Election: ଫର୍ମ-୬ରେ ପରିବର୍ତ୍ତନ ‘ବେଆଇନ’: ପୂର୍ବତନ ସିଇସି ଓପି ରାୱତ
"ନୂଆଦିଲ୍ଲୀ: ନିର୍ବାଚନ କମିସନରେ ଦୁଇ ନିର୍ବାଚନ କମିସନର ଓ ମୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରେ ମତଭେଦ ନେଇ ଚର୍ଚ୍ଚା ମଧ୍ୟରେ ବୁଧବାର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓପି ରାୱତ ଏହାକୁ "ଅତ୍ୟନ୍ତ ଗମ୍ଭୀର" ଓ "ଦୁର୍ଭାଗ୍ୟଜନକ" ବୋଲି କହିଛନ୍ତି।
ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ବୈଧାନିକ ଫର୍ମ-୬ରେ କରାଯାଇଥିବା ପରିବର୍ତ୍ତନକୁ ସେ "ସମ୍ପୂର୍ଣ୍ଣ ଭୁଲ୍ ଓ ବେଆଇନ" ବୋଲି ଅଭିହିତ କରିଛନ୍ତି।Advertisment ଏହି ମତାମତ ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ଆପତ୍ତି ସମ୍ପର୍କିତ ଏକ ରିପୋର୍ଟ ପରେ ଆସିଛି।
ରିପୋର୍ଟ ଅନୁସାରେ, ଗତ ୧୦ ମାସରେ ଉଭୟ ଅନ୍ୟୂନ ୧୪ ଥର ନିର୍ବାଚନ କମିସନଙ୍କ ନାମରେ ଜାରି ନିଷ୍ପତ୍ତି ଓ ନିର୍ଦ୍ଦେଶ ଉପରେ ଆପତ୍ତି ଜଣାଇଥିଲେ।
ସେମାନଙ୍କ କହିବା ଅନୁସାରେ, କେତେକ ନିଷ୍ପତ୍ତି ତାଙ୍କ ଅନୁମୋଦନ ବିନା ଜାରି ହୋଇଥିଲା।
ଭୋଟରଙ୍କ ନାମ ପଞ୍ଜୀକରଣ ଓ ବାଦ୍ ଦେବା, ଫର୍ମ-୬ରେ ପରିବର୍ତ୍ତନ ଏବଂ ଭୋଟର ତଥ୍ୟଭଣ୍ଡାର ପରିଚାଳନା ଭଳି ପ୍ରସଙ୍ଗ ଏଥିରେ ରହିଥିଲା।
ଫର୍ମ-୬ ପରିବର୍ତ୍ତନକୁ ନେଇ ମଧ୍ୟ ଦୁଇ କମିସନର ଆପତ୍ତି ଉଠାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ଏହି ଫର୍ମ ବ୍ୟବହୃତ ହୁଏ।
ସ୍ପେସାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସ୍ଆଇଆର୍ ସହ ଜଡ଼ିତ କେତେକ ତଥ୍ୟ ଏହି ଫର୍ମରେ ଯୋଡ଼ାଯାଇଥିଲା।
ନୂଆ ଆବେଦନକାରୀଙ୍କୁ ତାଙ୍କ ନାମ କିମ୍ବା ମାତାପିତା ଅଥବା ଜେଜେବାପା-ଜେଜେମା"ଙ୍କ ନାମ ପୂର୍ବର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କରେ ଘୋଷଣା କରିବାକୁ କୁହାଯାଇଥିଲା।
