର୍ଣ୍ଣା ସାହୁ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଉତ୍ତେଜନା ହ୍ରାସ ପାଇନଥିଲା।
କ"ଣ ହେବ ସରକାରୀ ପଦକ୍ଷେପ?ଏବେ ପ୍ରଶ୍ନ ଉଠୁଛି— ଅଭିଭାବକଙ୍କ ଅଭିଯୋଗ ଉପରେ ଶିକ୍ଷା ବିଭାଗ କି ପଦକ୍ଷେପ ନେବ?
ବଦଳି ନିଷ୍ପତ୍ତିର ପୁନର୍ବିଚାର କରାଯିବ କି?
ନା ଏହି ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆହୁରି ପ୍ରଭାବିତ ହେବ?
ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ସହ ଅଭିଭାବକଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବା ଜରୁରୀ।
ଏବେ ସମସ୍ତଙ୍କ ନଜର ବ୍ଲକ ଶିକ୍ଷା ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।