10 OCTOBER 2026

Welcome!

Unlock your personalized experience.
Sign Up

Elections cancelled: ୧୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ: ସରିଲା ପ୍ରାର୍ଥିପତ୍ର ଦାଖଲ

Oct 10, 2026 - 09:20
Elections cancelled: ୧୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ: ସରିଲା ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ବର: ଛାତ୍ରସଂସଦ ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ଆଜି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପ୍ରାର୍ଥିପତ୍ର ଦାଖଲ ‌‌ଶେଷ ହୋଇଛି। ସେଗୁଡ଼ିକୁ ଯାଞ୍ଚ୍‌ କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୩୪୮ଟି କଲେଜରେ ନିର୍ବାଚନ ହେଉଛି। ଏଥି ପାଇଁ ମୋଟ୍ ୮୩୨୫ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ତାହା ମଧ୍ୟରୁ ୧୧୫୬ଟି ବିଭିନ୍ନ କାରଣରୁ ବାତିଲ୍‌ ହୋଇଯାଇଥିଲା। ୭୧୬୯ଟି ବୈଧ ପ୍ରାର୍ଥିପତ୍ର କାଏମ୍‌ ରହିଛି। ରାତି ୧୦ଟା ସୁଦ୍ଧା ବିଶ୍ବବିଦ୍ୟାଳୟଗୁଡ଼ିକର ବୈଧ ପ୍ରାର୍ଥୀ ତାଲିକା ସମ୍ପର୍କରେ ସୂଚନା ମିଳି ନାହିଁ। ତେବେ ମହାବିଦ୍ୟାଳୟଗୁଡ଼ିକରେ ୧୬୨୦ ଜଣ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ୩୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ଆଜି ପ୍ରାର୍ଥିପତ୍ର ଦାଖଲ ବେଳେ ବିଭିନ୍ନ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ମାର୍‌ପିଟ୍‌ ହୋଇଥିବା ଖବର ମିଳିଛି।

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

କ୍ୟାମ୍ପସ୍‌ଗୁଡ଼ିକରେ ଅଣଛାତ୍ରଙ୍କ ଉପଦ୍ରବ ବଢ଼ୁଥିବା ନେଇ ମଧ୍ୟ ଅଭିଯୋଗ ବିଭିନ୍ନ କଲେଜରୁ ଆସିଛି। କିଛି ସ୍ଥାନରେ କଲେଜ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୁଲିସ ଘଟଣାକୁ ନିୟନ୍ତ୍ରଣ କରିଛନ୍ତି। ତେବେ ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ କୋରାପୁଟର ୧୦ରୁ ଅଧିକ କଲେଜରେ ଗଣ୍ଡଗୋଳ ଯୋଗୁ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ କରିଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୪ଟି କଲେଜରେ ନିର୍ବାଚନ ବାତିଲ ହୋଇଛି। ଏହି ସବୁ କଲେଜରେ ବିବାଦ ଅଣାୟତ୍ତ ହେବାରୁ କର୍ତ୍ତୃପକ୍ଷ କୌଣସି ରିସ୍କ ନେବାକୁ ଚାହିନାହାନ୍ତି। ବଲାଙ୍ଗୀର, ବୌଦ୍ଧ ଓ ଜଗତସିଂହପୁରର ଗୋଟିଏ ଲେଖାଏ କଲେଜରେ ଭିନ୍ନ ଭିନ୍ନ କାରଣ ପାଇଁ ନିର୍ବାଚନକୁ ବାତିଲ କରାଯାଇଛି।

Protest: ସିଇସି ବିରୋଧୀ ଆନ୍ଦୋଳନ; ବିଭିନ୍ନ ଅଭିଯୋଗ ପାଇଁ ୨୭ ଏତଲା ରୁଜୁ କଲା ଦିଲ୍ଲୀ ପୁଲିସ

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶାନ୍ତି ଓ ସୌହାର୍ଦ୍ଦ୍ୟପୂଣ୍ଣ ପରିବେଶରେ ସମ୍ପନ୍ନ ହୋଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ନିର୍ବାଚନକୁ ଶୃଙ୍ଖଳିତ ଓ ସ୍ବଚ୍ଛ ଭାବେ ପରିଚାଳିତ କରିବା ଉଦ୍ଦେଶ୍ୟରେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷରୁ ସାରା ରାଜ୍ୟର ସ୍ଥିତି ତଦାରଖ କରାଯାଉଛି ବୋବଲି ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ଅର୍ଥାତ ୧୦ ତାରିଖ ପୂର୍ବାହ୍ନ ୧୦ଟାରୁ ୧ଟା ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଆସନ୍ତାକାଲି ଅପରାହ୍ନ ୩ଟାରେ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହା ପରେ ପ୍ରାର୍ଥୀମାନେ ‌ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।