Six Students Display Unusual Behaviour During Flag Hoisting: ପତାକା ଉତ୍ତୋଳନ ବେଳେ ୬ ଛାତ୍ରୀ ଅସୁସ୍ଥ, ମେଡିକାଲ ନେବା ବଦଳରେ କଲେ ପୂଜାର୍ଚ୍ଚନା
ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ୬ ଜଣ ଛାତ୍ରୀ । ଅସୁସ୍ଥଙ୍କୁ ମେଡିକାଲ ନେବା ପରିବର୍ତ୍ତେ ପୂଜାର୍ଚ୍ଚନାର ସାହାରା ନେଲେ ପରିବାର ଲୋକ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାଲିରୋଇ ସ୍ଥିତ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା ।
ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ୬ ଜଣ ଛାତ୍ରୀ ଅସ୍ୱାଭାବିକ ଆଚରଣ କରିଥିଲେ । ହେଲେ ଅଭିଭାବକମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନନେଇ ନିକଟସ୍ଥ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରିଥିବା ଜଣାପଡିଛି । ଏହା ଅନ୍ଧବିଶ୍ୱାସ ବୋଲି ହେତୁବାଦୀମାନେ କହୁଛନ୍ତି ।
ବାରକୋଟ ବ୍ଲକ ପଡିଆନାଲି ସ୍କୁଲରେ ଅଘଟଣ
ପତାକା ଉତ୍ତୋଳନ ବେଳେ ଛାତ୍ରୀମାନେ ଅସୁସ୍ଥ
ହଠାତ ଅସୁସ୍ଥ ହୋଇପଡିଲେ ୬ ଜଣ ଛାତ୍ରୀ
ଅସ୍ୱାଭାବିକ ଆଚରଣ କଲେ ଅସୁସ୍ଥ ଛାତ୍ରୀ
ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲ ନେଲେନି ଅଭିଭାବକ
ନିକଟସ୍ଥ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।