Electrocution Claims Lives of Mother and Daughter: ଜିଲ୍ଲାପାଳଙ୍କ ଅଫିସ ଆଗରେ ଦୁଇଟି ଶବ, ବିଦ୍ୟୁତ୍ ନେଲା ମା’-ଝିଅଙ୍କ ଜୀବନ

Sep 08, 2026 - 14:49
Electrocution Claims Lives of Mother and Daughter: ଜିଲ୍ଲାପାଳଙ୍କ ଅଫିସ ଆଗରେ ଦୁଇଟି ଶବ, ବିଦ୍ୟୁତ୍ ନେଲା ମା’-ଝିଅଙ୍କ ଜୀବନ

ଜିଲ୍ଲାପାଳଙ୍କ ଅଫିସ ଆଗରେ ମୃତଦେହ ରଖି ପ୍ରତିବାଦ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ ପରେ ଉତ୍ତେଜନା। ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଓ ଗ୍ରାମବାସୀ। କଳାହାଣ୍ଡି ସଦର ଥାନା କାର୍ଲାସୋଡା ଗାଁର ଶୀତଳ ନାଏକ କପଡ଼ା ଶୁଖାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ମା’ ଲଳିତା ନାଏକ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ।

ତେବେ ପରିବାରର ଅଭିଯୋଗ ଯେ, ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ଆମ୍ବୁଲାନ୍ସ ପହଞ୍ଚିନଥିଲା। ଫଳରେ ଅଟୋରେ ଉଭୟଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଠିକ୍ ଭାବେ ଯାଞ୍ଚ ନକରି ମୃତ ଘୋଷଣା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଦୁଇ ମୃତଦେହକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି ପରିବାର ଓ ଗ୍ରାମବାସୀ। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।.....

ଦୁଇ ମୃତଦେହ ଧରି ଜିଲ୍ଲାପାଳ ଅଫିସରେ ଆଗରେ ପରିବାର
ଆମ୍ବୁଲାନ୍ସ ଓ ଚିକିତ୍ସାରେ ଅବହେଳା ଅଭିଯୋଗ
ମା’-ଝିଅଙ୍କ ମୃତ୍ୟୁ ପରେ ଉତ୍ତେଜନା, ନ୍ୟାୟ ଦାବିରେ ଧାରଣା
ଦୁଇ ଶବ ନେଇ ପ୍ରଶାସନକୁ ଘେରିଲେ ଗ୍ରାମବାସୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।