Electricity consumers: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ

Sep 25, 2026 - 06:53
Electricity consumers: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ

"ଭୁବନେଶ୍ବର: ରାଜ୍ୟରେ ପୂର୍ବ ବିତରଣ କମ୍ପାନି ଯଥା ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍‌କୋ ଠାରୁ ଟାଟା ପାୱାର ଦାୟିତ୍ୱ ଭାର ଗ୍ରହଣ ଦିନ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଖାତାରେ ସମୁଦାୟ ୧୨,୭୦୨ କୋଟି ଟଙ୍କା ବାକିଆ ଥିଲା।

ସେହିପରି ଦାୟିତ୍ୱ ହସ୍ତାନ୍ତର ଦିବସରେ ପ୍ରସ୍ତୁତ ହୋଇ ଟାଟା ପାୱାରକୁ ଦିଆଯାଇଥିବା ଅଡିଟେଡ୍‌ ବାଲାନ୍ସ ସିଟ୍‌ରେ ଉପଭୋକ୍ତା ବାକିଆ ପରିମାଣ ୪୦୮୭ କୋଟି ଦର୍ଶାଯାଇଛି।

ବିଧାନସଭାରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି।

ଅର୍ଥାତ୍‌ ଟାଟାକୁ ହସ୍ତାନ୍ତର ହୋଇଥିବା ଉପଭୋକ୍ତା ବାକିଆ ପରିମାଣ ଓ ଉପଭୋକ୍ତା ଖାତାରେ ଥିବା ପ୍ରକୃତ ବାକିଆ ପରିମାଣ ମଧ୍ୟରେ ୮,୬୧୫ କୋଟି ପ୍ରଭେଦ ରହିଛି।

ତେବେ ପ୍ରକୃତ ବାକିଆ ବିଦ୍ୟୁତ୍‌ ବିଲ୍‌କୁ କାହିଁକି ଟାଟା ପାୱାର ଦ୍ବାରା ପରିଚାଳିତ ଚାରୋଟି ବିତରଣ କମ୍ପାନି ଯଥା ଟିପିସିଓଡିଏଲ୍‌, ଟିପିଡବ୍ଲ୍ୟୁଓଡିଏଲ୍, ଟିପିଏନ୍ଓଡିଏଲ୍‌ ଓ ଟିପିଏସ୍ଓ‌ଡିଏଲ୍‌କୁ ଦିଆଗଲା ନାହିଁ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଜୋରଦାର୍‌ ଚର୍ଚ୍ଚା ଚାଲିଛି।

Advertisment Civil Society Forum: ନାଗରିକ ମଞ୍ଚ-ନିର୍ବାଚନ ଆୟୋଗ ମୁହାଁମୁହିଁ ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳହସ୍ତାନ୍ତର ଦିନ ବାକିଆ ଥିଲା ୧୨,୭୦୨ କୋଟିଅଡିଟ୍‌ ନୋଟ୍‌ରେ ଦର୍ଶାଗଲା ୯,୨୬୦ କୋଟିକମ୍ପାନି ଆଇନ, ୨୦୧୩ର ଧାରା ୧୨୯କୁ ବିରୋଧ କରୁଛି: ବିଶେଷଜ୍ଞ ସେସୁକୁ ୨୦୨୦ ଜୁନ୍‌ ୧ରେ ଟାଟା ପାୱାର ଅଧିଗ୍ରହଣ କରିଥିବାବେଳେ ୱେସ୍କୋ ଓ ସାଉଥ୍‌କୋକୁ ୨୦୨୧ ଜାନୁଆରି ୧ ଓ ନେସ୍କୋକୁ ୨୦୨୧ ଏପ୍ରିଲ ୧ରେ ଅଧିଗ୍ରହଣ କରିଥିଲା।

ସୂଚନାରୁ ଜଣାପଡ଼ିଛି ଯେ ଟାଟା ପୂର୍ବରୁ ବିଦ୍ୟୁତ ଉପଭୋକ୍ତାଙ୍କ ବାକିଆ ବିଲ୍‌ ଆଦାୟ ପାଇଁ ଟାଟା ବିତରଣ କମ୍ପାନି ଓ ଗ୍ରିଡ୍‌କୋ ମିଳିତ ଭାବେ ଏକ ଓଟିଏସ୍‌ ସ୍କିମ ପ୍ରସ୍ତୁତ କରି ଆବଶ୍ୟକ ଅନୁମୋଦନ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ରେ ଆବେଦନ କରିଛନ୍ତି।

