Election Commissioner: ନିର୍ବାଚନ କମିସନଙ୍କ ବୈଠକ: ଏସ୍ଆଇଆର୍ ଅବଧି ବୃଦ୍ଧି ସହ ପ୍ରମୁଖ ନିଷ୍ପତ୍ତି ଘୋଷଣା
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍)କୁ ନେଇ ନିର୍ବାଚନ କମିସନ(ଇସି)ରେ ମତଭେଦ ଚର୍ଚ୍ଚାରେ ଥିବା ବେଳେ ଆଜି କମିସନଙ୍କ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଶନିବାର ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଏକ ବୈଠକରେ ଏସ୍ଆଇଆର୍ ସଂକ୍ରାନ୍ତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ବୈଠକ ପରେ ଭୋଟର ତାଲିକା ନବୀକରଣ ଓ ଆଭ୍ୟନ୍ତରୀଣ ପରିଚାଳନା ସମ୍ପର୍କରେ କମିସନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ସହ ସାନ୍ଧୁ ଓ ଯୋଶୀ କ୍ୟାବିନେଟ୍ ସଚିବଙ୍କୁ ଲେଖିଥିବା ଚିଠିକୁ ନେଇ ଉପୁଜିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଏହା ସହିତ ଦିଲ୍ଲୀରେ ଭୋଟର ତାଲିକାର ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ କମିସନ ଆଜି ଏକ ବଡ଼ ଆଶ୍ୱାସନା ପ୍ରଦାନ କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲ କରିବାର ଶେଷ ତାରିଖକୁ ୨୦୨୬ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
SIR: ‘ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା’
କମିସନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ସମ୍ପ୍ରତି କିଛି ମାସ ମଧ୍ୟରେ ଦେଶବ୍ୟାପୀ ଏସ୍ଆଇଆର୍ ସମେତ ଅନେକ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ସର୍ବସମ୍ମତିରେ କରାଯାଇଛି। ୨୪.୦୬.୨୦୨୫ରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଜାରି କରାଯାଇଥିବା ଏସ୍ଆଇଆର୍ ଆଦେଶ, ଯାହା ବିହାରରୁ ଆରମ୍ଭ ହୋଇ ପରେ ପଶ୍ଚିମବଙ୍ଗ ଓ ଅନ୍ୟ ୩୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବିସ୍ତାରିତ ହୋଇଥିଲା ସେସବୁ ସର୍ବସମ୍ମତିରେ ଜାରି କରାଯାଇଥିଲା। ସୁପ୍ରିମ୍କୋର୍ଟ ୨୭.୦୫.୨୦୨୬ ଆଦେଶରେ ଏହାକୁ ବଜାୟ ରଖିଛନ୍ତି। ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏସ୍ଆଇଆର୍ କାର୍ଯ୍ୟସୂଚୀ ୨୭.୧୦.୨୦୨୫ରେ ଏବଂ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୪.୦୫.୨୦୨୬ରେ କମିସନର ସର୍ବସମ୍ମତିରେ ଜାରି କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୧୨ଟି ରାଜ୍ୟର ଅନ୍ତିମ ତାଲିକା ପ୍ରକାଶ ପରେ ହିଁ ମୋଟ ଭୋଟରଙ୍କ ଚୂଡ଼ାନ୍ତ ସଂଖ୍ୟା ଜଣାପଡ଼ିବ ।
କମିସନ ନିଷ୍ପତ୍ତି ନେଇଛନ୍ତି ଯେ ଚାଲିଥିବା ଏସ୍ଆଇଆର ସମୟରେ ନାମ ମେଳ ନହେବା କିମ୍ବା ତଥ୍ୟରେ ଯୁକ୍ତିସଙ୍ଗତ ଅସଙ୍ଗତି ଥିବା କାରଣରୁ ନୋଟିସ୍ ପାଉଥିବା ଭୋଟରମାନଙ୍କୁ ସାଧାରଣତଃ ଇଆର୍ଓ (ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର୍)ଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ପଡ଼ିବ ନାହିଁ। ବୁଥ୍ସ୍ତରୀୟ ଅଧିକାରୀମାନେ ଭୋଟରଙ୍କ ଘରକୁ ଯାଇ ଆବଶ୍ୟକ ଦଲିଲ୍ ସଂଗ୍ରହ କରିବେ ଏବଂ ସେଗୁଡ଼ିକୁ ଇସିଆଇନେଟ୍ରେ ଅପଲୋଡ୍ କରିବେ।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ
ଏହି ଆଧାରରେ ଇଆର୍ଓ ନିଷ୍ପତ୍ତି ନେବେ। ଶୁଣାଣି କେବଳ ବିଶେଷ ପରିସ୍ଥିତିରେ କରାଯିବ ଏବଂ ସମ୍ଭବ ହେଲେ ଅନ୍ଲାଇନ୍ ମାଧ୍ୟମରେ ହେବ। ଭୋଟରଙ୍କ ଅନୁମତି ଥିଲେ ତାଙ୍କ ପରିବାରର ଜଣେ ପ୍ରାପ୍ତବୟସ୍କ ସଦସ୍ୟ ମଧ୍ୟ ତାଙ୍କ ପକ୍ଷରୁ ଶୁଣାଣିରେ ଯୋଗଦେଇପାରିବେ। ରାତ୍ରି ଆଶ୍ରୟସ୍ଥଳରେ ରହୁଥିବା ଲୋକ, ଶ୍ରମିକ, ଗରିବ ଓ ଗୃହହୀନ ଲୋକଙ୍କ ପାଇଁ ହେଲ୍ପ ଡେସ୍କ ଓ ବିଶେଷ ଶିବିର ସ୍ଥାପନ କରିବାକୁ ମଧ୍ୟ କମିସନ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିସନ କହିଛନ୍ତି ବିହାର ଓ ପଶ୍ଚିମବଙ୍ଗ ସମେତ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର ଶେଷ ହୋଇଛି। ଏସ୍ଆଇଆର ସମୟରେ କିମ୍ବା ଏହା ପରେ ଯେଉଁ ଭୋଟରଙ୍କ ନାମ ତାଲିକାରୁ ବାଦ ପଡ଼ିଛି, ସେମାନଙ୍କ ସହିତ ଯୁବ ଓ ପ୍ରଥମ ଥର ଭୋଟରମାନେ ନିରନ୍ତର ଚାଲିଥିବା ପ୍ରକ୍ରିୟା ମାଧ୍ୟମରେ ସମ୍ପୃକ୍ତ ଇଆର୍ଓଙ୍କ ନିକଟରେ ନାମ ଅନ୍ତର୍ଭୁକ୍ତି ପାଇଁ ଆବେଦନ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।