electricity accident ୧୨ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ
"ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ଗୋଛାପଡ଼ା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତ ଯୁବକଜଣକ ହେଲେ ଗ୍ରାମର ନନ୍ଦନ ପ୍ରଧାନ(୨୦ ବର୍ଷ)।
Advertisment electrocution death ଗଣେଶ ପୂଜା ମଣ୍ଡପ ସାଜସଜ୍ଜା ବେଳେ ବିଦ୍ୟୁତାଘାତରେ ଯୁବକ ମୃତ ସୂଚନା ଅନୁସାରେ, ନନ୍ଦନ ପ୍ରଧାନ କୌଣସି କାମ ପାଇଁ ନିଜ ଘରର ଛାତ ଉପରକୁ ଯାଇଥିଲେ।
ଛାତ ଉପର ଦେଇ ଯାଇଥିବା ୧୨ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ।
ସେ ଅଚେତ ହୋଇ ଛିଟିକି ପଡ଼ିଥିଲେ।
ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲକୁ ନେଇଥିଲେ।
ସେଠାରେ ଡାକ୍ତର ନନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। "ରିଲ୍' ନିଶା ହେଲା କାଳ, ଟ୍ରେନ୍ ଉପରେ ଚଢ଼ି ଭିଡ଼ିଓ କରୁଥିବାବେଳେ ବିଦ୍ୟୁତାଘାତରେ ନାବାଳିକା ଗୁରୁତର ଘଟଣା ସମ୍ପର୍କରେ ସୂଚନା ପାଇ ବୌଦ୍ଧ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଥିଲା।
ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା।
ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।