Educational institutions: ଶିକ୍ଷାନୁଷ୍ଠାନକୁ ଜମି ଅଡ଼ୁଆ: ଆବଶ୍ୟକ ଜମି ଖୋଜି ‌ଖୋଜି ଜିଲ୍ଲାପାଳ ନୟାନ୍ତ

Sep 04, 2026 - 07:43
Educational institutions: ଶିକ୍ଷାନୁଷ୍ଠାନକୁ ଜମି ଅଡ଼ୁଆ: ଆବଶ୍ୟକ ଜମି ଖୋଜି ‌ଖୋଜି ଜିଲ୍ଲାପାଳ ନୟାନ୍ତ

"ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଅଡ଼ୁଆ ଦେଖାଦେଇଛି।

ପ୍ରତି ବିଦ୍ୟାଳୟ ନିମନ୍ତେ ଅତିକମ୍‌ରେ ୫ ଏକର ପରିମିତ ଜମିର ଆବଶ୍ୟକତା ରହିଛି।

ଯେଉଁଥିରେ  ପ୍ରକୋଷ୍ଠ, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ପ୍ରକଳ୍ପ କକ୍ଷ ଓ ଭାଷା ପ୍ରୟୋଗଶାଳା, ପାଠାଗାର ଓ ପଠନ ପ୍ରକୋଷ୍ଠ, ଡିଜିଟାଲ ଲାବ୍‌, କ୍ରୀଡ଼ା‌କ୍ଷେତ୍ର ଓ ମୁକ୍ତାକାଶ ବ୍ୟାୟାମଶାଳା, ଔଷଧୀୟ ଓ ପୋଷଣ ବଗିଚା, ଗଣିତ ଓ ବିଜ୍ଞାନ ପାର୍କ ଆଦି ରହିବ।

୨୦୨୭ ସୁଦ୍ଧା ୨୫୨୨ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାମ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ହେଲେ ଆବଶ୍ୟକ ଜମି ମିଳିପାରୁ ନ ଥିବାରୁ ଧାର୍ଯ୍ୟ ସମୟରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ପ୍ରକାଶ ପାଇଛି।

Advertisment Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଏବେ ସୁଦ୍ଧା ମାତ୍ର ୩୨୨ଟି ବିଦ୍ୟାଳୟ କାମ ଆରମ୍ଭ ହୋଇଛି।

ବାକି ୨୨୦୦ ବିଦ୍ୟାଳୟ ପାଇଁ ଜମି ମିଳି ପାରୁନାହିଁ।

ଯେଉଁ ବିଦ୍ୟାଳୟଗୁଡ଼ିକର ବିକାଶ କରିବାକୁ ନିଷ୍ପତ୍ତି ହୋଇଛି ସେଠାକାର କ୍ୟାମ୍ପସ ପାଖାପାଖି ଅଞ୍ଚଳରେ ୫ ଏକର ଜମି ନାହିଁ।

ତେଣୁ ଜିଲ୍ଲାପାଳମାନେ ବିଦ୍ୟାଳୟଠାରୁ ୫ରୁ ୭ କିମି ଦୂରରେ ଥିବା ସରକାରୀ ଜାଗା ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ଅବଗତ କରାଉଛନ୍ତି।

ଏପଟେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁଲାଇ ମାସରେ ବିଦ୍ୟାଳୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିବା ସହ ଜମି ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେବଳ ଏତିକିରେ ଜମି ଅଡ଼ୁଆ ସରିନି।

କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ୨୦୨୬-୨୭ ଆର୍ଥିକ ବଜେଟରେ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଏହି ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର (ପିଜି) ଶିକ୍ଷାଦାନ ଦିଆଯିବ।

ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଘୋଷଣା କରିଥିଲେ ମଧ୍ୟ ଜମି ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ହେବାରେ ସମସ୍ୟା ସୃଷ୍ଟି ହୋଇଛି।

