People Were Terrified!: ଜଳୁଥିବା ଜୁଇରେ ହଠାତ୍ ଭୟଙ୍କର ବିସ୍ଫୋରଣ, ଭୟଭୀତ ହୋଇଗଲେ ଲୋକେ!

Sep 23, 2026 - 18:54
People Were Terrified!: ଜଳୁଥିବା ଜୁଇରେ ହଠାତ୍ ଭୟଙ୍କର ବିସ୍ଫୋରଣ, ଭୟଭୀତ ହୋଇଗଲେ ଲୋକେ!

"ନୂଆଦିଲ୍ଲୀ: ଶ୍ମଶାନରେ ମୃତଦେହ ଜଳୁଥିବା ସମସ୍ତେ ଦେଖିଥିବେ।

କିନ୍ତୁ ସମୟସମୟରେ ଜଳୁଥିବା ଜୁଇରୁ  ହଠାତ୍ ଜୋରଦାର ବିସ୍ଫୋରଣର ଶବ୍ଦ ହେବା ଖୁବ ଅଳ୍ପଲୋକ ଶୁଣି ଥାଆନ୍ତି।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଭିଡିଓରେ ଜଣେ ବ୍ୟକ୍ତି ଜଳୁଥିବା ଜୁଇର ଭିଡିଓ କରୁଥିବା ବେଳେ ହଠାତ୍ ଜୋରଦାର ବିସ୍ଫୋରଣ ହୋଇଥିଲା।

ଏହାକୁ ଦେଖି ସେଠାରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଏଭଳି ଘଟଣା ପଛରେ ବୈଜ୍ଞାନିକ କାରଣ ସହ ଧାର୍ମିକ ମାନ୍ୟତା ମଧ୍ୟ ରହିଛି ବୋଲି ଭିଡିଓରେ ଦାବି କରାଯାଇଛି।Advertisment ଜଳୁଥିବା ଜୁଇରେ କାହିଁକି ହୁଏ ବିସ୍ଫୋରଣ?

ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ଶ୍ମଶାନର ଦୃଶ୍ୟ ଦେଖାଯାଉଛି।

ଜୁଇରେ ମୃତଦେହ ଜଳୁଥିବା ବେଳେ ହଠାତ୍ ଏକ ଜୋରଦାର ଶବ୍ଦ ସହ ବିସ୍ଫୋରଣ ହୋଇଥିଲା।

ଏହାପରେ ନିଆଁ ପୁଣି ଜୋରରେ ଜଳିବାକୁ ଲାଗିଥିଲା।

ଏଭଳି ଘଟଣାର ଏକ ସମ୍ଭାବ୍ୟ କାରଣ ହେଉଛି ମୃତ ବ୍ୟକ୍ତିଙ୍କ ଶରୀରରେ ଲାଗିଥିବା ପେସମେକର୍।

ଯଦି ମୃତ ବ୍ୟକ୍ତି ହୃଦ୍‌ରୋଗୀ ଥିବେ ଏବଂ ତାଙ୍କ ଶରୀରରେ ପେସମେକର୍ ଥାଏ, ତେବେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଏହାର ବ୍ୟାଟେରୀ ଫାଟିପାରେ।

View this post on Instagram କ"ଣ ଏହି କପାଳ କ୍ରିୟା?

ହିନ୍ଦୁ ଧାର୍ମିକ ପରମ୍ପରାରେ ଅନ୍ତିମ ସଂସ୍କାର ସମୟରେ "କପାଳ କ୍ରିୟା"ର ଉଲ୍ଲେଖ ରହିଛି।

ଶରୀରରେ ଥିବା ଆର୍ଦ୍ରତା ଓ ଗ୍ୟାସ୍ ତାପ ଯୋଗୁଁ ବିସ୍ତାରିତ ହେଲେ ଚାପ ସୃଷ୍ଟି ହୋଇପାରେ।

ଏହାର ପ୍ରଭାବରେ ଖପୁରୀ ଫାଟିବା କିମ୍ବା ଶବ୍ଦ ହେବା ଭଳି ଘଟଣା ଘଟିପାରେ।

ଧାର୍ମିକ ପରମ୍ପରାରେ ଏହାକୁ କପାଳ କ୍ରିୟା ସହ ଯୋଡ଼ାଯାଇଛି।

ଭାଇରାଲ୍ ଭିଡିଓକୁ ନେଇ ୟୁଜର୍ସଙ୍କ ପ୍ରତିକ୍ରିୟା ଏହି ଭିଡିଓକୁ ଇନଷ୍ଟାଗ୍ରାମର "kati_kappari" ଆକାଉଣ୍ଟରୁ ସେୟାର କରାଯାଇଛି।

ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ଅନେକ ୟୁଜର୍ସ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି।କେହି ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି କାମନା କରିଥିବା ବେଳେ ଆଉ କେହି ଏହାକୁ କପାଳ କ୍ରିୟା ବୋଲି କହିଛନ୍ତି।

ଅନ୍ୟ କିଛି ୟୁଜର୍ସ ଜୁଇ ନିକଟରେ ଠିଆ ହେବା ବିପଦଜନକ ହୋଇପାରେ ବୋଲି ମତ ଦେଇଛନ୍ତି।

ଗୋବିନ୍ଦାଙ୍କ ସହ ନଜର ଆସି‌ଲେ କୋମଲ ରାଣୀ; ପୁଣି ଚର୍ଚ୍ଚାରେ ସମ୍ପର୍କ!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।