SIR Voter List: ନୂଆ ଭୋଟର ହେବା ପାଇଁ ନିୟମ ପରିବର୍ତ୍ତନ କଲେ ନିର୍ବାଚନ କମିସନ: ଫର୍ମ-୬ରେ ଯୋଡାଗଲା ବିଭାଗ ବିବେକ ଯୋଶୀ ମେ ୧୬ରେ ଲେଖିଥିଲେ ଯେ, ଫର୍ମ-୬ ଏକ ବୈଧାନିକ ଫର୍ମ ହୋଇଥିବାରୁ ଏଥିରେ ପରିବର୍ତ୍ତନ ପାଇଁ ରେଜିଷ୍ଟ୍ରେସନ୍ ଅଫ୍ ଇଲେକ୍ଟର୍ସ ରୁଲ୍ସ, ୧୯୬୦ରେ ସଂଶୋଧନ ଆବଶ୍ୟକ।
ତାଙ୍କ ମତ ସହ ସାନ୍ଧୁ ମଧ୍ୟ ସହମତ ହୋଇଥିବା ରିପୋର୍ଟରେ କୁହାଯାଇଛି।
ପରେ ଅଗଷ୍ଟରେ ସାନ୍ଧୁ ଏହି ପରିବର୍ତ୍ତନକୁ "ବେଆଇନ" ବୋଲି ଦର୍ଶାଇ ତୁରନ୍ତ ହଟାଇବାକୁ କହିଥିବା ରିପୋର୍ଟ ପ୍ରକାଶ ପାଇଛି।
ରାୱତ କହିଛନ୍ତି, ଫର୍ମ-୬ ବଦଳାଇବା ପୂର୍ବରୁ ଦୁଇ ନିର୍ବାଚନ କମିସନରଙ୍କ ମତ ନିଆଯାଇ ନ ଥିବା ଓ ଏ ନେଇ କୌଣସି ବୈଠକ ହୋଇ ନ ଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର।
୨୦୧୮ ଜାନୁଆରିରୁ ଡିସେମ୍ବର ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିସନର ଥିବା ରାୱତ କହିଛନ୍ତି ଯେ, ତାଙ୍କ ସମୟରେ କମିସନ୍ର ନିଷ୍ପତ୍ତି ସାଧାରଣତଃ ସର୍ବସମ୍ମତିରେ ନିଆଯାଉଥିଲା।
ଭୋଟର ତାଲିକା ପରିଚାଳନା ସଫ୍ଟୱେର୍ର ନିୟନ୍ତ୍ରଣକୁ ନେଇ ମଧ୍ୟ ରାୱତ ପ୍ରଶ୍ନ ଉଠାଇଛନ୍ତି।
ତାଙ୍କ ମତରେ, ସ୍ଥାନୀୟ ଅଧିକାରୀ ନିୟମ ଅନୁସାରେ ନିଷ୍ପତ୍ତି ନେଇଥିଲେ ସଫ୍ଟୱେର୍ ତାହାକୁ ରୋକିବା ଉଚିତ ନୁହେଁ।
ଦୁଇ କମିସନର ଭୋଟର ତଥ୍ୟ ପରିଚାଳନା ସମ୍ପର୍କିତ ଆଇଟି ବ୍ୟବସ୍ଥାରେ ପରିବର୍ତ୍ତନ ନେଇ କ୍ୟାବିନେଟ୍ ସଚିବ ଟି.ଭି.
ସୋମନାଥନ୍ଙ୍କୁ ପୃଥକ୍ ଭାବେ ଚିଠି ଲେଖିଥିବା ମଧ୍ୟ ରିପୋର୍ଟ ହୋଇଛି।
ତେବେ ନିର୍ବାଚନ କମିସନ ଏହି କଥିତ ମତଭେଦ ସତ୍ତ୍ୱେ ଏସ୍ଆଇଆର୍ ସମେତ ସମସ୍ତ ନିଷ୍ପତ୍ତି ତିନି କମିସନରଙ୍କ ସହମତିରେ ନିଆଯାଇଥିବା କହିଛନ୍ତି।
ଦୁଇ କମିସନର ସାନ୍ଧୁ ଓ ଯୋଶୀ ଏ ନେଇ ସର୍ବସାଧାରଣରେ ନିଜ ପକ୍ଷ ରଖିନାହାନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।