ଏଥିପାଇଁ ଓଇଆର୍‌ସି ନିକଟରେ ଜନଶୁଣାଣି କରିଛନ୍ତି।

ଜନଶୁଣାଣିରେ ଅଭିଯୋଗକାରୀ ପ୍ରଶ୍ନର ଲିଖିତ ଉତ୍ତରରେ ଗ୍ରିଡ୍‌କୋ ଓ ଟାଟା କହିଛନ୍ତି; ଟାଟାକୁ ହସ୍ତାନ୍ତର ହୋଇଥିବା ଅଡିଟ୍‌ ହୋଇଥିବା ବାଲାନ୍ସ ସିଟ୍‌ ନୋଟ୍‌ ଅନୁସାରେ ବାକିଆ ପରିମାଣ ୯,୨୬୦ କୋଟି ଥିଲା।

ସେଥିରୁ ସନ୍ଦେହଜନକ ବାକିଆ ପରିମାଣ ୫୧୭୩ କୋଟିକୁ ବାଦ୍‌ ଦେଇ ଅବଶିଷ୍ଟ ୪୦୮୭ କୋଟି ଆଦାୟ ପାଇଁ ଟାଟାକୁ ଦାୟିତ୍ୱ ଦିଆଯାଇଥିଲା।

ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସନ୍ଦେହଜନକ ବାକିଆ ନିରୂପଣରେ ଗ୍ରିଡ୍‌କୋ ତାରତମ୍ୟ ନୀତି ଆପଣାଇଛି।

Daughter's success: ଝିଅର ସଫଳତାରେ ଭାବବିହ୍ୱଳ ସେସୁର ସନ୍ଦେହଜନକ ବାକିଆ ପରିମାଣ ସର୍ବନିମ୍ନ ମାତ୍ର ୪୦% ସ୍ଥିର ହୋଇଥିବାବେଳେ ୱେସ୍କୋ ପାଇଁ ସର୍ବାଧିକ ୮୦% ଧାର୍ଯ୍ୟ ହୋଇଛି।

ସେହିପରି ମୋଟ ସନ୍ଦେହଜନକ ବାକିଆର ହାରାହାରିକୁ ଦେଖିଲେ ଏହା ୫୬% ହୋଇଥିବାବେଳେ ସାଉଥ୍‌କୋର ୬୫% ଓ ନେସ୍କୋର ୫୦% ସ୍ଥିର ହୋଇଛି।

ଏବେ ପ୍ରଶ୍ନ ହେଉଛି, ସନ୍ଦେହଜନକ ବାକିଆ ଦର୍ଶାଯାଇଥିବା ୫୧୭୨ କୋଟି ନିରୂପଣ ସମୟରେ କୌଣସି ସମାନ ନୀତି ଅବଲମ୍ବନ  କରାଯାଇ ନାହିଁ।

ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଟାଟାକୁ ଓଡ଼ିଶା ବିଦ୍ୟୁତ ବିତରଣ ଦାୟିତ୍ୱ ହସ୍ତାନ୍ତର ଦିନ ଉପଭୋକ୍ତାଙ୍କ ଖାତାରେ ଥିବା ପ୍ରକୃତ ୧୨,୭୦୨ କୋଟିରୁ ମାତ୍ର ୯୨୬୦ କୋଟି ବିଚାରକୁ ନିଆଯାଇଛି।

ଅତଏବ ୩୪୪୨ କୋଟି ବିକ୍ରୟ ପ୍ରକ୍ରିୟାରେ ହିସାବ ବାହାରେ ରହିଲା।

ତେଣୁ ଟାଟାକୁ ଗ୍ରିଡ୍‌କୋ ହସ୍ତାନ୍ତର କରିଥିବା ଆର୍ଥିକ ବିବରଣୀ ସତ୍ୟ, ସ୍ବଚ୍ଛ ଓ ନିରପେକ୍ଷ ନୁହେଁ।

ଏହା କମ୍ପାନି ଆଇନ, ୨୦୧୩ର ଧାରା ୧୨୯କୁ ବିରୋଧ କରୁଛି,  ଯାହା ଏକ ଦଣ୍ଡନୀୟ ଅପରାଧ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।