Blue Zone: ‘ବ୍ଲୁ ଜୋନ୍’ରେ ଦୀର୍ଘ ଜୀବନର ରହସ୍ୟ
"ପୃଥିବୀର ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ୯୦ରୁ ଅଧିକ ବର୍ଷ ଏବଂ ୧୦୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ଅଧିକ।
ଏହି ଅଞ୍ଚଳଗୁଡ଼ିକୁ "ବ୍ଲୁ ଜୋନ୍" କୁହାଯାଏ।
ଡାନ୍ ବୁଏଟନର୍ ଓ ଅନ୍ୟ ଗବେଷକମାନେ ଦୀର୍ଘାୟୁ ଲୋକଙ୍କ ଜୀବନଶୈଳୀ ଅଧ୍ୟୟନ କରି ଏହି ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିଥିଲେ।
ପାରମ୍ପରିକ ଭାବେ ୫ଟି ବ୍ଲୁ ଜୋନ୍ ଚିହ୍ନଟ ହୋଇଛି।
ସେଗୁଡ଼ିକ ହେଉଛି ଗ୍ରୀସ୍ର ଇକାରିଆ, ଇଟାଲୀର ସାର୍ଡିନିଆ, ଜାପାନର ଓକିନାୱା, କୋଷ୍ଟାରିକାର ନିକୋୟା ଉପଦ୍ୱୀପ ଓ ଆମେରିକାର କାଲିଫର୍ଣ୍ଣିଆର ଲୋମା ଲିଣ୍ଡା।
ଭାରତର କୌଣସି ଅଞ୍ଚଳ ଏହି ପାରମ୍ପରିକ ବ୍ଲୁ ଜୋନ୍ ମଧ୍ୟରେ ନାହିଁ। "ବ୍ଲୁ ଜୋନ୍"ର ଲୋକମାନେ ଦୀର୍ଘାୟୁ ହେବା ପଛରେ କୌଣସି ନିର୍ଦ୍ଦିଷ୍ଟ ରହସ୍ୟ ନାହିଁ।
ସେମାନେ ସାଧାରଣତଃ ପନିପରିବା, ଫଳ, ଡାଲି, ଶସ୍ୟ ଓ ବାଦାମ ଭଳି ପ୍ରାକୃତିକ ଖାଦ୍ୟ ଅଧିକ ଖାଆନ୍ତି।
ସେମାନଙ୍କ ଥାଳିରେ ମାଂସ ତୁଳନାରେ ଉଦ୍ଭିଦଜାତ ଖାଦ୍ୟ ଅଧିକ ଥାଏ।
ତେବେ କେତେକ ଅଞ୍ଚଳରେ କିଛି ଶତାୟୁ ମାଛ ମଧ୍ୟ ଖାଆନ୍ତି।Advertisment Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର ସେମାନଙ୍କ ଜୀବନ ଶୈଳୀରେ ଶାରୀରିକ ପରିଶ୍ରମ ସ୍ୱାଭାବିକ ଭାବେ ରହିଥାଏ।
ଚାଲିବା, ବଗିଚା କାମ କରିବା, ଚାଷ କରିବା ଓ ଘର କାମ କରିବା ଭଳି କାର୍ଯ୍ୟ ନିୟମିତ ହୋଇଥାଏ।
ଏହାସହ ପର୍ଯ୍ୟାପ୍ତ ନିଦ, ପରିବାର ସହ ଘନିଷ୍ଠ ସମ୍ପର୍କ, ସାମାଜିକ ସମ୍ପର୍କ ଏବଂ ଜୀବନର ଏକ ଉଦ୍ଦେଶ୍ୟ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।ଓକିନାୱାରେ "ହାରା ହାଚି ବୁ" ନାମକ ଏକ ଅଭ୍ୟାସ ରହିଛି।
ଅର୍ଥାତ୍ ପେଟ ପୂରା ଭରିହେବା ପୂର୍ବରୁ, ପ୍ରାୟ ୮୦ ପ୍ରତିଶତ ପେଟ ଭରିଲେ ଖାଇବା ବନ୍ଦ କରିଦେବା।ତେଣୁ ଦୀର୍ଘ ଜୀବନ ପାଇଁ କୌଣସି "ଯାଦୁକରୀ" ଉପାୟ ନାହିଁ।
ସୁସ୍ଥ ଖାଦ୍ୟ, ନିୟମିତ ଶାରୀରିକ ଶ୍ରମ, ଭଲ ନିଦ, ପରିବାର ଓ ସମାଜ ସହ ସମ୍ପର୍କ ଏବଂ ଖୁସିରେ ଜୀବନ ବିତାଇବା, ଏସବୁର ମିଶ୍ରଣ ହିଁ ଦୀର୍ଘାୟୁ ହେବାର ଏକ ବଡ଼ କାରଣ।
ଏହି ତତ୍ତ୍ବକୁ ଏବେ ଚିକିତ୍ସା ବିଜ୍ଞାନୀମାନେ ଗ୍ରହଣ କରିଛନ୍ତି।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ "ଟିମ୍ ଇଣ୍ଡିଆ"ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।