ୟୁଜିସି ନିୟମ ଅନୁଯାୟୀ ଗୋଟିଏ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅତିକମ୍‌ରେ ୩୦ ଏକର ଜମିର ଆବଶ୍ୟକତା ରହିଛି, ଯାହାକି ଅଧିକାଂଶ ସ୍ଥାନରେ ଉପଲବ୍ଧ ନାହିଁ।

ଝାରସୁଗୁଡ଼ା ସହର ନିକଟରେ ଜମି ଉପଲବ୍ଧ ରହିଛି, ହେଲେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ସମସ୍ୟା ରହିଛି।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଯେଉଁ ବିଶ୍ବବିଦ୍ୟାଳୟଗୁଡ଼ିକ ରହିଛି ତାହାର ସମ୍ପ୍ରସାରଣ ପାଇଁ ଜମି ମିଳି ପାରୁନାହିଁ।

ବିଭାଗୀୟ ଅଧିକାରୀମାନେ ବାରମ୍ବାର ଚିଠି ଓ ସମୀକ୍ଷା କରୁଥିଲେ ମଧ୍ୟ ସଫଳତା ମିଳିପାରୁ ନାହିଁ।

Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶିକ୍ଷାର ପରିସର ବୃଦ୍ଧି କରିବାକୁ ଓୟୁଏଟି ଅଧୀନରେ ୪ଟି ନୂଆ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ହସ୍ତାନ୍ତର ନେଇ କେଁ ରହିଛି।

ନିଷ୍ପତ୍ତି ଅନୁଯାୟୀ, ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ଏବଂ ସମ୍ବଲପୁର ଜିଲ୍ଲାର ଚିପିଲିମାଠାରେ ପ୍ରାଣୀବିଜ୍ଞାନ ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ସୁବର୍ଣ୍ଣପୁର ଜିଲ୍ଲାରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି।

ଇତିମଧ୍ୟରେ ମୟୂରଭଞ୍ଜର ରାଇରଙ୍ଗପୁରଠାରେ କୃଷି ମହାବିଦ୍ୟାଳୟ ପାଇଁ ୬୦ ସିଟ୍‌ ଅନୁମୋଦିତ ହେବା ସହ ନାମଲେଖା ସରିଛି।

ପାଠପଢ଼ା‌ ଆରମ୍ଭ ପୂର୍ବରୁ ୨୪ ଜଣ ଶିକ୍ଷକ ଓ ୫୩ ଅଣଶିକ୍ଷକ ପଦବିକୁ ରାଜ୍ୟ ସରକାରଙ୍କ  ପକ୍ଷରୁ ମଞ୍ଜୁରି ମିଳିସାରିଛି।

ସ୍ଥାୟୀ କ୍ୟାମ୍ପସ ହେବା ପର୍ଯ୍ୟନ୍ତ ଟ୍ରାଇବାଲ୍‌ ରିସର୍ଚ୍ଚ ସେଣ୍ଟରରେ ଅସ୍ଥାୟୀ ଭାବେ ଏହି ମହାବିଦ୍ୟାଳୟ ଚାଲିବାକୁ ସ୍ଥିର ହୋଇଛି।

ସମ୍ବଲପୁରର ଚିପିଲିମାଠାରେ ପ୍ରସ୍ତାବିତ ମହାବିଦ୍ୟାଳୟ ପାଇଁ ୩୦ ଏକର ଏବଂ ସୁବର୍ଣ୍ଣପୁରରେ ହେବାକୁ ଥିବା ମହାବିଦ୍ୟାଳୟ ପାଇଁ ସହରଠାରୁ ୧୦ କିମି ଦୂରରେ ୫୦ ଏକର ଜମି ଚିହ୍ନଟ ହୋଇସାରିଛି।

ବଲାଙ୍ଗୀରରେ ସ୍ଥାୟୀ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ତେବେ ଚିହ୍ନଟ ହୋଇଥିବା ସରକାରୀ ଜମିଗୁଡ଼ିକୁ ଓୟୁଏଟିକୁ ହସ୍ତାନ୍ତର କରିବାରେ ସମସ୍ୟା ଉପୁଜିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।