Eight Students Injured in Auto Accident: ସ୍ୱାଧୀନତା ଦିବସରେ ଅଘଟଣ, ଅଟୋ ଓଲଟି ୮ ଛାତ୍ରଛାତ୍ରୀ ଆହତ
ସ୍ବାଧୀନତା ଦିବସରେ ଅଘଟଣ । ଅଟୋ ଓଲଟି ୮ ଛାତ୍ରଛାତ୍ରୀଙ୍କ ସହ ଡ୍ରାଇଭର ଆହତ । ଆଜି ସକାଳେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଷଠି ଅଂଚଳରୁ ୮ରୁ ଅଧିକ ଛାତ୍ରଛାତ୍ରୀ ନିକଟରେ ଥିବା ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯାଉଥିଲେ । ଷଠି ଛକ ନିକଟରେ ବର୍ଷା ହେଉଥିବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଫଳରେ ଅଟୋରେ ଥିବା ଛାତ୍ରଛାତ୍ରୀ ଓ ଚାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସ୍ବାଧୀନତା ଦିବସରେ ଅଘଟଣ
ବାହାନଗା ଷଠି ଛକରେ ଓଲଟିଲା ଅଟୋ
୮ ଛାତ୍ରଛାତ୍ରୀଙ୍କ ସହ ଡ୍ରାଇଭର ଆହତ
ଛାତ୍ରଛାତ୍ରୀ ସୋର ଡାକ୍ତରଖାନାରେ ଭର୍ତ୍ତି
ଅଟୋ ଚାଳକ ବାଲେଶ୍ବର ମେଡିକାଲରେ ଭର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।